• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାବୁଲ : କାବୁଲ ବିସ୍ଫୋରଣ ପଛରେ ଆଇଏସର ହାତ । କାବୁଲ ଆନ୍ତର୍ଜାତିକ ବିମାନବନ୍ଦର ବାହାରେ ଗୁରୁବାର ସନ୍ଧ୍ୟାରେ ତିନୋଟି ସ୍ଥାନରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି । ତେବେ ବିମାନବନ୍ଦରରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ନିଜର ସମ୍ପୃକ୍ତ ଥିବା ନେଇ ଦାବି କରିଛି ଇସଲାମିକ ଷ୍ଟେଟ ଖୋରାସାନ ପ୍ରାନ୍ତ (ଆଇଏସକେପି) । ଏହା ସହିତ ଆଇଏସ୍ ପକ୍ଷରୁ ବିସ୍ଫୋରଣକାରୀର ଏକ ଛବି ମଧ୍ୟ ଜାରି କରାଯାଇଛି ।

ଆଇଏସ୍ ଜାରି କରିଥିବା ଫଟୋ ଆତ୍ମଘାତୀ ବିସ୍ଫୋରଣକାରୀ ଅବଦୁଲ ରହମାନ ଅଲ ଲୋଗାରୀର ବୋଲି କୁହାଯାଉଛି । ସେ ଲୋଗର ପ୍ରଦେଶର ବାସିନ୍ଦା ଥିଲା ବୋଲି ଅନୁମାନ ହେଉଛି । ଆତ୍ମଘାତୀ ବିସ୍ଫୋରଣକାରୀର ଛବି ସହିତ ସେ ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି । ଯେଉଁଥିରେ ଲେଖା ଅଛି କାବୁଲ ବିମାନବନ୍ଦରରେ ଇସଲାମିକ୍ ଷ୍ଟେଟ୍ ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ୧୬୦ ଜଣ ଆମେରିକୀୟ ସୈନିକ ଏବଂ ସେମାନଙ୍କର ସହଯୋଗୀ ପ୍ରାଣ ହରାଇଛନ୍ତି । ISKPର ଏହି ବାର୍ତ୍ତା ଅନୁସାରେ ଏହି ବିସ୍ଫୋରଣ ଘଟାଇବାରେ ସ୍ଥାନୀୟ ଲୋକେ ସାହାଯ୍ୟ କରିଥିଲେ ।

ଅମାକ ନ୍ୟୁଜ୍ ଏଜେନ୍ସି ଅନୁସାରେ ଆମେରିକାର ସୈନ୍ୟ ଦ୍ୱାରା ନିର୍ମିତ ସୁରକ୍ଷା ପ୍ରାଚୀରକୁ ଭାଙ୍ଗି କାବୁଲ ବିମାନବନ୍ଦର ନିକଟରେ ଥିବା 'ବାରାନ୍ କ୍ୟାମ୍ପ'ରେ ପହଞ୍ଚିବାରେ ସଫଳ ହୋଇଥିଲା ଆଇଏସ୍‌ ଆତଙ୍କୀ । ଆଉ ସେଠାରେ ପହଞ୍ଚିବା ପରେ ସେ ନିଜକୁ ବିସ୍ଫୋରକରେ ଉଡ଼ାଇ ଦେଇଥିଲା । ଆମେରିକୀୟ ସୈନ୍ୟ ଏବଂ ସେମାନଙ୍କ ସହଯୋଗୀଙ୍କ ନିକଟରେ ହୋଇଥିଲା ଏହି ବିସ୍ଫୋରଣ। ଏହି ଆତ୍ମଘାତୀ ବିସ୍ଫୋରଣରେ ପ୍ରାୟ ୭୨ ଜଣ ପ୍ରାଣ ହରାଇଥିବା ବେଳେ ୧୪୨ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅନେକ ତାଲିବାନୀ ମଧ୍ୟ ଅଛନ୍ତି ।

ସେପଟେ କାବୁଲ ଆକ୍ରମଣ ସମ୍ପର୍କରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ହ୍ୱାଇଟ ହାଉସର ଚେତାବନୀ ଦେଇଛନ୍ତି । ଖୋଜି ଖୋଜି ଆତଙ୍କବାଦୀଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ । ଆମେରିକୀୟ ସେନ୍ୟଙ୍କ ମୃତ୍ୟୁ ପାଇଁ ସେମାନଙ୍କୁ ଉଚିତ ମୂଲ୍ୟ ଦେବାକୁ ପଡିବ । ବିସ୍ଫୋରଣ ଭୁଲିହେବ ନାହିଁ କି, ସେମାନଙ୍କୁ କ୍ଷମା କରାଯିବ ନାହିଁ । ଯେଉଁଠି ଲୁଚିଲେ ବି ଆମେରିକା ଆଖିରୁ ବର୍ତ୍ତି ଯିବେ ନାହିଁ । ଆଫଗାନିସ୍ତାନରେ ରହୁଥିବା ସମସ୍ତ ଆମେରିକୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ସହିତ ସହଯୋଗୀମାନଙ୍କୁ ମଧ୍ୟ ଉଦ୍ଧାର କରାଯିବ ବୋଲି କହିଛନ୍ତି ବାଇଡେନ୍