• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ତାଲିବାନର ପିଛା ଛାଡ଼ୁନି ଆମେରିକା ।

  • ତାଲିବାନ ଆଡ୍ଡା ଉପରେ ଏହାର ଷ୍ଟ୍ରାଇକ୍‌ ।

  • ୨୦୦ରୁ ଅଧିକ ଆତଙ୍କାବଦୀ ନିପାତ ।

ନୂଆଦିଲ୍ଲୀ: ଆଫ୍‌ଗାନିସ୍ତାନରୁ ଆମେରିକା ନିଜ ସୈନ୍ୟମାନଙ୍କୁ ପ୍ରତ୍ୟାହାର କରିନେଇଛି । ଏହା ସମସ୍ତେ ଜାଣନ୍ତି । ଏହାପରେ ଅନେକ ଆଲୋଚନା ଆଉ ସମାଲୋଚନା ମଧ୍ୟ ହୋଇଥିଲା । ଆମେରିକା ନିଜ ସୈନ୍ୟମାନଙ୍କୁ ପ୍ରତ୍ୟାହାର କରିନେବା ପରେ ଆଫ୍‌ଗାନିସ୍ତାନର ଶକ୍ତି କମିଯିବ ଏବଂ ତାଲିବାନକୁ ଅଟକାଇ ପାରିବନି ଆଫ୍‌ଗାନିସ୍ତାନ । ଏଭଳି ଆଲୋଚନା ସବୁଠି ଜୋର ଧରିଥିଲା । ହେଲେ ଏବେ ଖବର ସାମ୍ନାକୁ ଆସୁଛି ଯେ, ଆଫଗାନିସ୍ତାନରୁ ସୁରକ୍ଷାବଳଙ୍କୁ ହଠାଇଦେଇଛି ଆମେରିକା ସତ ହେଲେ ତାଲିବାନଙ୍କ ପିଛା ଛାଡ଼ୁନି । ଆମେରିକୀୟ ସୈନ୍ୟ ଏବେ ତାଲିବାନକୁ ସମୂଳେ ଧ୍ୱଂଶ କରିବାରେ ଲାଗିଛି ।

ଆମେରିକାର ବି -୫୨ ବୋମା ବର୍ଷଣକାରୀ ବିମାନ, ଆଫଗାନିସ୍ତାନର ଜବଜ୍ଜାନ ପ୍ରଦେଶର ରାଜଧାନୀ ଶେବରଗନରେ ଥିବା ଆତଙ୍କବାଦୀ ସଂଗଠନ ତାଲିବାନର ଆଡ୍ଡା ଉପରେ ବୋମା ବର୍ଷଣ କରିଛି । ଏହି ଆକ୍ରମଣ ଫଳରେ ୨୦୦ରୁ ଅଧିକ ତାଲିବାନ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ରହିଛି ।

ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଫୱାଦ ଅମାନ ଶନିବାର ବିଳମ୍ବିତ ରାତିରେ ଟୁଇଟ୍ କରି କହିଛନ୍ତି ଯେ, ଜବଜ୍ଜାନ ପ୍ରଦେଶର ରାଜଧାନୀ ଶେବରଗାନରେ ଆମେରିକାର ବୋମା ବର୍ଷଣକାରୀ ବିମାନ ତାଲିବାନ ଆଡ୍ଡା ଉପରେ ଆକ୍ରମଣ କରିଛି । ଯାହାଦ୍ୱାରା ୨୦୦ରୁ ଅଧିକ ତାଲିବାନ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଖାଲଇ ସେତିକି ନୁହେଁ, ଏହି ଆକ୍ରମଣ ଫଳରେ ତାଲିବାନର ବହୁ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ୧୦୦ରୁ ଅଧିକ ଗାଡି ଧ୍ୱଂସ ହୋଇଯାଇଛି । ସେ କହିଛନ୍ତି ଯେ ନିମ୍ରୋଜ, ଜବଜ୍ଜାନ, କନ୍ଧାର, ହେରାତ, ଲସ୍‌କରଗାହ ଏବଂ ହେଲମନ୍ଦ ପ୍ରଦେଶରେ ତାଲିବାନୀ ଶକ୍ତିକୁ ଦୁର୍ବଳ କରିବା ପାଇଁ ଆମେରିକା ସୈନ୍ୟଙ୍କୁ ପଠାଯାଇଛି ।

ସୂଚନାଯୋଗ୍ୟ, ଶନିବାର ତାଲିବାନ ପକ୍ଷରୁ ଘୋଷଣା କରାଯାଇଥିଲା ଯେ, ଦକ୍ଷିଣ-ପଶ୍ଚିମ ପ୍ରାନ୍ତ ନିମ୍‌ରୁଜ ଏବଂ ଉତ୍ତର ପ୍ରାନ୍ତ ଜବଜ୍ଜାନକୁ ସେମାନେ ନିଜ କବ୍‌ଜାକୁ ନେଇ ସାରିଛନ୍ତି । ନିମ୍‌ରୁଜ ରାଜଧାନୀ ଜରଞ୍ଜ ୨୦୧୬ ମସିହା ପରେ ପ୍ରଥମ ରାଜ୍ୟ ଯହାକୁ ତାଲିବାନ ନିଜ କବ୍‌ଜାକୁ ନେଇଛି ।