ପୁଣି ବିକୃତ ମାନସିକତା ଦେଖାଇଲା ତାଲିବାନ୍‌; ଦାଢି କାଟିଲେ ଦଣ୍ଡାଦେଶ ମିଳିବ ବୋଲି ଜାରି କଲା ନୂଆ ନିୟମ

ଦାଢି କାଟିଲେ ଦଣ୍ଡାଦେଶ । ଆଫ୍‌ଗାନରେ ଏପରି ଏକ ନୂଆ ନିୟମ ଲାଗୁ କରିଛି ତାଲିବାନ୍‌ । ଧିରେ ଧିରେ ତାଲିବାନ୍‌ ଏବେ ନିଜ ଅସଲ ଚେହେରା ଦେଖାଇବାରେ ଲାଗିଲାଣି । ଆଫଗାନିସ୍ତାନ ଜବରଦଖଲ ପରେ ତାଲିବାନ ଏବେ କୋଡିଏ ବର୍ଷ ପୁରୁଣା ନିୟମ ଲାଗୁ କରିଛି । ମହିଳା ହେଉ କି ଶିଶୁ ହେଉ ଅବା ପୁରୁଷ ଗୋଟେ ଗୋଟେ କରି ସମସ୍ତଙ୍କ ପାଇଁ ନୂଆ ନିୟମ ଜାରି କରୁଛି ତାଲିବାନ୍‌ ।

ଦାଢି କାଟିଲେ ଦଣ୍ଡାଦେଶ ; ତାଲିବାନ୍‌ର ନୂଆ ନିୟମ

News Summary

ଚୁଟି ଓ ଦାଢି କାଟିଲେ ମିଳିବ ଦଣ୍ଡାଦେଶ 

ତାଲିବାନ୍‌ର ନୂଆ ନିୟମ 

କାବୁଲ: ଦାଢି କାଟିଲେ ଦଣ୍ଡାଦେଶ । ଆଫ୍‌ଗାନରେ ଏପରି ଏକ ନୂଆ ନିୟମ ଲାଗୁ କରିଛି ତାଲିବାନ୍‌ । ଧିରେ ଧିରେ ତାଲିବାନ୍‌ ଏବେ ନିଜ ଅସଲ ଚେହେରା ଦେଖାଇବାରେ ଲାଗିଲାଣି । ଆଫଗାନିସ୍ତାନ ଜବରଦଖଲ ପରେ ତାଲିବାନ ଏବେ କୋଡିଏ ବର୍ଷ ପୁରୁଣା ନିୟମ ଲାଗୁ କରିଛି । ମହିଳା ହେଉ କି ଶିଶୁ ହେଉ ଅବା ପୁରୁଷ, ଗୋଟେ ଗୋଟେ କରି ସମସ୍ତଙ୍କ ପାଇଁ ନୂଆ ନିୟମ ଜାରି କରୁଛି ତାଲିବାନ୍‌ । ଯେଉଁମାନେ ତାଲିବାନ ଦ୍ୱାରା ପ୍ରସ୍ତୁତ ନୂଆ ନିୟମ ପାଳନ କରିବାକୁ ମନା କରୁଛନ୍ତି, ସେମାନଙ୍କୁ କଠୋର ଦଣ୍ଡ ଦିଆଯାଉଛି ।ଏହାସହ ମହିଳାମାନଙ୍କୁ ଅତି ନିର୍ଯାତନା ଦିଆଯିବା ସହ ସର୍ବସାଧାରଣରେ ଖୋଲାଖୋଲି ଭାବେ ଚାବୁକ୍‌ରେ ମାଡ ମରାଯାଉଛି । ଏହାସହ ତାଲିବାନ ମହିଳାମାନଙ୍କୁ ଫାଶୀ ଦଣ୍ଡ ମଧ୍ୟ ଦେଉଛି । କେବଳ ଏତିକି ନୁହେଁ ପୁରୁଷ ଏବଂ ଶିଶୁଙ୍କ ପ୍ରତି ମଧ୍ୟ ଅମାନୁଷିକ ବ୍ୟବହାର କରାଯାଉଛି । ଏସବୁ ପରେ ଏବେ ପୁରୁଷଙ୍କ ପାଇଁ ତାଲିବାନ ପକ୍ଷରୁ ଅନେକ ନୂଆ ନିୟମ ଜାରି କରାଯାଇଛି ।

ଏହି ନୂଆ ନିୟମ ଲାଗୁ ଦ୍ୱାରା ବର୍ତ୍ତମାନ ଆଫଗାନିସ୍ତାନର ନାଗରିକଙ୍କ ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି । ନୂତନ ନିୟମ ଅନୁଯାୟୀ, ବର୍ତ୍ତମାନ ପୁରୁଷମାନଙ୍କୁ ନିଜ କେଶ ଓ ଦାଢି କାଟିବାକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି । ଯାହାକୁ ନେଇ ହେଲମାଣ୍ଡ ପ୍ରଦେଶର ବାରିକମାନଙ୍କୁ ତାଲିବାନ୍‌ ଏକ ଚିଠି ମାଧ୍ୟମରେ ଚେତାବନୀ ଦେଇଛି । ଏହି ଚିଠିରେ ଉଲ୍ଲେଖ କରାଯାଇଛି ଯେ ଯେଉଁମାନେ ଏହି ନିୟମକୁ ଉଲ୍ଲଂଘନ କରିବେ ତାକୁ ସରିଆ ଆଇନ ଅନୁଯାୟୀ କଠୋର ଦଣ୍ଡ ଦିଆଯିବ ।

ହଜରା ସମ୍ପ୍ରଦାୟର ଲୋକଙ୍କୁ ତାଲିବାନ ଅନେକ ପ୍ରକାରର ନିର୍ଯାତନା ଦେଇ ତାଙ୍କମାନଙ୍କୁ ଆତଙ୍କିତ କରି ରଖିଛି । ସେମାନଙ୍କ ମଧ୍ୟରେ ଏକ ଆତଙ୍କର ବାତାବରଣ ସୃଷ୍ଟି କରାଯାଉଛି । ଏହି ଲୋକମାନଙ୍କୁ ପାସ୍ତୁନ୍ ଜମିଦାରଙ୍କ ନିର୍ଦ୍ଦେଶରେ ଟାର୍ଗେଟ କରାଯାଉଛି । ହଜରା ସମ୍ପ୍ରଦାୟର ଲୋକଙ୍କଠାରୁ ତାଲିବାନ ଦ୍ୱାରା ଏହି ଜମିକୁ ଛଡ଼ାଇ ନିଆଯାଉଛି । ଏପରିକି ସେମାନଙ୍କ କ୍ଷେତ ଏବଂ ଘରଗୁଡିକୁ ମଧ୍ୟ ତାଙ୍କୁ ବାହାର କରିଦିଆ ଯାଉଛି । ଯାହା ପରେ କ୍ଷେତରେ ଥିବା ଫସଲକୁ ତାଲିବାନ ଲୁଟିନେଉଛି ।