• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆଫଗାନିସ୍ତାନ ପ୍ରସଙ୍ଗରେ ପାକିସ୍ତାନକୁ ଘେରିଲା ଇରାନ୍

  • ପାକିସ୍ତାନର ବ୍ୟବହାର ଓ ଆଚରଣକୁ କଡ଼ା ବିରୋଧ

ଆଫଗାନିସ୍ତାନରେ ପାକିସ୍ତାନର ହସ୍ତକ୍ଷେପକୁ ନେଇ ଉଠୁଛି ପ୍ରଶ୍ନ । ଇରାନ, ପାକିସ୍ତାନର ବ୍ୟବହାର ଓ ଆଚରଣକୁ କଡ଼ା ବିରୋଧ କରିଛି । ତାଲିବାନଙ୍କୁ ସମର୍ଥନ, ପଞ୍ଜଶିରରେ ପାକିସ୍ତାନ ବାୟୁ ସେନାର ଆକ୍ରମଣକୁ କଡ଼ା ନିନ୍ଦା କରିଛି ଇରାନ । ଆଫଗାନିସ୍ତାନରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି, ତାକୁ ସମାଧାନ କରିବା କଥା, ନା କି ସାମରିକ ବଳ ପ୍ରୟୋଗ କରିବା ଉଚିତ୍ ବୋଲି ପ୍ରଶ୍ନ କରାଯାଇଛି । ଆଫଗାନରେ ଯାହା ହେଉଛି ତାକୁ ପାକିସ୍ତାନ ଭର୍ଚୁଆଲରେ କରାଉଛି ବୋଲି ଇରାନ କହିଛି । ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଇରାନ ଖୋଲାଖୋଲି ତାଲିବାନ୍ ପ୍ରସଙ୍ଗରେ ପାକିସ୍ତାନ ବିରୋଧରେ ମୁହଁ ଖୋଲିଛି ।

ସେପଟେ କାବୁଲରେ ବି ପାକିସ୍ତାନ ବିରୋଧରେ ଖୋଲାଖୋଲି ବିରୋଧ ଦେଖିବାକୁ ମିଳିଛି । ଗତକାଲି ରାତିରେ ବହୁ ସଂଖ୍ୟାରେ ମହିଳା ରାସ୍ତା ଉପରେ ଓହ୍ଲାଇ ପାକିସ୍ତାନ ବିରୋଧରେ ନାରାବାଜୀ କରିଛନ୍ତି । ପଞ୍ଜଶିରରେ ପାକିସ୍ତାନ ବାୟୁ ସେନା ଅହମ୍ମଦ ମାସୁଦ୍ ଓ ନର୍ଦ୍ଦନ ଆଲାଏନ୍ସର ସେନା ଉପରେ ଆକ୍ରମଣ କରିଥିବା ଅଭିଯୋଗ ରହିଛି । ବହୁ ସଂଖ୍ୟାରେ ପାକ୍ ବାୟୁ ସେନାର ଫାଇଟର ଜେଟ୍ ତାଲିବାନକୁ ସହଯୋଗ କରିଥିବା ମାସୁଦ୍ ଅଭିଯୋଗ କରିଥିଲେ । ଏହାପରେ ପାକିସ୍ତାନର ଚିନ୍ତାଧାରା ଓ ଅସଲ ଚେହେରା ବିଶ୍ୱ ସମ୍ମୁଖରେ ଖୋଲିଛି ।

ସେପଟେ ପଞ୍ଜଶିରରେ ଶେଷ ହୋଇନି ଯୁଦ୍ଧ । ପଞ୍ଜଶିର ଘାଟିରେ କିଛି ଅଜ୍ଞାତ ସାମରିକ ବିମାନ ଆକ୍ରମଣ କରିଥିବା ଖବର ମିଳିଛି । ତାଲିବାନୀଙ୍କ ଠିକଣାକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି । ଗତକାଲି ତାଲିବାନ୍ ପଞ୍ଜଶିର ଦଖଲ କଲା ‍ବୋଲି ଖବର ଆସିଥିଲା । ହେଲେ ତାଲିବାନର ଦାବିକୁ ଅଗ୍ରାହ୍ୟ କରିଥିଲା ନର୍ଦ୍ଦନ ଆଲାଏନ୍ସ । ପଞ୍ଜଶିର ଯୋଦ୍ଧା ଏବେ ବି ପ୍ରଦେଶର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରହି ଲଢ଼େଇ ଜାରି ରଖିଛନ୍ତି ବୋଲି ଟୁଇଟ୍ କରି କହିଥିଲା ।

ସୂଚନାଯୋଗ୍ୟ ପଞ୍ଜଶିର ଅକ୍ତିଆର କରିବାକୁ ତାଲିବାନ୍ ସହ ମିଶି ପଞ୍ଜଶିର ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା ପାକିସ୍ତାନ ବାୟୁସେନା । ଉପରାଷ୍ଟ୍ରପତି ଅମରୁଲ୍ଲା ସାଲହେଙ୍କୁ ଟାର୍ଗେଟ୍ କରି ତାଙ୍କ ବାସଭବନ ଉପରେ ଘନ ଘନ ଗୁଳିଗୋଳା ବର୍ଷା କରାଯାଇଥିଲା । ହମଲାରେ ମାସୁଦଙ୍କୁ ଘନିଷ୍ଠ ସହଯୋଗୀ ତଥା ନର୍ଦ୍ଦନ ଆଲାଏନ୍ସର ମୁଖପାତ୍ର ମହମ୍ମଦ ଫହିମଙ୍କ ସହ ସାଲେହଙ୍କ ପରିବାରର ବହୁ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା । ମାସୁଦ୍ ୧୯ ମିନିଟ୍‌ର ଏକ ଭିଡିଓ ଜାରି କରି ପଞ୍ଜଶିରରେ ପାକିସ୍ତାନୀ ଏୟାର ଷ୍ଟ୍ରାଇକକୁ ନିନ୍ଦା କରିବା ସହ ଏହା ବିରୋଧରେ ଆଫଗାନ୍‌ ଜନତା ଏକାଠି ହେବାକୁ ଆହ୍ୱାନ ଦେଇଥିଲେ ।