• translate
Sarbeswar

News Highlights

  • କାବୁଲ୍‌ରେ ପୁଣି ବିସ୍ଫୋରଣ

  • ସତ ହେଲା ସତର୍କବାଣୀ

କାବୁଲ: ସତ ହୋଇଛି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସତର୍କବାଣୀ। କାବୁଲ ବିମାନ ବନ୍ଦର ନିକଟରେ ପୁଣି ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏକ ଅଟ୍ଟାଳିକାକୁ ଟାର୍ଗେଟ କରି ରକେଟ୍ ମାଡ଼ କରାଯାଇଥିବା ସୂଚନା ଆସୁଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଗତ ଗୁରୁବାର ଏୟାରପୋର୍ଟ ବାହାରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ୧୩ ଆମେରିକୀୟ ସୈନ୍ୟଙ୍କୁ ମିଶାଇ ୧୭୦ ଜଣଙ୍କ ମୃତ୍ୟୁ ହୋଇଥିଲା। ବହୁସଂଖ୍ୟାରେ ଲୋକ ଆହତ ହୋଇଥିଲେ। ଏହି ଆକ୍ରମଣ ଲାଗି ISIS-KP ବା ଆଇସିସ୍-ଖୋରାସିନ୍ ନିଜକୁ ଦାୟୀ କରିଥିଲା। ଏହାପରେ ଗତକାଲି ଆମେରିକା ପକ୍ଷରୁ ଡ୍ରୋନ ଆକ୍ରମଣ କରାଯାଇଥିଲା। ଏଥିରେ ଆଇସିସ ଖୋରାସାନର ପ୍ଲାନରଙ୍କ ସମେତ ୨ ଜଣ ନିହତ ହୋଇଥିବା ଆମେରିକା ଦାବି କରିଥିଲା। ଅନ୍ୟପକ୍ଷରେ ଆଇସିସ୍ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ରାଷ୍ଟ୍ରପତି ବାଇଡେନ୍ ଚେତାବନୀ ଦେଇଛନ୍ତି।

ସେପଟେ, ଧୀରେ ଧୀରେ ଉଗ୍ର ହେଉଛି ତାଲିବାନ୍‌। ଗୋଟିଏ ପରେ ଗୋଟିଏ ହରକତ୍‌ ହିଁ ତାଲିବାନର ଅସଲ ମୁଖା ପୂରା ବିଶ୍ୱ ଦେଖୁଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁସାରେ, ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କୁ ଟ୍ୱିଟର ବନ୍ଦ କରିବାକୁ ଚକ୍ରାନ୍ତ କରିଛି ତାଲିବାନ। ସୂଚନା ଅନୁସାରେ କଞ୍ଜଶିର ଅଂଚଳରେ ଇଂଟର୍‌ନେଟ୍‌ ସେବା ବନ୍ଦ କରିଛି ତାଲିବାନ୍‌। ଯାହା ଫଳରେ ଅମରୁଲ୍ଲା ଟ୍ୱିଟ୍‌ରରେ ହେଉ କିମ୍ବା ଅନ୍ୟ କୌଣସି ସୋସିଆଲ ମିଡ଼ିଆରେ ନିଜର ବାର୍ତ୍ତି ରଖିପାରୁନାହାନ୍ତି। ତାଲିବାନ ପୂରା ଆଫଗାନିସ୍ତାନକୁ କବଜା କରିଥିବା ବେଳେ କେବଳ ପଞ୍ଜଶିର ଅଂଚଳରେ ପ୍ରବେଶ କରିପାରିନାହିଁ। କିପରି ଭାବରେ ଏହି ଅଂଚଳକୁ ସେ କବଜା କରିବ ସେନେଇ ଚିନ୍ତାରେ ଅଛି ତାଲିବାନ।

