• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • କାବୁଲ ସିରିଜ ବିସ୍ଫୋରଣ ପାଇଁ ISISକୁ ଦାୟୀ କଲା ତାଲିବାନ୍ ।

  • ଏହା ISISର କାମ ବୋଲି କହିଲା ତାଲିବାନ୍ ।

  • ସିରିଜ ବିସ୍ଫୋରଣରେ ଆମର କୌଣସି ହାତ ନାହିଁ ବୋଲି ସ୍ପଷ୍ଟ କରିଛି ତାଲିବାନ ।

କାବୁଲ ସିରିଜ ବିସ୍ଫୋରଣ ପାଇଁ ISISକୁ ଦାୟୀ କଲା ତାଲିବାନ୍ । ଏହା ISISର କାମ ବୋଲି କହିଲା ତାଲିବାନ୍ । ସିରିଜ ବିସ୍ଫୋରଣରେ ଆମର କୌଣସି ହାତ ନାହିଁ ବୋଲି ସ୍ପଷ୍ଟ କରିଛି ତାଲିବାନ । ଆଜି ସନ୍ଧ୍ୟାରେ ଆଫଗାନିସ୍ତାନର କାବୁଲରେ ସିରିଜ ଆତ୍ମଘାତୀ ବିସ୍ଫୋରଣ ହୋଇଛି । କାବୁଲ ଏୟାରପୋର୍ଟ ବାହାରେ ଲଗାତର ଦୁଇଟି ବିସ୍ଫୋରଣ ଘଟିଛି । ଏଥିରେ ୧୩ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୨୫ରୁ ଅଧିକ ଗୁରୁତର ହଇଥିବା ସୂଚନା ରହିଛି । ମୃତକଙ୍କ ମଧ୍ୟରେ କିଛି ଶିଶୁ ଥିବା ମଧ୍ୟ ଜଣାପଡ଼ିଛି ।

ଖାଲି ସେତିକି ନୁହେଁ ୨୫ ଜଣ ଗୁରୁତରଙ୍କ ମଧ୍ୟରେ ୩ ଜଣ ଆମେରିକୀୟ ସୈନ୍ୟ ଥିବା ମଧ୍ୟ କୁହାଯାଉଛି । ତେବେ ଏହି ବିସ୍ଫୋରଣରେ ଆଇଏସ୍‌ଆଇଏସ୍‌ ହାତ ଥିବା କହିଛି ତାଲିବାନ ।

ବିସ୍ଫୋରଣ ଘଟଣା ନେଇ ବିଦେଶୀ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି । ବିସ୍ଫୋରଣ ନେଇ ପେଣ୍ଟାଗନ୍ ପ୍ରେସ୍ ସଚିବ ଜନ୍ କିର୍ବି ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି ।ଏୟାରପୋର୍ଟର ଆବେ ଗେଟ୍ ନିକଟରେ ପ୍ରଥମ ବିସ୍ଫୋରଣ ହୋଇଥିବା ବେଳେ ଦ୍ୱିତୀୟ ବିସ୍ଫୋରଣ ଏୟାରପୋର୍ଟଠାରୁ କିଛି ଦୂରରେ ଘଟିଥିଲା । ବିସ୍ଫୋରଣ ପରେ ପ୍ରଚୁର ଗୁଳି ଫୁଟିବା ଶବ୍ଦ ମଧ୍ୟ ଶୁଣାଯାଇଥିବା କୁହାଯାଉଛି । ତେବେ ଜଣେ ସୁଇସାଇଡ୍ ବମ୍ବର ଦ୍ୱାରା ଏହି ସବୁ ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ, ଏୟାପୋର୍ଟରେ ଆତଙ୍କୀ ହମଲା ନେଇ ପୂର୍ବରୁ ଆଶଙ୍କା କରାଯାଉଥିଲା । ଏନେଇ ନିଜ ନାଗରିକମାନଙ୍କୁ ସତର୍କ ମଧ୍ୟ କରିଥିଲା ଆମେରିକା । ଏୟାରପୋର୍ଟରେ ହଜାର ହଜାର ସଂଖ୍ୟାରେ ଲୋକ ୱେଷ୍ଟର୍ଣ୍ଣ ଏୟାରଲିଫ୍ଟ ଦ୍ୱାରା ଉଡ଼ାଣ ଭରିବା ପାଇଁ ଅପେକ୍ଷା କରି ରହିଥିଲେ । ହଠାତ୍ ଏହି ସମୟରେ ବିସ୍ଫୋରଣ ହୋଇଥିଲା ।