• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ୱାଶିଂଟନ: ପିଲାମାନଙ୍କୁ ନକଲି ବନ୍ଧୁକ ଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଉଥିବା ବେଳେ ୮ ବର୍ଷର ଝିଅ ହାତରେ ବାପା ମା ଧରାଇ ଦେଇଛନ୍ତି ଅସଲି ବନ୍ଧୁକ । ଝିଅଟି ବନ୍ଧୁକ ସହ ଫଟୋ ଉଠାଇବା ସହ ଏହାକୁ ପରିଚାଳନା କରୁଥିବାର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ୮ ବର୍ଷୀୟ ଝିଅ ଅଟମ୍‌ ଫ୍ରାଇଙ୍କ ୟୁଟୁବ ଚ୍ୟାନେଲରେ ଲକ୍ଷ ଲକ୍ଷ ପ୍ରଶଂସକ ମଧ୍ୟ ରହିଛନ୍ତି ।

8 yr girl with several guns8 yr girl with several guns

ଆମେରିକାର ପେନସିଲଭାନିଆର ୮ ବର୍ଷୀୟ ଅଟମ୍‌ ଫ୍ରାଇ ନାମକ ଝିଅଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଫ୍ରାଇ ପରିବାର ପ୍ରାୟ ବର୍ଷେ ଧରି ବହୁତ ଖରାପ ସମୟ ଦେଖିଥିଲେ, କିନ୍ତୁ ବର୍ତ୍ତମାନ ସେମାନଙ୍କ ପାଖରେ ଏକ ବଡ଼ ଅସ୍ତ୍ରଶସ୍ତ୍ର ସଂଗ୍ରହ ରହିଛି । ବିଭିନ୍ନ ପ୍ରକାରର ବନ୍ଧୁକ ଏବଂ ଅସ୍ତ୍ରଶସ୍ତ୍ର ମଧ୍ୟରେ ଅଟମ୍ ବଢିଥିବାର ଦେଖିବାକୁ ମିଳିଛି । ସେଥିପାଇଁ ଅଟମ୍‌ର ବନ୍ଧୁକ ପ୍ରତି ଟିକିଏ ବି ଭୟ ନାହିଁ । ଅଟମ୍‌ର ୟୁଟ୍ୟୁବ୍ ଚ୍ୟାନେଲରେ ୧ ଲକ୍ଷ ୬୦ ହଜାର ଫଲୋଅର୍ସ ରହିଛନ୍ତି, ଯେଉଁମାନେ ତାଙ୍କୁ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିବା ଦେଖିବାକୁ ପସନ୍ଦ କରନ୍ତି ।

ସାଧାରଣତଃ ପିତାମାତାମାନେ ପିଲାମାନଙ୍କୁ ବନ୍ଧୁକରୁ ଦୂରରେ ରହିବାକୁ ପରାମର୍ଶ ଦିଅନ୍ତି, କିନ୍ତୁ ଅଟମ୍‌ଙ୍କ ପିତା ରେଡ୍ଡି ତାଙ୍କ ଝିଅର ବନ୍ଧୁକ ପ୍ରତି ଭଲ ପାଇବା ଦେଖି ବେଶ ଖୁସି ଅନୁଭବ କରନ୍ତି । ତାଙ୍କ କହିବା ଅନୁଯାୟୀ ଅଳ୍ପ ବୟସରେ ହିଁ ଅଟମ୍‌ଙ୍କ ବନ୍ଧୁକ ବ୍ୟବହାର କରିବାରେ ସମ୍ପୂର୍ଣ୍ଣ ବୃତ୍ତିଗତ ହୋଇଯାଇଛି । ସେ କହିଛନ୍ତି ଯେ ଅଟମ୍‌ ଆମ ଭବିଷ୍ୟତ ପାଇଁ ଏକ ବଡ଼ ଆଦର୍ଶ ପାଲଟିବ ।

