• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାବୁଲ୍ : କ୍ରୁରତାର ସୀମା ଟପିଲା ତାଲିବାନ୍ । ରକ୍ତରଞ୍ଜିତ ହେଲା ବିବାହ ଉତ୍ସବ । ହସଖୁସିର ମାହୋଲରେ କାନ୍ଦବୋବାଳି ପଡ଼ିଗଲା । ଆଫଗାନିସ୍ତାନରେ ତାଲିବାନ ପୁଣି ନିଜର ପୁରୁଣା ରୂପ ଦେଖାଇଛି । ବିବାହରେ ଗୀତ ବଜାଇବାରୁ ଗୁଳିମାଡ କରି ରକ୍ତର ହୋଲି ଖେଳିଛନ୍ତି ତାଲିବାନୀ । ତାଲିବାନ ନଙ୍ଗରହାର ପ୍ରଦେଶରେ ୧୩ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି । ଗୁଳିମାଡ଼ରେ ଅନେକ ଲୋକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଟ୍ୱିଟରରେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।

ଆଫଗାନ୍ ଦଖଲ ପରେ ତାଲିବାନ ଅନେକ ପ୍ରତିଶ୍ରୁତି ଦେଇଥିଲା, ହେଲେ ସବୁ କିଛି ମିଛ ପ୍ରମାଣିତ ହୋଇଛି । ଆଫଗାନିସ୍ତାନରେ ପୁଣିଥରେ ସାଧାରଣ ନାଗରିକଙ୍କୁ ହତ୍ୟା କରିବାର ଯୁଗ ଆରମ୍ଭ ହୋଇଛି । ତାଲିବାନ ଶାସନରେ ସଙ୍ଗୀତ ଶୁଣିବା ଏବଂ ମନ ପସନ୍ଦର ପୋଷାକ ପିନ୍ଧିବା ନିସେଦ୍ଧ । ଆଫଗାନିସ୍ତାନର ଲୋକମାନେ ତାଲିବାନୀ ନିୟମକୁ ଭୟ କରୁଛନ୍ତି । ଟିଭିରେ ସଙ୍ଗୀତ ଶୁଣିବା ସହ ମହିଳାଙ୍କ ଆଙ୍କରିଂ ଉପରେ କଟକଣା ଲଗାଯାଇଛି ।

ବିବାହରେ ଗୁଳିକାଣ୍ଡ କରିବା ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଥିବା କହିଛନ୍ତି ତାଲିବାନ ସରକାରଙ୍କ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ । ଆଉ ଜଣେ ଘଟଣାସ୍ଥଳରୁ ଫେରାର୍‌ ରହିଛି । ତେବେ ଗୁଳିମାଡ଼ କରିଥିବା ଦୁର୍ବୃତ୍ତ ଇସଲାମ ଆନ୍ଦୋଳନ ପାଇଁ କାର୍ଯ୍ୟ କରୁଥିବା କଥା ଅସ୍ୱୀକାର କରିଛନ୍ତି । ବ୍ୟକ୍ତିଗତ ଝଗଡାକୁ ନେଇ ଅପରାଧୀମାନେ ଇସଲାମର ନାଁ ବ୍ୟବହାର ବୋଲି ମଧ୍ୟ ସେ କହିଛନ୍ତି ।

ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଟ୍ୱିଟରରେ ଲେଖିଛନ୍ତି: 'ନାଙ୍ଗରହାରରେ ଏକ ବିବାହ ଭୋଜିରେ ତାଲିବାନୀ ୧୩ ଜଣଙ୍କୁ ହତ୍ୟା କରାଯାଇଛି । ଏଥିପାଇଁ ସେ ପାକିସ୍ତାନ ଉପରେ ସିଧାସଳଖ ଦୋଷ ଦେଇଛନ୍ତି । ୨୫ ବର୍ଷ ଧରି ଆଫଗାନିସ୍ତାନ ସଂସ୍କୃତି ନଷ୍ଟ କରିବାକୁ ତଥା ଆମ ମାଟି ଦଖଲ କରିବା ସହ ISI ଶାସନ ପ୍ରତିଷ୍ଠା କରିବାକୁ ପାକିସ୍ତାନ ତାଲିମ ଦେଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।

ଏହାସହ ତାଲିବାନୀ ଶାସନ ଅଧିକ ଦିନ ରହିବ ନାହିଁ ବୋଲି ଲେଖିଛନ୍ତି ସାଲେହ । ହେଲେ ଦୁର୍ଭାଗ୍ୟର କଥା ହେଲେ ଶେଷ ପର୍ଯ୍ୟନ୍ତ ଆଫଗାନ ଲୋକମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିବ । ' ଲୋକମାନେ ସୋସିଆଲ ମିଡିଆରେ ସାଲେହଙ୍କୁ ସମର୍ଥନ କରୁଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ ଏହି ଘଟଣାଟି ସମ୍ପୂର୍ଣ୍ଣ ସତ, କିନ୍ତୁ ବର୍ତ୍ତମାନ ଏହାର ପ୍ରତିବାଦ କରିବାକୁ ଦେଶରେ କୌଣସି ସ୍ୱାଧୀନ ଗଣମାଧ୍ୟମ ନାହିଁ । ଅନ୍ୟପକ୍ଷରେ ଅନ୍ୟ ଜଣେ ୟୁଜର ଲେଖିଛନ୍ତି ମୁଁ ସହମତ, ଏସବୁ ପଛରେ ପାକିସ୍ତାନର ହାତ ରହିଛି । ଏଥି ସହିତ ଜଣେ ୟୁଜର ଉଭୟ ତାଲିବାନ ଏବଂ ଆଇଏସଆଇଏସ ମୁସଲମାନମାନଙ୍କ ପାଇଁ ଘାତକ ବୋଲି ବର୍ଣ୍ଣନା କରିଛନ୍ତି ।