ଭାରତ ଉପରେ ନଜର ରଖିବା ପାଇଁ ୫୦ ହଜାର ସେନା ମୁତୟନ ସହ ଡ୍ରୋନ୍‌ ଉଡ଼ାଉଛି ଡ୍ରାଗନ

ଭାରତ-ଚୀନ୍‌ ସୀମାରେ ଚୀନ୍‌ ତାର କାର୍ଯ୍ୟକଳାପକୁ ବଢାଇବାରେ ଲାଗିଛି । ପୂର୍ବ ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ନିକଟରେ ଚୀନ୍ ପ୍ରାୟ ୫୦ ହଜାରରୁ ଅଧିକ ସେନାଙ୍କୁ ନିୟୋଜିତ କରିଛି । ଏହାସହ ଭାରତୀୟ ସୀମା ନିକଟରେ ଡ୍ରୋନ୍ ଉଡୁଥିବାର ମଧ୍ୟ ଦେଖିବାକୁ ମିଳିଛି ।

ସୀମାରେ ଚୀନ୍‌ର ୫୦ ହଜାର ସୌନିକ ସହ ଡ୍ରୋନ୍‌ ରଖୁଛି ଭାରତ ଉପରେ ନଜର

ନୂଆଦିଲ୍ଲୀ: ଭାରତ-ଚୀନ୍‌ ସୀମାରେ ଚୀନ୍‌ ତାର କାର୍ଯ୍ୟକଳାପକୁ ବଢାଇବାରେ ଲାଗିଛି । ପୂର୍ବ ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ନିକଟରେ ଚୀନ୍ ପ୍ରାୟ ୫୦ ହଜାରରୁ ଅଧିକ ସେନାଙ୍କୁ ନିୟୋଜିତ କରିଛି । ଏହାସହ ଭାରତୀୟ ସୀମା ନିକଟରେ ଡ୍ରୋନ୍ ଉଡୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହି ଡ୍ରୋନ୍ ଟି ଦୌଲତାବାଗ୍‌ର ଓଲଡି ସେକ୍ଟର, ଗୋଗ୍ରା ହାଇଟ୍ସ ଆଦି ସ୍ଥାନ ସହ ଅନ୍ୟାନ୍ୟ ସ୍ଥାନରେ ଦୃଶ୍ୟମାନ ହେଉଛି । ଚୀନ୍‌ର ଏହି କାର୍ଯ୍ୟ କଳାପ ଉପରେ ଭାରତୀ ସେନା ତାର ତୀକ୍ଷ୍ଣ ନଜର ରଖିଛି ।

ଭାରତୀୟ ସେନା ମଧ୍ୟ ବିଭିନ୍ନ ଉପାୟ ମାଧ୍ୟମରେ ଚୀନ୍‌ର ଏହି କାର୍ଯ୍ୟକଳାପ ଉପରେ ନଜର ରଖିଛି । ANI ରିପୋର୍ଟ ଅନୁଯାୟୀ, ଚୀନ୍‌ ଉପରେ ନଜର ରଖିବା ପାଇଁ ଭାରତ ପକ୍ଷରୁ ମଧ୍ୟ ଡ୍ରୋନ୍ ପ୍ରସ୍ତୁତ କରାଯାଉଛି । ଡ୍ରୋନ୍‌ ପ୍ରସ୍ତୁତ ପରେ ଖୁବ୍ ଶୀଘ୍ର ଭାରତୀୟ ସେନାରେ ନୂଆ ଇସ୍ରାଏଲ୍ ଏବଂ ଡ୍ରୋନ୍‌କୁ ନିୟୋଜିତ କରିବ । ପୂର୍ବାଞ୍ଚଳ ଲଦାଖର ଅନେକ ଅଞ୍ଚଳରେ ଚୀନ୍ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ଆଗାମୀ ଦିନର ହାଡଭଙ୍ଗା ଶୀତରୁ ରକ୍ଷା ପାଇବା ପାଇଁ ଚୀନ୍‌ ତାର ସେନା ପାଇଁ ଟେଣ୍ଟ ବଦଳରେ ପକ୍କା ଘରର ବ୍ୟବସ୍ଥା କରିଛି । ଭାରତୀୟ ସେନା ସହ ମୁକାବିଲା କରିବାକୁ ଅସମର୍ଥ ଥିବା ଚୀନ୍‌ ଏବେ ଶୀତର ମୁକାବିଲା ପାଇଁ ପ୍ରସ୍ତୁତି ଜାରି ରଖିଛି । କେବଳ ଏତିକି ନୁହେଁ, ଚୀନ୍‌ ତିବ୍ଦତରେ ପୁଞ୍ଜି ବିନିଯୋଗ କରିବା ସହ ତିବ୍ଦତର ଲୋକଙ୍କୁ ତାର ସେନାରେ ନୟୋଜିତ କରୁଛି । କାରଣ ଆଗାମୀ ଯୁଦ୍ଧରେ ସେମାନେ LAC ର ସେନାରେ ସାମିଲ ହୋଇ ସେମାକୁ ସହଯୋଗ କରିପାରିବେ ।

ଭାରତ ଓ ଚୀନ୍‌ ମଧ୍ୟରେ ଥିବା ୩ ହଜାର ୪୮୮ କିଲୋମିଟର ଲମ୍ବ ବିଶିଷ୍ଟ LAC କୁ ନେଇ ସବୁବେଳେ ବିବାଦ ଦେଖାଯାଏ । ହେଲେ ଏବେ ପର୍ଯ୍ୟନ୍ତ ମଧ୍ୟ ଭାରତ ଶାନ୍ତି ପ୍ରସ୍ତାବ ଦେଉଛି । ଅରୁଣାଚଳକୁ ତିବ୍ଦତର ଏକ ଅଂଶ ବୋଲି ଚୀନ୍‌ ଦାବି କରୁଥିବାବେଳେ ଏକ ଇଞ୍ଚ ଜମିରେ ମଧ୍ୟ କେହି ଅନୁପ୍ରବେଶ କରିପାରିବେ ନାହିଁ ବୋଲି ଭାରତ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତାଲିବାନକୁ ସମର୍ଥନ କରି ଚୀନ୍ ଏବେ ସାରା ବିଶ୍ୱ ଆଗରେ ଖରାପ୍‌ ସାବ୍ୟସ୍ତ ହୋଇଛି ।