• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଟମାଟୋ ପାଇଁ ବିଶ୍ୱରେକର୍ଡ କଲେ । ଜଣେ ବ୍ରିଟିଶ ନାଗରିକ ଗୋଟିଏ ଡାଳରେ ୮୩୯ ଟମାଟୋ ଫଳାଇ ବିଶ୍ୱରେକର୍ଡ ସୃଷ୍ଟି କରିଛନ୍ତି । ଇଂଲଣ୍ଡର ଷ୍ଟାନଷ୍ଟେଡ୍ ଆବଟ୍‌ସରେ ରହୁଥିବା ୪୩ ବର୍ଷିୟ ଡଗଲାସ୍ ସ୍ମିଥ୍ ମାର୍ଚ୍ଚ ମାସରେ ମଞ୍ଜି ବୁଣିଥିଲେ ଏବଂ ସେପ୍ଟେମ୍ବର ମାସରେ ଟମାଟୋ ଅମଳ କରିଛନ୍ତି । ଗୋଟିଏ ଡାଳରୁ ୮୩୯ ଟମାଟୋ ଫଳାଇବା କୌଣସି ଆଶ୍ଚର୍ଯ୍ୟ ଠାରୁ କମ୍ ନୁହେଁ । ଟମାଟୋ ଗଛର ଯତ୍ନ ପାଇଁ ସପ୍ତାହକୁ ସେ ୩-୪ ଘଣ୍ଟା ସମୟ ନେଉଥିଲେ । ଗ୍ରୀନ୍ ହାଉସରେ ସେ ଏହି ଟମାଟୋ ଗଛ ଲଗାଇଲେ । ଗତ ବର୍ଷ ମଧ୍ୟ ସର୍ବବୃହତ ଟମାଟୋ ଗଛ ଲଗାଇ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ ।

ଏହାପୂର୍ବରୁ ଗ୍ରାହାମ୍ ଟେଣ୍ଟର୍‌ଙ୍କ ନାମରେ ଥିଲା ଏହି ରେକର୍ଡ । ଗ୍ରାହାମ୍ ଟେଣ୍ଟର୍‌ ୨୦୧୦ରେ ଗୋଟିଏ ଡାଳରେ ୪୪୮ ଟମାଟୋ ଫଳାଇ ବିଶ୍ୱରେକର୍ଡ ସୃଷ୍ଟି କରିଥିଲେ । ବର୍ତ୍ତମାନ ସ୍ମିଥ୍ ଗୋଟିଏ ଡାଳରେ ୮୩୯ ଟମାଟୋ ଫଳାଇ ସେହି ରେକର୍ଡକୁ ନିଜ ନାମରେ କରାଇ ନେଇଛନ୍ତି । ଗ୍ରାହାମ୍ ଟେଣ୍ଟର୍‌ଙ୍କ ତୁଳନାରେ ଦୁଇ ଗୁଣ ଅଧିକ ଟମାଟୋ ଫଳାଇ ପାରିଛନ୍ତି ଡଗଲାସ୍ ।

 

 

ଡଗଲାସ୍ ସ୍ମିଥ୍ ବୃତ୍ତିରେ ଜଣେ ଆଇଟି ମ୍ୟାନେଜର । ଷ୍ଟାନଷ୍ଟେଡ୍ ଆବୋଟ୍ସରେ କାମ କରୁଥିବା ଡଗଲାସ୍ ନିଜକୁ ନିଜେ ଏହି ଚ୍ୟାଲେଞ୍ଜ ଦେଇଥିଲେ । ଏଥିପାଇଁ ସେ ଏକ ମାଟି ନମୁନା ନେଇ ଏହାକୁ ବିଶ୍ଳେଷଣ କରିଥିଲେ । ସେ ସିଧାସଳଖ ମଞ୍ଜିରୁ ଟମାଟୋ ଚାରା ସୃଷ୍ଟି କରିଥିଲେ । ଆଉ ଗ୍ରୀନ୍ ହାଉସରେ ଚାରା ଲଗାଇଥିଲେ । ଟମାଟୋ ଗଛ ପଛରେ ତାଙ୍କୁ ବହୁତ ସମୟ ଅତିବାହିତ କରିବାକୁ ପଡ଼ୁଥିଲା ।

ତେବେ ଛୋଟ ଛୋଟ ଟମାଟୋରେ ଭର୍ତ୍ତି ହୋଇଥିବା ଡାଳରୁ ଟମାଟୋ ତୋଳିବା ସମୟରେ ସେ ପୋଲିସକୁ ଡାକିଥିଲେ, ଯାହା ଗିନିଜ ୱାର୍ଲ୍ଡ ରେକର୍ଡ ପାଇଁ ଯାଞ୍ଚ ହୋଇପାରିବ । ନିଜ ଫାର୍ମରୁ ଥିବା ଟମାଟୋ ଗଛରୁ ଏକ ଡାଳରୁ ସମୁଦାୟ ୮୩୯ ଟମାଟୋ କାଢ଼ିବା ପରେ, ସେଠାରେ ଉପସ୍ଥିତ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଏହି ସଫଳତା ପାଇଁ ବହୁତ ଖୁସି ଥିବା କହିଛନ୍ତି ଡଗଲାସ୍ ସ୍ମିଥ୍ । ଟମାଟୋ ଗଛ ବଢ଼ୁଥିବା ବେଳେ ତଥା ଅମଳ କରିବା ସମୟରେ ସେ ଗିନିଜ ନିୟମ ପାଳନ କରୁଥିଲେ । ବିଶ୍ୱ ସ୍ତରରେ ନିଜର ନାମରେ ରେକର୍ଡ କରିବାକୁ ତାଙ୍କୁ ଯତ୍ନବାନ୍ ହେବାକୁ ପଡ଼ିଥିଲା ।

ଅକ୍ଲାନ୍ତ ପରିଶ୍ରମ ଏବଂ ଅନୁଭୂତିକୁ ଆଧାର କରି ସରକାରୀ ମାନ୍ୟତା ପାଇଁ ବିଶ୍ୱ ରେକର୍ଡ ସଂସ୍ଥା ସମ୍ମୁଖରେ ନିଜର ସଫଳତା ଉପସ୍ଥାପନ କରିଥିଲେ ଡଗଲାସ୍ । ପୁଙ୍ଖାନୁପୁଙ୍ଖ ଯାଂଚ ପରେ ରେକର୍ଡ ତାଙ୍କ ନାମରେ ହୋଇଛି ।