• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆଫଗାନିସ୍ତାନରୁ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି

  • ତାଲିବାନ ବନ୍ଧୁକ ମୁନରେ ଖବର ପଢ଼ାଉଛନ୍ତି

  • ଆଫଗାନିସ୍ତାନରେ ସବୁ ଠିକଠାକ ଅଛି କହିବାକୁ କହିଲେ

କାବୁଲ : ନ୍ୟୁଜ ରୁମରେ ପଶିଲେ ତାଲିବାନୀ । ଆଫଗାନିସ୍ତାନର ଏକ ଘରୋଇ ଟେଲିଭିଜନ ଚାନେଲରେ ପଶି ନ୍ୟୁଜ ଆଙ୍କରଙ୍କୁ ବନ୍ଧୁକ ମୂନରେ ଭୟଭୀତ କରିଥିଲେ । ଅନ୍ୟପଟେ ଆଫଗାନିସ୍ତାନରେ ସବୁ ଠିକଠାକ ଅଛି, କୌଣସି ବ୍ୟକ୍ତି ଭୟଭୀତ ନହେବାକୁ ଖବର ମାଧ୍ୟମରେ କହିବାକୁ ଧମକ ଦେଇଥିଲା ତାଲିବାନୀ ସେନା । ଷ୍ଟୁଡ଼ିଓରେ ଅସ୍ତ୍ରଶସ୍ତ୍ର ଧରି ପ୍ରବେଶ କରିଥିଲେ ୮ ଜଣ ସେନା । ଯାହାର ଏକ ଭିଡ଼ିଓ ସୋସିଆଲ୍ ମିଡ଼ଇାରେ ଭାଇରାଲ୍ ହୋଇଛି । ତେବେ ଏନେଇ ସ୍ୱାଧୀନ ଗଣମାଧ୍ୟମର ପ୍ରତିଶ୍ରୁତି ଦେଇଥିବା ତାଲିବାନ୍ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

୧୫ ଅଗଷ୍ଟ ରେ ତାଲିବାନର ଆଫଗାନିସ୍ତାନ ଦଖଲ ପରେ ସାମ୍ବାଦିକମାନଙ୍କୁ ଟାର୍ଗେଟ କରାଯାଉଥିବା ଖବର ଆସିଛି । ଆଫଗାନିସ୍ତାନ ଦଖଲ ପରେ ତାଲିବାନ ବିଶ୍ୱ ସାମ୍ନାରେ ନିଜ ଭାବମୂର୍ତ୍ତିରେ ସୁଧାର ଆସିଥିବା ପ୍ରମାଣିତ କରିବାକୁ ପ୍ରୟାସ ଜାରି ରଖିଛି । କିନ୍ତୁ ଏହା ସତ୍ତ୍ୱେ ତାଲିବାନର ପ୍ରକୃତ ଚେହେରା ସମସ୍ତଙ୍କ ସାମ୍ନାକୁ ଆସୁଛି । ଶାନ୍ତି ଓ ବିକାଶର ନାରା ଦେଉଥିଲେ ବି ତାଲିବାନୀ ଆଦୌ ବଦଳି ନାହାନ୍ତି ।

କିଛି ଦିନ ପୂର୍ବରୁ ଟୋଲୋ ନ୍ୟୁଜ୍ ସହିତ କାମ କରୁଥିବା ଜଣେ ଆଫଗାନିସ୍ତାନ ସାମ୍ବାଦିକ ଏବଂ ଜଣେ କ୍ୟାମେରାମ୍ୟାନ ମାଡ ମାରିଥିବା ଖବର ଆସିଥିଲା । ତାଲିବାନୀ ସଂଗଠନ ଏବେ ରାଜଧାନୀ କାବୁଲ ଏବଂ ଜଲାଲାବାଦରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିଥିବା ଖବର ଆସିଛି ।

ସେପଟେ ପୂରା ଆଫଗାନିସ୍ତାନ ଦଖଲ ପରେ ଜାରି ରହିଛି ତାଲିବାନ ବର୍ବରତା । କେତେବେଳେ ବନ୍ଧୁକ ମୁନରେ ତ କେତେବେଳେ ତଣ୍ଟି କାଟି ଅତି ନିର୍ମମ ଭାବେ ଜଣକ ପରେ ଜଣଙ୍କୁ ହତ୍ୟା କରୁଛନ୍ତି । ତାଲିବାନୀ ଏହାରି ଭିତରେ ଆଫଗାନିସ୍ତାନର ଜଣେ କାର୍ଟୁନିଷ୍ଟଙ୍କୁ ହତ୍ୟା କରିଛନ୍ତି । କାର୍ଟୁନିଷ୍ଟ ଖାସା ଜ୍ୱାନଙ୍କ ତଣ୍ଟି କାଟି ଏବଂ ଗୁଳି କରି ଅତି ବୀଭତ୍ସ ଭାବେ ହତ୍ୟା କରିଥିବା ଭିଡିଓ କିଛି ଦିନ ପୂର୍ବରୁ ଭାଇରାଲ୍ ହୋଇଥିଲା । ଏହାପରେ ସମାନ ଷ୍ଟାଇଲରେ ଆଫଗାନିସ୍ତାନର ଜଣେ ସଙ୍ଗୀତଜ୍ଞଙ୍କୁ ମଧ୍ୟ ହତ୍ୟା କରିଛନ୍ତି ।