ଏପଟେ, ଆଫଗାନିସ୍ତାନରେ ଆତଙ୍କୀଙ୍କୁ ନିପାତ କରିବା ପାଇଁ ଆଗକୁ ଆହୁରି ହେବ ଡ୍ରୋନ୍ ଆକ୍ରମଣ। ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ୍ ପକ୍ଷରୁ ଏଭଳି ଚେତାବନୀ ଦିଆଯାଇଛି। କାବୁଲ ସିରିଜ ବିସ୍ଫୋରଣର ପରେ ଆମେରିକା ଡ୍ରୋନ୍ ଆକ୍ରମଣ କରିଥିଲା। ଏଥିରେ ଆକ୍ରମଣର ମାଷ୍ଟରମାଇଣ୍ଡ ଓ ଜଣେ ସହଯୋଗୀ ନିହତ ହୋଇଥିବା ବେଳେ ଅନ୍ୟ ଜଣେ ଆତଙ୍କୀ ଆହତ ହୋଇଥିବା ପେଣ୍ଟାଗନ୍ ପକ୍ଷରୁ କୁହାଯାଇଛି ।

Other Stories

  • ishad Kumar wins silver medal
    National ପାରାଲିମ୍ପିକ୍ସରେ ଭାରତକୁ ପୁଣି ମିଳିଲା ରୌପ୍ୟ ପଦକ

    ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ ମିଳିଛି। ହାଇ ଜମ୍ପରେ ଭାରତକୁ ରୌପ୍ୟ ପଦକ ମିଳିଛି। ପାରାଲିମ୍ପିକ୍ସରେ ହାଇ ଜମ୍ପରେ ନିଷାଦ କୁମାର ରୌପ୍ୟ ପଦକ ପାଇଛନ୍ତି। ମୋଟ୍‌ ଉପରେ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା...

  • covid19
    National କରୋନାରେ ଆକ୍ରାନ୍ତ ହୋଇ ୪ ଶିଶୁଙ୍କ ଗଲା ଜୀବନ

    କେରଳରେ କରୋନାର ସଙ୍ଗୀନ ସ୍ଥିତି। କରୋନାରେ ସଂକ୍ରମିତ ହୋଇ ଆଜି ୪ ଜଣ ଶିଶୁଙ୍କ ଜୀବନ ଯାଇଥିବା ନେଇ ସୂଚନା ମିଳିଛି। ବିଶେଷଜ୍ଞମାନେ କହିଲେଣି କେରଳରୁ ହିଁ ଆରମ୍ଭ ହେବ କରୋନା ତୃତୀୟ ଲହର। କେନ୍ଦ୍ର ସ୍ୱାସ୍ଥ୍ୟ...

  • taliban-stops-internet
    International ଅମରୁଲ୍ଲାଙ୍କ ଟ୍ୱିଟ୍‌ର ବାର୍ତ୍ତାକୁ ଡରୁଛି କି ତାଲିବାନ?

    ସୂଚନା ଅନୁସାରେ କଞ୍ଜଶିର ଅଂଚଳରେ ଇଂଟର୍‌ନେଟ୍‌ ସେବା ବନ୍ଦ କରିଛି ତାଲିବାନ୍‌। ଯାହା ଫଳରେ ଅମରୁଲ୍ଲା ଟ୍ୱିଟ୍‌ରରେ ହେଉ କିମ୍ବା ଅନ୍ୟ କୌଣସି ସୋସିଆଲ ମିଡ଼ିଆରେ ନିଜର ବାର୍ତ୍ତି ରଖିପାରୁନାହାନ୍ତି। ତାଲିବାନ ପୂରା ଆଫଗାନିସ୍ତାନକୁ କବଜା କରିଥିବା...

  • woman allegedly raped
    Crime ବୁଲିବାକୁ ଡାକି ଗଣଦୁଷ୍କର୍ମ

    ବର୍ବର, ଅମାନୁଷିକ, ସାଂଘାତିକ ମାନସିକତା। ମାତ୍ର ୧୩ ବର୍ଷିୟା ନାବାଳିକଙ୍କୁ ଗଣଦୁଷ୍କର୍ମ କଲେ ୭ ଜଣ ଦୁର୍ବୃତ୍ତ। ହୁଏତ ଏହି ଘଟଣା ଆପଣଙ୍କୁ ବ୍ୟତିବ୍ୟସ୍ତ କରିପାରେ କିନ୍ତୁ କଥା ଟି ପୂରା ସତ। ପଡ଼ୋଶୀ ଝାଡ଼ଖଣ୍ଡ ରାଞ୍ଚିରେ...