• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୱାସିଂଟନ୍ : ଟ୍ୱିଟର୍‌କୁ ଫେରିବେ କି ଡୋନାଲ୍ଡ ଟ୍ରମ୍ପ୍ ? ରିଷ୍ଟୋର୍ ହେବ କି ବ୍ଲକ୍ ହୋଇଥିଲା ଆକାଉଣ୍ଟ୍ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦିନ ଫ୍ଲୋରିଡାର ଜଣେ ସଂଘୀୟ ଜଜଙ୍କୁ ଟ୍ୱିଟର ଆକାଉଣ୍ଟ ରିଷ୍ଟୋର୍ କରିବା କରିବାକୁ ଅନୁରୋଧ କହିଛନ୍ତି । ଜାନୁଆରୀରେ କ୍ୟାପିଟାଲ ହିଂସା (ସଂସଦ ଭବନ) ପର ଠାରୁ ତାଙ୍କର ଟ୍ୱିଟର ଆକାଉଣ୍ଟକୁ ବ୍ଲକ୍ କରାଯାଇଥିଲା । ସେବେଠାରୁ ଟ୍ୱିଟର୍‌ ବ୍ୟବହାର କରିପାରୁନାହାନ୍ତି ଡୋନାଲ୍ଡ ଟ୍ରମ୍ପ୍ ।

ତେବେ ବର୍ତ୍ତମାନ ଟ୍ୱିଟର ବିରୋଧରେ ଫ୍ଲୋରିଡା ଜିଲ୍ଲା କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ୍ । ପ୍ରାଥମିକ ନିର୍ଦ୍ଦେଶ ପାଇଁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ଟ୍ରମ୍ପ । ଆମେରିକୀ କଂଗ୍ରେସର ସଦସ୍ୟ ଦ୍ୱାରା ତାଙ୍କ ଆକାଉଣ୍ଟକୁ ବ୍ଲକ୍ ରଖିବାକୁ ବାଧ୍ୟ କରାଯାଇଥିଲା ବୋଲି ମଧ୍ୟ ଯୁକ୍ତି ବାଢ଼ିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି । ଜାନୁଆରୀ ୬ରେ କ୍ୟାପିଟାଲ ହିଲ ଉପରେ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଆକ୍ରମଣ କରିବା ପରେ ଟ୍ରମ୍ପଙ୍କୁ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ଗୁଡ଼ିକ ବ୍ଲକ୍ କରିଦିଆଯାଇଥିଲା । ଆକାଉଣ୍ଟ ବ୍ଲକ୍ କରିବା ପରେ ଟ୍ୱିଟର ପକ୍ଷରୁ ଏକ ବିବୃତ୍ତି ମଧ୍ୟ ଜାରି କରାଯାଇଥିଲା । ହିଂସା ଉସକାଇବା ଭଳି ସେ ଟ୍ୱିଟ୍ କରିଥିବା କହିଥିଲା କମ୍ପାନୀ, ଯାହା ଟ୍ୱିଟରର ନୀତି ଉଲ୍ଲଂଘନ କରେ । ଏହାସହ ହିଂସାକୁ ଉସକାଇବା ଭଳି ବୟାନ ରହିଥିବା ଭିଡିଓକୁ ମଧ୍ୟ ହଟାଇ ଦିଆଯାଇଥିଲା ।

ସୂଚନାଯୋଗ୍ୟ ଜାନୁଆରୀ ୬ରେ ୱାସିଂଟନ୍ ଡିସିର କ୍ୟାପିଟାଲ୍ ହିଲରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଆମେରିକା ସାଂସଦ ଭବନରେ ହିଂସାକାଣ୍ଡ ଘଟାଇଥିବା ନେଇ ଟ୍ରମ୍ପଙ୍କ ଉପରେ ଅଭିଯୋଗ ହୋଇଥିଲା । ତେବେ ଏହି ଅଭିଯୋଗକୁ ଅସ୍ୱୀକାର କରିଥିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି । ତେବେ ଏହାର ପରିଣାମ ସ୍ୱରୂପ ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫେସବୁକ୍, ଟ୍ୱିଟର୍‌ ଓ ୟୁଟ୍ୟୁବ୍ ପରି ସୋସିଆଲ ମିଡ଼ିଆ ସାଇଟକୁ ବ୍ଲକ୍ କରାଯାଇଥିଲା ।