• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଫିଲାଡେଲଫିଆ : ସର୍ବସମ୍ମୁଖରେ ଲୋକାଲ୍ ଟ୍ରେନ୍‌ରେ ମହିଳାଙ୍କୁ ଦୁଷ୍କର୍ମ । ବୁଧବାର ଆମେରିକାର ଫିଲାଡେଲଫିଆ ସହରରେ ଦୁଷ୍କର୍ମର ଏଭଳି ଏକ ଭୟଙ୍କର ମାମଲା ସାମ୍ନାକୁ ଆସିଛି । ମହିଳାଙ୍କୁ ଚଳନ୍ତା ଟ୍ରେନରେ ଆକ୍ରମଣ କରାଯାଇଥିଲା ଆଉ ପରେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା । ହେଲେ ଦୁଃଖର କଥା ମହିଳାଙ୍କ ଚାରିପାଖରେ ଅନେକ ଯାତ୍ରୀ ଥିଲେ ମଧ୍ୟ କେହି ରକ୍ଷା କରିବାକୁ ଆସିନଥିଲେ । ମୂକ ଦର୍ଶକ ସାଜି ଘଟଣାକୁ ଦେଖୁଥିଲେ । ଆମେରିକୀୟ ଗଣମାଧ୍ୟମରେ ଏହି ଘଟଣାକୁ ସଚେତନ ତଥା ଶିକ୍ଷିତ ସମାଜ ଉପକୁ ଲଜ୍ଜା ବୋଲି କୁହାଯାଇଛି । ଅଭିଯୋଗ ପରେ ୩୫ ବର୍ଷୀୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।

ରାତି ପ୍ରାୟ ୧୧ଟା ସମୟରେ ମହିଳାଙ୍କୁ ଚଳନ୍ତା ଟ୍ରେନରେ ଆକ୍ରମଣ କରାଯାଇଥିଲା । ଡର୍ବି ସହର ଆଡ଼କୁ ଯାଉଥିବା ମେଟ୍ରୋ ଟ୍ରେନରେ ଚଢ଼ିଥିଲେ ପୀଡ଼ିତା । ଆଉ ସେଠାରେ ସେ ସର୍ବସମ୍ମୁଖରେ ଦୁଷ୍କର୍ମର ଶିକାର ହୋଇଥିଲେ । ପାଖରେ ଥିଲେ ଅନକେ ଯାତ୍ରୀ, କିନ୍ତୁ କେହି ବି ଜଣେ ରକ୍ଷା କଲେନି । ଅନ୍ୟପଟେ  ଘଟଣା ଘଟିବା ସମୟରେ ଟ୍ରେନ୍ ସେବା କର୍ମଚାରୀ ଏକ ସିସିଟିଭି କ୍ୟାମେରାରେ କୁକର୍ମ ଦେଖିବା ପରେ ତୁରନ୍ତ ୯୧୧ ଜରୁରୀକାଳୀନ ସେବାକୁ ଫୋନ କରିଥିଲେ । ଏତଦ୍ ବ୍ୟତୀତ ସେ ଟ୍ରେନ ପୋଲିସକୁ ମଧ୍ୟ ସୂଚନା ଦେଇଥିଲେ । ଖବର ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଫିଷ୍ଟନ୍ ନଗୋକୁ ଗିରଫ କରିଛି ।

ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ପୂରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଫଳରେ ଦୋଷୀକୁ ଦଣ୍ଡ ଦେବାପାଇଁ ଅନ୍ୟ କୌଣସି ପ୍ରମାଣ ଆବଶ୍ୟକ ପଡ଼ିବ ନାହିଁ । ଦୁଷ୍କର୍ମ ଓ ଆକ୍ରମଣ ପାଇଁ ଫିଷ୍ଟନ୍ ନଗୋଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତେବେ ଭିଡିଓରେ ସହଯାତ୍ରୀଙ୍କ ବର୍ବରତା ମଧ୍ୟ ନଜର ଆସୁଛି । ପୀଡ଼ିତାଙ୍କୁ ଦୁଷ୍କର୍ମ କରୁଥିଲେ ସୁଦ୍ଧା କେହି ସାହାଯ୍ୟ କରିବାକୁ ଆସିନଥିଲେ, ବରଂ ଆଖି ବନ୍ଦ କରି ନୀରବ ଦର୍ଶକ ସାଜିଥିଲେ । ତେବେ ଏନେଇ ପୋଲିସ୍ ଅଧିକାରୀ ଜଣକ କହିଛନ୍ତି, ଏପରି ଘଟଣା ଦେଖି ମୁଁ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲି,କିଛି କହିବା ପାଇଁ କୌଣସି ଶବ୍ଦ ନାହିଁ । ଏଭଳି ଘୃଣ୍ୟ ଘଟଣା ସାମ୍ନାରେ ଘଟୁଥିଲେ ସୁଦ୍ଧା କେହି କିପରି ଚୁପ୍ ରହିପାରିବ ବୋଲି ସେ କହିଛନ୍ତି ।