• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବେଜି : ଚୀନ୍ ସରକାରଙ୍କ ତାଲିବାନୀ ପ୍ରେମ । ତାଲିବାନ ସରକାର ଗଠନ ପରେ ପ୍ରଥମ ସହାୟତା ପଠାଇବେ ଜିନପିଙ୍ଗ୍ ସରକାର । ଆଫଗାନିସ୍ତାନରେ ତାଲିବାନ ସରକାରକୁ ମାନ୍ୟତା ଦେବା ପରେ ୩୧୦ ଲକ୍ଷ ସହାୟତା ଘୋଷଣା କରିଥିଲା ଚୀନ୍  । କିଛି ଦିନ ମଧ୍ୟରେ କାବୁଲରେ ପହଞ୍ଚିବ ଆଫଗାନିସ୍ତାନରେ ସହାୟତା ପହଞ୍ଚିଯିବ ବୋଲି କହିଛନ୍ତି ଚୀନ୍‌ର ରାଷ୍ଟ୍ରଦୂତ ୱାଙ୍ଗ ୟୁ । ୱାଙ୍ଗ ୟୁ ଗତ ରବିବାର ଦିନ ଆଫଗାନିସ୍ତାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଅମିର ଖାନ ମୁତାକି (Amir Khan Muttaqi) ଙ୍କ ସହ ସାକ୍ଷାତ ପରେ ଏହି କଥା କହିଛନ୍ତି ଚୀନ୍‌ର ରାଷ୍ଟ୍ରଦୂତ । ଆଗାମୀ ଦିନରେ ଆସୁଥିବା ପ୍ରବଳ ଶୀତ ପାଇଁ ଏହା ଆଫଗାନୀଙ୍କ ପାଇଁ ସାହାଯ୍ୟ ହେବ ବୋଲି ସେ କହିଛନ୍ତି ।

ଆଫଗାନିସ୍ତାନର ଆବଶ୍ୟକତା ଉପରେ ଚୀନ୍ ସମ୍ପୂର୍ଣ୍ଣ ଧ୍ୟାନ ରଖୁଛି ବୋଲି କହିଛନ୍ତି ୱାଙ୍ଗ ୟୁ । ଆଫଗାନିସ୍ତାନକୁ ମାନବିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଚୀନ୍ ସରକାର । ସାହାଯ୍ୟର ପ୍ରଥମ ଯୋଗାଣ ପରେ ଦ୍ୱିତୀୟ ଯୋଗାଣରେ ଆଫଗାନିସ୍ତାନରେ ଆବଶ୍ୟକ ସାମଗ୍ରୀ ଏବଂ ଖାଦ୍ୟ ମଧ୍ୟ ପହଞ୍ଚି ଯିବ ।

ସେପଟେ ଚୀନ୍‌କୁ ସହାୟତା ପାଇଁ ଧନ୍ୟବାଦ ଜଣାଇଛନ୍ତି ତାଲିବାନର ବଦେଶିକ ମନ୍ତ୍ରୀ ମୁତାକି । ଦେଶକୁ ଆବଶ୍ୟକ ସମୟରେ ସହାୟତା ପ୍ରଦାନ କରିଛି ଚୀନ୍ । ବର୍ତ୍ତମାନ ଉଭୟ ଦେଶ ମଧ୍ୟରେ ସର୍ବଦା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବଜାୟ ରହିବ । ଅନ୍ୟପଟେ ସହାୟତା ଆବଶ୍ୟକ କରୁଥିବା ଆଫଗାନୀଙ୍କ ନିକଟରେ ସାମଗ୍ରୀ ପହଞ୍ଚିବ ବୋଲି ମଧ୍ୟ ସେ କହିଛନ୍ତି ।

ସୂଚନାଯୋଗ୍ୟ ତାଲିବାନୀ ସଂଗଠନ ଅଗଷ୍ଟ ୧୫ ତାରିଖ କାବୁଲ ଉପରେ କବ୍‌ଜା କରିବା ପରେ ସମ୍ପୂର୍ଣ୍ଣ ଆଫଗାନିସ୍ତାନ ଜିତିଥିବା ଘୋଷଣା କରିଥିଲା । ତାଲିବାନମାନେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରିଥିଲେ । ତେବେ ସରକାର ଗଠନ ପରେ ଅଧିକ ନିଷ୍ଠୁର ହୋଇଯାଇଛି ତାଲିବାନୀ ସଂଗଠନ । ପୂର୍ବତନ ସରକାରରେ ଥିବା ଲୋକ, ଆମେରିକାକୁ ସହାୟତା କରୁଥିବା ବ୍ୟକ୍ତି ଏବଂ ନାଶନାଲ ରେସିଷ୍ଟେଣ୍ଟ ଫୋର୍ସ ସଦସ୍ୟଙ୍କୁ ଖୋଜି ଖୋଜି ମୃତ୍ୟୁ ଦଣ୍ଡ ଦେଉଛି ତାଲିବାନ ସେନା । ଏପରିକି ସେମାନଙ୍କ ପରିବାରରେ ଶିଶୁମାନେ ମଧ୍ୟ ତାଲିବାନଙ୍କ ପୈଶାଚିକତାରୁ ବାଦ ପଡ଼ୁନାହାନ୍ତି । ନିକଟରେ ତାଲିବାନମାନେ ଜଣେ ଶିଶୁକୁ ଏହିପରି ଭାବେ ଅତି ନିଷ୍ଠୁରତାର ସହ ହତ୍ୟା କରିଛନ୍ତି।