ଅଟମ୍‌ଙ୍କ ପିତା କହିଛନ୍ତି ଯେ ସେ ଅଟମ୍‌ଙ୍କୁ ପିଲା ବେଳୁ ବନ୍ଧୁକ ଏବଂ ସେମାନଙ୍କ ସୁରକ୍ଷା ବିଷୟରେ ଶିକ୍ଷା ଦିଆଯାଇଛି । ଯେତେବେଳେ ତାଙ୍କୁ ୭ ବର୍ଷ ହୋଇଥିଲା, ସେ ତାଙ୍କ ଝିଅର ଭିଡିଓ ତିଆରି କରିବା ଆରମ୍ଭ କରିଥିଲେ । ଏହି ଭିଡିଓକୁ ସେ ସୋସିଆଲ ନିଡିଆରେ ସେୟାର ମଧ୍ୟ କରନ୍ତି । ୟୁଟ୍ୟୁବରେ ଲକ୍ଷ ଲକ୍ଷ ଲୋକ ତାଙ୍କୁ ଅନୁସରଣ କରନ୍ତି ବୋଲି ରେଡ୍ଡି କହିଛନ୍ତି । କେବଳ ଏତିକି ନୁହେଁ ବରଂ ଇନଷ୍ଟାଗ୍ରାମରେ ମଧ୍ୟ ତାଙ୍କର ୪୩ ହଜାର ଅନୁସରଣକାରୀ ରହିଛନ୍ତି ।

ଯେତେବେଳେ ଝିଅ ଅସ୍ତ୍ର ବ୍ୟବହାର କରେ, ତାଙ୍କ ବାପା ସେଠାରେ ଠିଆ ହୋଇ ତାଙ୍କୁ ନଜର ରଖିଥାନ୍ତି । ଯେପରି ପିଲାମାନେ ୟୁଟ୍ୟୁବ୍ ଚ୍ୟାନେଲରେ ଖେଳନାକୁ ତୁଳନା କରିଥାନ୍ତି, ଠିକ ସେହି ସମୟରେ ଅଟମ୍‌ ବିଭିନ୍ନ ବନ୍ଧୁକ ମଧ୍ୟରେ ଥିବା ପାର୍ଥକ୍ୟ ଲୋକଙ୍କୁ ଜଣାଉଛନ୍ତି । ଚ୍ୟାନେଲରେ ତାଙ୍କର ମୋଟ ୭୭ ଟି ଭିଡିଓ ରହିଛି, ଯାହାକୁ ୧୨ ଲକ୍ଷ ଥର ଦେଖାଯାଇଛି । ଏଥିମଧ୍ୟରୁ ଏକ ଭିଡିଓରେ ଅଟମ୍‌ଙ୍କୁ AR15 ଚଳାଉଥିବାର ମଧ୍ୟ ଦେଖିବାକୁ ମିଳିଛି ।

8 yr girl 8 yr girl

ଅଟମ୍‌ ନିଜ ଆତ୍ମବିଶ୍ୱାସର ସହ ହେଡଫୋନ୍ ପିନ୍ଧି ସୁରକ୍ଷା ଗଗଲ୍ସ ସହ ବନ୍ଧୁକ ଲୋଡ୍ କରିଥାନ୍ତି ଓ ତା’ପରେ ତାକୁ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରିଥାନ୍ତି । ନିକଟରେ ତାଙ୍କ ପିତା ଅଟମ୍‌ଙ୍କୁ ଏକ ଛୋଟ ବନ୍ଧୁକଟିଏ ଉପହାର ଦେଇଛନ୍ତି ।

ଆମେରିକାରେ ବିଶେଷ କରି ବନ୍ଧୁକକୁ ନେଇ ଅନେକ ଦୁର୍ଘଟଣା ଘଟିସାରିଛି। ୨୦୧୪ ରେ ଜଣେ ୯ ବର୍ଷର ଝିଅ ବନ୍ଧୁକ ଚଳାଇବାରେ ନିୟନ୍ତ୍ରଣ ହରାଇବାରୁ ତାଙ୍କ ପ୍ରଶିକ୍ଷକଙ୍କ ମୁଣ୍ତରେ ଗୁଳି ବାଜିଥିଲା । ୨୦୧୭ ରେ ବନ୍ଧୁକ ସମ୍ବନ୍ଧୀୟ ଦୁର୍ଘଟଣାରେ ୧୨ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା।