• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କାବୁଲ ବିସ୍ଫୋରଣ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ରଣହୁଙ୍କାର

  • ଆକ୍ରମଣ କରିଥିବା ଆଇଏସ୍ ନେତାଙ୍କୁ ଆମେରିକା ଭଲଭାବେ ଜାଣେ : ବାଇଡେନ୍

’ଖୋଜି ଖୋଜି ଆତଙ୍କବାଦୀଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ’ । କାବୁଲ ଆକ୍ରମଣ ସମ୍ପର୍କରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ହ୍ୱାଇଟ ହାଉସରୁ ଚେତାବନୀ ଦେଇଛନ୍ତି । ଆମେରିକୀୟ ସେନ୍ୟଙ୍କ ମୃତ୍ୟୁ ପାଇଁ ସେମାନଙ୍କୁ ଉଚିତ ମୂଲ୍ୟ ଦେବାକୁ ପଡିବ । ବିସ୍ଫୋରଣ ଭୁଲିହେବ ନାହିଁ କି, ସେମାନଙ୍କୁ କ୍ଷମା କରାଯିବ ନାହିଁ । ଯେଉଁଠି ଲୁଚିଲେ ବି ଆମେରିକା ଆଖିରୁ ବର୍ତ୍ତି ଯିବେ ନାହିଁ । ଆଫଗାନିସ୍ତାନରେ ରହୁଥିବା ସମସ୍ତ ଆମେରିକୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ସହିତ ସହଯୋଗୀମାନଙ୍କୁ ମଧ୍ୟ ଉଦ୍ଧାର କରାଯିବ ବୋଲି କହିଛନ୍ତି ବାଇଡେନ୍ ।

ବାଇଡେନ କହିଛନ୍ତି, ମିଶନ ଜାରି ରହିବ । ଆବଶ୍ୟକ ହେଲେ ପୁଣି ଥରେ ଆଫଗାନିସ୍ତାନକୁ ଅତିରିକ୍ତ ଆମେରିକୀୟ ସୈନ୍ୟ ପଠାଯିବ । ଏହାପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଇସ୍ରାଏଲର ନୂତନ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ପ୍ରଥମ ବୈଠକକୁ ସ୍ଥଗିତ ରଖିଥିଲା ହ୍ୱାଇଟ ହାଉସ । ଏହାସହ ଆଫଗାନିସ୍ତାନ ଶରଣାର୍ଥୀଙ୍କ ପ୍ରସଙ୍ଗରେ ଗଭର୍ଣ୍ଣରଙ୍କ ସହ ହେବାକୁ ଥିବା ଏକ ଭିଡିଓ ସମ୍ମିଳନୀ ମଧ୍ୟ ବାତିଲ କରାଯାଇଛି । ଏଥି ସହିତ ଆମେରିକାର ରାଷ୍ଟ୍ରପତି ଏହି ଆକ୍ରମଣ ବିଷୟରେ କହିଛନ୍ତି ଯେ ସେ ଆକ୍ରମଣକାରୀଙ୍କୁ କ୍ଷମା କରିବେ ନାହିଁ।

ଆତଙ୍କୀଙ୍କୁ ତ୍ରାହି ମିଳିବ ନାହିଁ . .

ଆମେରିକାର ରାଷ୍ଟ୍ରପତି କଡ଼ା ସ୍ୱରରେ ଏହି ଘଟଣାକୁ ନିନ୍ଦା କରିବା ସହ ଆତଙ୍କୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, 'ଯେଉଁମାନେ ଏହି ଆକ୍ରମଣ କରିଛନ୍ତି, ସେମାନଙ୍କୁ ଆଦୌ କ୍ଷମା ଦିଆଯିବ ନାହିଁ । ବର୍ତ୍ତମାନ ଆତଙ୍କୀକୁ ଶିକାର କରିବ ଆମେରିକା । ' ଆକ୍ରମଣ କରିଥିବା ଆଇଏସ୍ ନେତାଙ୍କୁ ଆମେରିକା ଭଲଭାବେ ଜାଣେ । କୌଣସି ପ୍ରମୁଖ ସାମରିକ ଅପରେସନ୍ ବିନା ମଧ୍ୟ ସେମାନଙ୍କୁ ଧରିବ ଆମେରିକା । ଆମେରିକା ଚଳିତ ମାସ ଶେଷ ସୁଦ୍ଧା ଆଫଗାନିସ୍ତାନରୁ ନିଜର ସମସ୍ତ ସୈନ୍ୟ ପ୍ରତ୍ୟାହାର କରିବ ବୋଲି ମଧ୍ୟ ସେ ଘୋଷଣା କରିଛନ୍ତି ।

ବାଇଡେନ୍ ଜୋର ଦେଇ କହିଛନ୍ତି ଏହି ମିଶନକୁ କୌଣସି ଉପାୟରେ ମଧ୍ୟ ପୂରଣ କରାଯିବ । ଆମେ ଆତଙ୍କବାଦୀଙ୍କୁ ଭୟ କରୁନାହୁଁ । କୌଣସି ପରିସ୍ଥିତିରେ ମିଶନ ବନ୍ଦ କରିପାରିବେ ନାହିଁ ଆତଙ୍କୀ । ବର୍ତ୍ତମାନ ମଧ୍ୟ ନିଜର ସେନା ଏବଂ କର୍ମଚାରୀଙ୍କ ସ୍ଥାନାନ୍ତର ଜାରି ରହିବ । ସେ ଆହୁରି କହିଛନ୍ତି, 'ଆଜି ଆମେ ଯାହାଙ୍କୁ ହରାଇଛୁ, ସେମାନା ସ୍ୱାଧୀନତା ପାଇଁ ନିଜ ଜୀବନ ଦେଇଛନ୍ତି । ସୁରକ୍ଷା ତଥା ଅନ୍ୟମାନଙ୍କ ସେବାରେ ଏବଂ ଆମେରିକାର ସେବାରେ ସେମାନେ ନିଜ ଜୀବନ ଦେଇଛନ୍ତି ।

ସୂଚନାଯୋଗ୍ୟ ଆଫଗାନିସ୍ତାନର ରାଜଧାନୀ କାବୁଲ ବିମାନବନ୍ଦର ନିକଟରେ ଗୁରୁବାର ଦିନ ତିନୋଟି ବିସ୍ଫୋରଣ ଘଟିଛି । ପ୍ରଥମ ଦୁଇଟି ବିସ୍ଫୋରଣ ସନ୍ଧ୍ୟା ସମୟରେ କିଛି ମିନିଟ୍ ବ୍ୟବଧାନରେ ହୋଇଥିବାବେଳେ ତୃତୀୟ ବିସ୍ଫୋରଣ ବିଳମ୍ବିତ ରାତିରେ ହୋଇଥିଲା । ​​ଏହି ବିସ୍ଫୋରଣରେ ଏପର୍ଯ୍ୟନ୍ତ ୭୨ ଜଣ ପ୍ରାଣ ହରାଇଥିବା ବେଳେ ୧୨୦ ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଆମେରିକାର ନାଗରିକଙ୍କ ସମେତ ଚାରିଜଣ ଆମେରିକୀୟ ମରିନ୍ କମାଣ୍ଡୋ ଅଛନ୍ତି ।