• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଅର୍ଥନୀତିରେ ନୋବେଲ ଘୋଷଣା

  • ୩ ଅର୍ଥନୀତିଜ୍ଞ ମିଳିତ ଭାବେ ପାଇବେ ପୁରସ୍କାର

ନୂଆଦିଲ୍ଲୀ: ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା ହୋଇଛି। ୩ ଅର୍ଥନୀତିଜ୍ଞ ମିଳିତ ଭାବେ ପାଇବେ ନୋବେଲ ପୁରସ୍କାର ପାଇବେ ବୋଲି ଜଣାପଡ଼ିଛି। ଡେଭିଡ଼ କାର୍ଡ, ଜୋସୁଆ ଡି. ଆଙ୍ଗ୍ରିଷ୍ଟ, ଗାଇଡୋ ଡବ୍ଲୁ. ଇମ୍ବେନ୍ସ ଏହି ସମ୍ମାଜନକ ପୁରସ୍କାର ପାଇବେ। ପୁରସ୍କାରର ଅଧା ପାଇବେ କାର୍ଡ; ବାକି ଅଧା ଅନ୍ୟ ୨ ଜଣ ପାଇବା ନେଇ ସୂଚନା ମିଳିଛି।

ତେବେ ଏହା ପୂର୍ବରୁ ୮ ଅକ୍ଟୋବରରେ ନୋବେଲ ଶାନ୍ତି ପୁରସ୍କାର ଦୁଇ ଜଣ ସାମ୍ବାଦିକ ପାଇବା ନେଇ ଘୋଷଣା କରାଯାଇଥିଲା । ଆମେରିକୀୟ ସାମ୍ବାଦିକ ମାରିଆ ରେସା ଓ ଋ଼ଷିଆର ସାମ୍ବାଦିକ ଦିମିତ୍ରି ମୁରାତୋଭଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଘୋଷଣା କରାଯାଇଥିଲା । ବିଶ୍ୱ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ, ବାକ୍ ସ୍ୱାଧିନତା ପାଇଁ କାର୍ଯ୍ୟ କରିଥିବାରୁ ଏହି ସବୋର୍ଚ୍ଚ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯିବା ନେଇ ସୂଚନା ମିଳିଥିଲା।