• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଆଫଗାନିସ୍ତାନ କାନ୍ଦାହାର ଦୂତାବାସର ପ୍ରାୟ ୫୦ ଜଣ କର୍ମଚାରୀଙ୍କୁ ଫେରାଇ ଆଣିଛି ଭାରତ ।

    ଏୟାରଫୋର୍ସର ଏକ ସ୍ୱତନ୍ତ୍ର ବିମାନରେ ଗତକାଲି ଏହି କର୍ମଚାରୀଙ୍କୁ ନୂଆଦିଲ୍ଲୀ ଅଣାଯାଇଛି ।

    ତାଲିବାନ ଓ ଆଫଗାନିସ୍ତାନର ସୈନ୍ୟଙ୍କ ମଧ୍ୟରେ କାନ୍ଦାହାର ନିକଟରେ ଘମାଘୋଟ ଯୁଦ୍ଧ ।

ନୂଆଦିଲ୍ଲୀ: ଆଫଗାନିସ୍ତାନ କାନ୍ଦାହାର ଦୂତାବାସର ପ୍ରାୟ ୫୦ ଜଣ କର୍ମଚାରୀଙ୍କୁ ଫେରାଇ ଆଣିଛି ଭାରତ । ଏୟାରଫୋର୍ସର ଏକ ସ୍ୱତନ୍ତ୍ର ବିମାନରେ ଗତକାଲି ଏହି କର୍ମଚାରୀଙ୍କୁ ନୂଆଦିଲ୍ଲୀ ଅଣାଯାଇଛି । ତାଲିବାନ ଓ ଆଫଗାନିସ୍ତାନର ସୈନ୍ୟଙ୍କ ମଧ୍ୟରେ କାନ୍ଦାହାର ନିକଟରେ ଘମାଘୋଟ ଯୁଦ୍ଧ ଚାଲିଥିବାରୁ ଏହି ପଦକ୍ଷେପ ନିଆଯାଇଛି ।

ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ଅପସାରଣ ପରେ ଧୀରେ ଧୀରେ ରାଜଧାନୀ କାବୁଲ ଆଡ଼କୁ ଅଗ୍ରସର ହେଉଛି ତାଲିବାନ । ଆଫଗାନିସ୍ତାନର ସୈନ୍ୟଙ୍କ ସହିତ ଘମାଘୋଟ ଯୁଦ୍ଧ ଚାଲିଥିବାରୁ ସେଠାରେ ସୁରକ୍ଷା ବିପନ୍ନ ହେବାରେ ଲାଗିଛି । ଏହି କାରଣରୁ କାନ୍ଦାହାର ଦୂତାବାସରୁ ନିଜ କର୍ମଚାରୀଙ୍କୁ ଫେରାଇ ଆଣିଛି ଭାରତ । ସେଠାକାର ସ୍ଥାନୀୟ କର୍ମଚାରୀଙ୍କୁ ନେଇ ଦୂତାବାସ ଚାଲିଛି ଏବଂ ଏହାକୁ ବନ୍ଦ କରିବାର ଯୋଜନା ଏବେ ନାହିଁ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଏହା ଏକ ସାମୟିକ ପଦକ୍ଷେପ ବୋଲି କହିଛନ୍ତି ମୁଖପାତ୍ର ଅରିନ୍ଦମ ବାଗଚି । କାବୁଲ ଦୂତାବାସକୁ ମଧ୍ୟ ବନ୍ଦ କରିବାର ଯୋଜନା ନାହିଁ ବୋଲି କୁହାଯାଇଛି । ତେବେ ତାଲିବାନର ପ୍ରଭାବ ବୃଦ୍ଧି ସହିତ ସୁରକ୍ଷା ବିପନ୍ନ ହେଉଥିବାରୁ ସତର୍କ ରହିବାକୁ ନିଜ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି ଭାରତ ସରକାର । ୨୦୦୧ ସେପ୍ଟେମ୍ବର ୧୧ ଆକ୍ରମଣ ପରେ ତାଲିବାନ ଉପରେ ଆକ୍ରମଣ କରିଥିଲା ଆମେରିକା ଓ ଏହାର ପ୍ରାୟ ୨୦ ବର୍ଷ ପରେ ଆଫଗାନିସ୍ତାନ ଛାଡ଼ୁଛି । ଏହି ଅଗଷ୍ଟ ସୁଦ୍ଧା ଆଫଗାନିସ୍ତାନରୁ ସଂପୂର୍ଣ୍ଣ ଭାବେ ଆମେରିକା ନିଜର ସୈନ୍ୟ ପ୍ରତ୍ୟାହାର କରିବ ।