• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଉତ୍ତର କୋରିଆରେ ଦେଖା ଦେଇଛି ଗୁରୁତର ଖାଦ୍ୟ ସଙ୍କଟ । ସରି ସରି ଯାଉଛି ଖାଦ୍ୟ ଭଣ୍ଡାର । ଆଉ ଏହାର ମୁକାବିଲା ପାଇଁ ଅଜବ ଆଦେଶ ଜାରି କରିଛନ୍ତି ରାଷ୍ଟ୍ରପତି କିମ୍ ଜଙ୍ଗ ଉନ୍ । ୨୦୨୫ ଯାଏ ଖାଦ୍ୟ କମ୍ ଖାଇବାକୁ ଆଦେଶ ଦେବା ସହ କଳା ବତକ ଖାଇବା ଉପରେ ଦେଇଛନ୍ତି ଗୁରୁତ୍ୱ । ଅଳ୍ପ କିଛି ଦିନ ପାଇଁ ସଞ୍ଚୟ ହୋଇ ରହିଛି ଖାଦ୍ୟ ସାମଗ୍ରୀ । ଶୀଘ୍ର ଖାଦ୍ୟ ଭଣ୍ଡାର ପୂରଣ ନ ହେଲେ ଭୋକରେ ମରିବେ ଲୋକେ ।

ଉତ୍ତର କୋରିଆରେ ଦେଖା ଦେଇଛି ଗୁରୁତର ଖାଦ୍ୟ ସଙ୍କଟ । ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଲୋକଙ୍କୁ କଳା ବତକ ଖାଇବାକୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି କିମ୍ ଜଙ୍ଗ ଉନ୍ । କଳା ବତକ ମାଂସ ସ୍ୱାଦିଷ୍ଟ ସାଙ୍ଗକୁ ଏହାର ରହିଛି ଅନେକ ଔଷଧୀୟ ଫାଇଦା । ଏଣୁ ଦେଶବାସୀ ଏଥିପ୍ରତି ଅଧିକରୁ ଅଧିକ ନିଜ ଲଞ୍ଚ ଏବଂ ଡିନର ମେନ୍ୟୁରେ ଏହାକୁ ଯୋଡ଼ିବାକୁ କହିଛନ୍ତି ରାଷ୍ଟ୍ରପତି ।

ଲୋକଙ୍କ ଜୀବନ ଶୈଳୀ ଉପରେ ଏହାର ଫାଇଦା ରହୁଥିବାରୁ ଏହାକୁ ନିଜ ଖାଦ୍ୟ ମେନ୍ୟୁରେ ଯୋଡ଼ିବାକୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି କିମ୍ ଜଙ୍ଗ ଉନ୍ ।  କାହିଁକି ନା ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ ଉଗ୍ର ରୂପ ନେବାକୁ ବସିଛି । ଭଣ୍ଡାରରେ ଯେତିକି ପରିମାଣର ଖାଦ୍ୟ ମହଜୁଦ ରହିଛି ତାହା ମାତ୍ର ଅଳ୍ପ ଦିନ ହିଁ ଚାଲିବ । ଏହା ପରେ ସ୍ଥିତି ଅତି ସାଙ୍ଘାତିକ ହେବା ଆଶଙ୍କା କରାଯାଉଛି । ଯଥା ସମ୍ଭବ ଖାଦ୍ୟ ଭଣ୍ଡାର ପୂର୍ଣ୍ଣ ନ ହେଲେ ୟୁଏନ୍‌ର ରିପୋର୍ଟ ଅନୁସାରେ ଲୋକେ ଭୋକ ଉପାସରେ ମରିଯିବେ । ତେବେ କାହିଁକି ଦେଖାଗଲା ଖାଦ୍ୟ ସଙ୍କଟ ? କିପରି ସୃଷ୍ଟି ହେଲା ଏ ସମସ୍ୟା ? କେମିତି ସ୍ଥିତିକୁ ମୁକାବିଲା କରିବେ ସରକାର ? କିମ୍ ଜଙ୍ଗ ଉନ୍ କଣ ନେଇଛନ୍ତି ନିଷ୍ପତ୍ତି ? 

ଉତ୍ତର କୋରିଆରେ ଦେଖା ଦେଇଥିବା ଖାଦ୍ୟ ସଙ୍କଟ ମଧ୍ୟରେ ସେଠାକାର ସରକାର ଜାରି କରିଛନ୍ତି ଅଜବ ନିୟମ । ଲୋକେ ଏବେଠୁ ଖାଦ୍ୟ ସଙ୍କଟର ସାମ୍ନା କରିଥିବା ବେଳେ ସରକାର ଜାର କରିଛନ୍ତି ଅଜବ ଫରମାନ ବା ଆଦେଶ । ୨୦୨୫ ଯାଏ କମ୍ ଖାଦ୍ୟ ଗ୍ରହଣ କରିବାକୁ ଆଦେଶ ଜାରି କରିଛନ୍ତି ରାଷ୍ଟ୍ରପତି । ଚୀନ୍- ଉତ୍ତର କୋରିଆ ବର୍ଡର ନ ଖୋଲିବା ପର୍ଯ୍ୟନ୍ତ ଏହି ନିୟନ ମାନିବାକୁ କୁହାଯାଇଛି ।