• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଚୀନ୍‌ ସରକାରଙ୍କ ନୂଆ ନିୟମ

  • କମିବ ପିଲାଙ୍କ ପାଠପଢା ଚାପ

ବେଜିଂ: ଚୀନ୍‌ର ପିଲାଙ୍କ ପାଇଁ ଖୁସି ଖବର । ପିଲାଙ୍କୁ ହୋମ୍‌ୱାର୍କ ଓ ଟ୍ୟୁସନ୍‌ର ଚାପ କମାଇବା ପାଇଁ ଚୀନ୍‌ ସରକାରଙ୍କ ପକ୍ଷରୁ ଏକ ନୂଆ ଆଇନ୍‌ ଘୋଷଣା କରାଯାଇଛି । ଯାହା ଦ୍ୱାରା ଚୀନ୍‌ର ଛାତ୍ରଛାତ୍ରୀଙ୍କ ପାଇଁ ହୋମୱାର୍କ ଏବଂ ଟ୍ୟୁସନର ପାଠପଢା ଚାପ ମାତ୍ରାଧିକ ହ୍ରାସ ହୋଇପାରିବ । ଛାତ୍ରଛାତ୍ରୀଙ୍କ ଉପରୁ ଅତ୍ୟାଧିକ ପାଠପଢା ଚାପକୁ କମାଇବା ତଥା ସେମାନଙ୍କୁ ପାଠପଢା ଭାରରୁ ଚାପମୁକ୍ତ କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି ।

ସୂଚନା ଅନୁସାରେ , ଅଭିଭାବକମାନେ ଅଧ୍ୟୟନ ପାଇଁ ସେମାନଙ୍କ ପିଲାମାନଙ୍କ ଉପରେ ଚାପ ନପାଇବା ତଥା ପିଲାଙ୍କୁ ବ୍ୟାୟାମ ଏବଂ ବିଶ୍ରାମ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଭିଭାବକମାନେ ଏହି ନିୟମକୁ ସଠିକ୍‌ ଭାବରେ ମାନୁଛନ୍ତି କି ନାହିଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ତାହାର ତଦାରଖ ମଧ୍ୟ କରାଯିବ । କେବଳ ଏତିକି ନୁହେଁ ଚୀନ୍‌ ସରକାର, ପିଲାମାନଙ୍କ ମଧ୍ୟରେ ଥିବା ଅନ୍‌ଲାଇନ୍‌ ଗେମ୍‌ର କ୍ରେଜ୍‌କୁ କମ୍‌ କରିବାକୁ ନୂଆ ନିୟମ ଘୋଷଣା କରିଛନ୍ତି ।

ପିଲାମାନଙ୍କ ମଧ୍ୟରେ ଅନ୍‌ଲାଇନ୍‌ ଗେମ୍‌ର କ୍ରେଜ୍‌ କୌଣସି ନିଶା ଠାରୁ କମ୍‌ ହେବ ନାହିଁ ତେଣୁ ଚୀନ୍‌ର ଯୁବଗୋଷ୍ଠୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍‌ଲାଇନ୍‌ ଗେମ୍‌ର କ୍ରେଜ୍‌କୁ ନେଇ ସରକାର ଚିନ୍ତିତ ଅଛନ୍ତି । ଯୁବଗୋଷ୍ଠୀ ପାଇଁ ନିଶା ପାଲଟିଥିବା ଅନ୍‌ଲାଇନ୍‌ ଗେମ୍‌ କ୍ରେଜ୍‌କୁ କିପରି ଭାବରେ ହ୍ରାସ କରିବେ ତାହା ଉପରେ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି । ବର୍ତ୍ତମାନ ଯୁଗର ଯୁବପିଢୀ ସୋସିଆଲ୍‌ ମିଡିଆର ସେଲିବ୍ରେଟିଙ୍କ ଉପରେ ଅଧିକ ବିଶ୍ୱାସ ରଖିବା ସହ ସେମାନଙ୍କର ଜୀବନ ଶୈଳୀ ତଥା ବ୍ୟକ୍ତିତ୍ୱକୁ ଅନୁକରଣ କରୁଛନ୍ତି । ତେଣୁ ଆଗାମୀ ଦିନରେ ସୋସିଆଲ୍‌ ମିଡିଆର ଫେମସ୍‌ ସେଲିବ୍ରେଟିମାନଙ୍କ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରୟାସ ଜାରି ରହିଛି ।

ଗତ କିଛି ମାସ ହେବ ଚୀନ୍‌ରେ ସରକାରଙ୍କ ପକ୍ଷରୁ ଗେମ୍‌ ଖେଳିବା ସମୟ ସୀମା ଉପରେ ପ୍ରତିବନ୍ଧକ ଲଗାଇଛି । ଯାହା ଫଳରେ ଗେମ୍‌ ଖେଳିବା ସମୟ ସୀମିତ ହୋଇଯାଇଛି । ତେଣୁ ସେମାନଙ୍କୁ କେବଳ ଶୁକ୍ରବାର, ଶନିବାର ଏବଂ ରବିବାର ଦିନରେ ହିଁ ମାତ୍ର ୧ ଘଣ୍ଟା ପାଇଁ ଅନଲାଇନ୍ ଖେଳିବାକୁ ଅନୁମତି ମିଳିଛି । କେବଳ ଏତିକି ନୁହେଁ ହୋମୱାର୍କ ଉପରେ ମଧ୍ୟ କଟକଣା ଲଗାଯାଇଛି । ଯେଉଁଥିରେ ଛୁଟିଦିନ ଏବଂ ସ୍କୁଲ୍‌ ଛୁଟି ହେବା ପରେ ଟ୍ୟୁସନ୍ ପାଠପଢା ଉପରେ ପ୍ରତିବନ୍ଧକ ଲଗାଯାଇଛି । ସରକାରଙ୍କ ଏହି ନିଷ୍ପତ୍ତି ପରେ ପିଲାମାନଙ୍କ ଉପରେ ପାଠପଢା ଚାପ ହ୍ରାସ ପାଇଛି ।

ଏନେଇ ଚୀନ୍ ସଂସଦ କହିଛନ୍ତି, କୌଣସି ପିଲା ଯଦି ଖରାପ ବ୍ୟବହାର କରୁଛନ୍ତି ତଥା କୌଣସି ଅପରାଧ କାର୍ଯ୍ୟରେ ଲିପ୍ତ ରହୁଛି, ତେବେ ଏଥିପାଇଁ କେବଳ ସେମାନଙ୍କ ପିତାମାତା ଦାୟୀ ଅଟନ୍ତି । ପିଲାମାନେ ଅପରାଧ କଲେ ସେମାନଙ୍କ ଅପରାଧର ଦଣ୍ଡ ସେମାନଙ୍କ ପିତାମାତାଙ୍କୁ ଦିଆଯିବ ।