• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଲମ୍ବୋ : ଚୀନ୍‌ର ଠକାମି ଧରାପଡ଼ିଲା । ବ୍ୟାକ୍ଟେରିଆ ଯୁକ୍ତ ସାର ବିକ୍ରି କରିବାକୁ ଚାହୁଁଥିଲା । ବଡ଼ ଝଟକା ଦେଲା ଛୋଟ ଦେଶ ଶ୍ରୀଲଙ୍କା । ବିକାଶର ସ୍ୱପ୍ନ ଦେଖାଇ ପ୍ରଥମେ ଛୋଟ ଦେଶକୁ ଋଣ ଜାଲରେ ଫସାଇ କବଜା କରିନେଉଥିଲା ଚୀନ୍ । ହେଲେ ଏଥର ଭୂମାଫିଆ ଚୀନ୍‌କୁ ପାନେ ଦେଇଛି ଶ୍ରୀଲଙ୍କା । ଚୀନ୍ ଠାରୁ ୨୦ ହଜାର ଟନ୍ ସାର ନେବା ପାଇଁ ଶ୍ରୀଲଙ୍କା ଗ୍ରହଣ କରିବାକୁ ମନା କରିଦେଇଛି । ଜିନପିଙ୍ଗ୍‌ ସରକାର ପଠାଇଥିବା ଜୈବିକ ସାର ଗୁଣବତ୍ତା ଭଲ ନୁହଁ ବୋଲି କହିଛି  । ତେବେ ଶ୍ରୀଲଙ୍କାର ଏହି ନିଷ୍ପତ୍ତି ଚୀନ୍ ପାଇଁ ଏକ ବଡ କ୍ଷତି ଘଟାଇଛି । ସାରକୁ ନେଇ ଉଭୟ ଦେଶ ମଧ୍ୟରେ କୂଟନୈତିକ କନ୍ଦଳ ଆରମ୍ଭ ହୋଇଛି।

ବିଶ୍ୱର ପ୍ରଥମ ସଂପୂର୍ଣ୍ଣ ଜୈବିକ କୃଷି ଦେଶ ଭାବରେ ମାନ୍ୟତା ଦେବା ପାଇଁ କିଙ୍ଗଦାଉ ସେବିନ୍ ସିୱିନ ବାୟୋ-ଟେକ୍ ଗ୍ରୁପ୍ ସହିତ ଏକ ଚୁକ୍ତି କରିଥିଲା ଶ୍ରୀଲଙ୍କା । ଚୀନ୍‌ର ଏହି ଟେକ୍ ଗ୍ରୁପ୍ ସମୁଦ୍ର ଶୈବାଳରୁ ସାର ଉତ୍ପାଦନ କରେ । ଚୁକ୍ତି କ୍ରମେ ଚୀନ୍‌ରୁ ଶ୍ରୀଲଙ୍କାକୁ ସାର ରପ୍ତାନୀ କରାଯାଇଥିଲା । ହେଲେ ଖରାପ ଗୁଣବତ୍ତା ପାଇଁ ବର୍ତ୍ତମାନ ସାର ନେବାପାଇଁ ମନା କରିଦେଇଛି ଶ୍ରୀଲଙ୍କା ।

ଶ୍ରୀଲଙ୍କା ବ୍ୟାଙ୍କକୁ କଳା ତାଲିକାଭୁକ୍ତ କଲା ଚାଇନା

ଶ୍ରୀଲଙ୍କାର ଏହି ପଦକ୍ଷେପ ଦ୍ୱାରା ରକ୍ତଚାଉଳ ଚୋବାଉଛନ୍ତି ଜିନପିଙ୍ଗ ସରକାର । ଆଉ ଏହାର ପ୍ରତିଶୋଧ ନେବାକୁ ଡ୍ରାଗନ୍ ଶ୍ରୀଲଙ୍କା ବ୍ୟାଙ୍କକୁ କଳା ତାଲିକାଭୁକ୍ତ କରିଛି । ଅନ୍ୟପଟେ ଚୀନ୍ ପଠାଇଥିବା ଏହି ସାର ବିରୋଧରେ ଶ୍ରୀଲଙ୍କାରେ ବଡ଼ ଧରଣର ବିରୋଧ କରାଯାଉଛି । ଶ୍ରୀଲଙ୍କାର ବୈଜ୍ଞାନିକମାନେ ମଧ୍ୟ ଚୀନ୍‌ର ସାରକୁ ନାପସନ୍ଦ କରିଛନ୍ତି ।

ଚୀନ୍‌ ସାରରେ ବ୍ୟାକ୍ଟେରିଆ

ଶ୍ରୀଲଙ୍କା ପଠାଇଥିବା ସାରର ନମୁନା ପରୀକ୍ଷା ପରେ ଚୀନ୍‌ର ଘୋଟାଲା ଜଣାପଡ଼ିଥିଲା । ସାରରେ କ୍ଷତିକାରକ ବ୍ୟାକ୍ଟେରିଆ ଥିବା ଜଣାପଡ଼ିଛି । ଏହି ସାରା ବ୍ୟବହାର ଦ୍ୱାରା ଫସଲରେ ବ୍ୟାପକ କ୍ଷତି ଘଟାଇବ ବୋଲି ଶ୍ରୀଲଙ୍କା କହିଛନ୍ତି କୃଷି ବିଭାଗର ମହାନିର୍ଦ୍ଦେଶକ । ସାରରେ ମିଳିଥିବା ବ୍ୟାକ୍ଟେରିଆ ଗାଜର ଏବଂ ଆଳୁ ପରି ଫସଲ ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି ସେ କହିଛନ୍ତି ।