• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଫେସବୁକ୍ କଂପାନୀର ନାଁ ବଦଳିଲା । ଏଣିକି ଫେସବୁକ୍ କଂପାନୀର ନାଁ ରହିବ ମେଟା । ଗତକାଲି ଏନେଇ ଫେସବୁକ୍ ମୁଖ୍ୟ ମାର୍କ ଜୁକରବର୍ଗ ଘୋଷଣା କରିଛନ୍ତି । କଂପାନୀର ନାଁ ବଦଳୁଥିଲେ ମଧ୍ୟ ଫେସବୁକ ସହ ଜଡିତ ସୋସିଆଲ ମିଡିଆ ଗୁଡିକର ନାଁ ଅପରିବର୍ତ୍ତିତ ରହିବ । ଯେପରିକି ଫେସବୁକ, ଇନଷ୍ଟାଗ୍ରାମ୍ ଓ ହ୍ୱାଟସଆପର ନାଁ ବଦଳିବ ନାହିଁ । ସାରା ବିଶ୍ୱର ଲୋକମାନଙ୍କୁ ଏକତ୍ର କରିବା ପାଇଁ ପ୍ରୟାସ ଜାରି ରହିବ ବୋଲି ମାର୍କ ଜୁକରବର୍ଗ କହିଛନ୍ତି । ଆପ୍ଲିକେସନ ମାଧ୍ୟମରେ ଫେସବୁକ୍ କମ୍ପାନୀକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଫେସବୁକର ନାଁ ବଦଳାଯାଇଛି ବୋଲି ଫେସବୁକ୍ ମୁଖ୍ୟ ଜୁକରବର୍ଗ ଘୋଷଣା କରିଛନ୍ତି ।

ଜୁକରବର୍ଗ କହିଛନ୍ତି ଯେ ଡିଜିଟାଲ୍ ଦୁନିଆ ଆମ ଦ୍ୱାରା ନିର୍ମିତ ହୋଇଛି, ଯେଉଁଥିରେ ଭର୍ଚୁଆଲ୍ ରିଅଲିଟି ହେଡସେଟ୍ ଏବଂ ଏଆଇ ଅନ୍ତର୍ଭୁକ୍ତ ରହିଛି । ମେଟା ମୋବାଇଲ୍‌ ଇଣ୍ଟରନେଟ୍‌ର ସ୍ଥାନ ନେବ ବୋଲି ଜୁକରବର୍ଗ ଆଶା କରୁଛନ୍ତି । ମେଟା କମ୍ପାନୀ ସହ ଫେସବୁକ୍, ହ୍ୱାଟସଆପ୍, ଇନଷ୍ଟାଗ୍ରାମ ଓ ଭର୍ଚୁଆଲ ରିଆଲିଟି ଆପ ଓକୁଲସ୍‌ ଆଦି ସାମିଲ ରହିବ । ମେଟାଭର୍ସ ପ୍ରୋଜିଏକ୍ଟ ନେଇ ଫେସବୁକ୍ ୨୦୨୧ ରେ ୧୦ ବିଲିୟନ ଡଲାର ବିନିଯୋଗ କରିଛି ।

ନାମ ପରିବର୍ତ୍ତନ ସହିତ କମ୍ପାନୀରେ ରୋଜଗାରର ମଧ୍ୟ ବଢିବାକୁ ଯାଉଛି | ମେଟାଭର୍ସ ପାଇଁ ହଜାର ହଜାର ଲୋକଙ୍କର ଆବଶ୍ୟକତା ଥିବା କମ୍ପାନୀ ଘୋଷଣା କରିଛି। ବର୍ତ୍ତମାନ କମ୍ପାନୀ ୧୦ ହଜାର ଲୋକଙ୍କୁ ନିଯୁକ୍ତି ଯୋଗାଇବାକୁ ପ୍ରସ୍ତୁତ ହେଉଛି । ଫେସବୁକ୍, ହ୍ୱାଟସଆପ୍, ଇନଷ୍ଟାଗ୍ରାମ ସମେତ ‘ଫ୍ୟାମିଲି ଅଫ୍ ଆପ୍ସ’ ଓ ଏଆର୍ ଏବଂ ଭିଆର୍ ସମ୍ବନ୍ଧିତ ହାର୍ଡୱେର ମଧ୍ୟ ରିଆଲିଟି ଆପ୍ସରେ ଅନ୍ତର୍ଭୂକ୍ତ ରହିବ ।

୨୦୦୪ ରେ ଫେସବୁକର ସୃଷ୍ଟିକର୍ତ୍ତା ମାର୍କ ଜୁକରବର୍ଗ କହିଥିଲେ ଯେ ଫେସବୁକର ଭବିଷ୍ୟତ ମେଟାଭର୍ସ୍ କନ୍ସେପ୍ଟରେ ରହିଛି। ମେଟାଭର୍ସର ଅର୍ଥ ହେଉଛି ଏକ ଭର୍ଚୁଆଲ୍-ରିଅଲିଟି ସ୍ପେସ୍, ଯେଉଁଥିରେ ଉପଭୋକ୍ତାମାନେ କମ୍ପ୍ୟୁଟର ଦ୍ୱାରା ସୃଷ୍ଟି ହେଉଥିବା ପରିବେଶରେ ପରସ୍ପର ସହିତ ଜୋଡି ହୋଇପାରିବେ । ମେଟାଭର୍ସ ମାଧ୍ୟମରେ ଉପଭୋକ୍ତା ମାନେ ସମସ୍ତ ସେବା ପାଇପାରେବେ ବୋଲି ମାର୍କ ଜୁକରବର୍ଗ କହିଛନ୍ତି ।