• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଭାରତ ପାଇଁ ବଢ଼ିବ ଟେନସନ୍

  • ଭାରତ ବିରୋଧୀ ଷଡ଼ଯନ୍ତ୍ରରେ ଲିପ୍ତ ଭୂମାଫିଆ ଚୀନ୍

ବେଜିଂ : ଭାରତ ବିରୋଧୀ ଷଡ଼ଯନ୍ତ୍ରରେ ଲିପ୍ତ ଭୂମାଫିଆ ଚୀନ୍ । ସମୁଦ୍ରରେ ଜାଲ ବିଛାଇବା ଆରମ୍ଭ କରିଛି ଡ୍ରାଗନ୍ । ଚୀନ୍ ଜାଣିଶୁଣି ସବୁବେଳେ ପାକିସ୍ତାନକୁ ସମର୍ଥନ କରିବା ସହ ଏବେ ଇମ୍ରାନ୍ ସରକାରଙ୍କୁ ଏକ ବିନାଶକାରୀ ଯୁଦ୍ଧପୋତ ପ୍ରଦାନ କରିଛି । ଯାହା ପାକିସ୍ତାନର ନୌସେନାର ଶକ୍ତିକୁ ବହୁଗୁଣିତ କରିବ । ଚୀନ୍ ସରକାରୀ ମିଡିଆ ଅନୁସାରେ ପାକିସ୍ତାନକୁ ନୂତନ ତଥା ଉନ୍ନତ ଯୁଦ୍ଧ ଜାହାଜ ପ୍ରଦାନ କରିଛି ବେଜିଂ । ଚାଇନା ଷ୍ଟେଟ ସିପବିଲଡିଂ କର୍ପୋରେସନ ଲିମିଟେଡ (ସିଏସଏସସି) ଦ୍ୱାରା ଡିଜାଇନ୍ ହୋଇଥିବା ନିର୍ମିତ ଯୁଦ୍ଧ ଜାହାଜକୁ ସାଂଘାଇରେ ଏକ କମିଶନ ସମାରୋହରେ ପାକିସ୍ତାନ ନୌସେନାକୁ ହସ୍ତାନ୍ତର କରାଯାଇଛି ।

ପାକିସ୍ତାନୀ ନୌସନା ଏହି 054A / P ଯୁଦ୍ଧପୋତକୁ ପିଏନ୍‌ଏସ୍ ତୁରଗିଲ ନାମରେ ନାମିତ କରିଛି । ତୁରଗିଲ ଚାରି ପ୍ରକାରର 054 ଯୁଦ୍ଧପୋତର ପ୍ରଥମ ଭାଗ ଅଟେ, ଆଉ ଏହାକୁ ପାକିସ୍ତାନ ସେନା ପାଇଁ ନିର୍ମାଣ କରାଯାଇଛି । ୨୦୧୭ରେ ଉଭୟ ଦେଶ ମଧ୍ୟରେ 054 ଯୁଦ୍ଧପୋତ ପାଇଁ ଚୁକ୍ତି ସ୍ୱାକ୍ଷର ହୋଇଥିଲା । ଆଉ ଏହି ଚୁକ୍ତି ଅଧୀନରେ ଅଗଷ୍ଟ ୨୦୨୦ରେ ପ୍ରଥମ ଯୁଦ୍ଧପୋତ ପ୍ରସ୍ତୁତ କରାଯାଇଥିଲା, ବର୍ତ୍ତମାନ ଏହାର ପରୀକ୍ଷଣ କରାଯାଇଛି । ଚୀନ୍ ନୌସେନା ସମୁଦ୍ରରେ ଅତି କମରେ ୩୦ ପ୍ରକାର 054 ଯୁଦ୍ଧପୋତ ନିୟୋଜିତ କରିଛନ୍ତି ।

ନୂତନ ଯୁଦ୍ଧପୋତ ଚାଇନାର ପୁରୁଣା ଯୁଦ୍ଧ ଜାହାଜ ଅପେକ୍ଷା ଉନ୍ନତ ଧରଣର ହୋଇଥିବା ବେଳେ ବାୟୁ ପ୍ରତିରକ୍ଷା କ୍ଷମତା ପ୍ରଦାନ କରିଥାଏ ବୋଲି ପିପୁଲ୍ସ ଲିବରେସନ୍ ଆର୍ମିର ନାଭାଲ୍ ରିସର୍ଚ୍ଚ ଏକାଡେମୀର ଜଣେ ବରିଷ୍ଠ ଗବେଷକ କହିଛନ୍ତି । ଏଥିରେ ଉନ୍ନତ ରାଡାର ବ୍ୟବସ୍ଥା ରହିଛି ଏବଂ ଦୂରଗାମୀ କ୍ଷେପଣାସ୍ତ୍ର ସହିତ ସଜ୍ଜିତ ହୋଇଛି ନୂତନ ଯୁଦ୍ଧପୋତ ।

ବାୟୁ ଓ ପାଣିରେ ମାରକ କ୍ଷମତା ସହ ସଜ୍ଜିତ ଏହି ଯୁଦ୍ଧ ପୋତ । ଏଥିରେ ଆତ୍ମରକ୍ଷା କ୍ଷମତା ଏବଂ ଯୁଦ୍ଧ ପରିଚାଳନା ସହିତ ଇଲେକ୍ଟ୍ରୋନିକ୍ ଯୁଦ୍ଧ ପ୍ରଣାଳୀ ମଧ୍ୟ ରହିଛି । ସେହିପରି ଟାଇପ୍ 054A / P ଯୁଦ୍ଧପୋତ ଯେକୌଣସି ପରିସ୍ଥିତିରେ ଯୁଦ୍ଧ ମିଶନ କରିପାରିବ ବୋଲି ପାକିସ୍ତାନୀ ପକ୍ଷରୁ କୁହାଯାଇଛି । ଏହି ଜାହାଜ ଚୀନ୍ ଦ୍ୱାରା ରପ୍ତାନୀ ହୋଇଥିବା ବେଳେ ସର୍ବବୃହତ ତଥା ଉନ୍ନତ ଯୁଦ୍ଧ ଜାହାଜ ଅଟେ।