• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କମଲା ହ୍ୟାରିସ୍‌ଙ୍କୁ ରାଷ୍ଟ୍ରପତି ଦାୟିତ୍ୱ । ଏକ ଘଣ୍ଟା ୨୫ ମିନିଟ୍‌ ପାଇଁ କମଲା ହ୍ୟାରିସ୍‌ ହେଲେ ଆମେରିକାର ରାଷ୍ଟ୍ରପତି । ପ୍ରଥମ ମହିଳା ଭାବେ କମଲା ହ୍ୟାରିସ୍‌ ଏହି ସୌଭାଗ୍ୟ ଅର୍ଜନ କରିଛନ୍ତି ।

ଭାରତୀୟ ବଂଶୋଦ୍ଭବ କମଲା ହ୍ୟାରିସ୍‌ଙ୍କୁ ଆମେରିକା ରାଷ୍ଟ୍ରପତି ଦାୟିତ୍ୱ । ରାଷ୍ଟ୍ରପତି ଜୋ ବାଇଡେନ୍ ଅସୁସ୍ଥ ଥିବାରୁ ତାଙ୍କୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଥିଲା । ଏଥିପାଇଁ ଏକ ଘଣ୍ଟା ୨୫ ମିନିଟ୍ ପାଇଁ ଆମେରିକାର ରାଷ୍ଟ୍ରପତି ଦାୟିତ୍ୱ କମଲା ହ୍ୟାରିସଙ୍କୁ ଦିଆଯାଇଥିଲା । କ୍ଷମତା ହସ୍ତାନ୍ତର ନେଇ ହ୍ୱାଇଟ୍‌ ହାଉସ ପକ୍ଷରୁ ଘୋଷଣା କରାଯାଇଛି । ଆମେରିକାର ପ୍ରଥମ ମହିଳାଭାବେ ହ୍ୟାରିସଙ୍କୁ କାମଚଳା ରାଷ୍ଟ୍ରପତି ଦାୟିତ୍ୱ ଦିଆଯାଇଥିଲା । ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ୭୯ ବର୍ଷ ବୟସ୍କ ଜୋ ବାଇଡେନ୍‌ଙ୍କୁ ଗତକାଲି ସକାଳେ ୱାଲଟର ରିଡ୍ ମେଡିକାଲ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । ପୂର୍ବରୁ ମଧ୍ୟ ରାଷ୍ଟ୍ରପତି ଅସୁସ୍ଥ ଥିବା ବେଳେ ଉପରାଷ୍ଟ୍ରପତିଙ୍କୁ ଆମେରିକାର ଦାୟିତ୍ୱ ଦିଆଯାଇଥିବା ନଜିର ରହିଛି ।