• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ଲୋକପ୍ରିୟତାର ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନ ଲଢ଼ିବାକୁ ଭିନ୍ନ ଦେଶରୁ ଡକରା ଆସିଲାଣି । ଦେଶ ଛାଡ଼ି ବିଦେଶରେ ବି ମୋଦି ବ୍ରାଣ୍ଡ୍ ଧମାଲ୍ ମଚାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସମ୍ମିଳନୀ ‘ସିଓପି୨୬ରେ’ ଅନେକ ଦେଶର ନେତାଙ୍କୁ ମଧ୍ୟ ଭେଟିଛନ୍ତି । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନାପଥାଲି ବେନେଟଟ୍ଟଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ପ୍ରଥମ ଆନୁଷ୍ଠାନିକ ବୈଠକ କରିଛନ୍ତି । ପ୍ରଯୁକ୍ତିବିଦ୍ୟା ଏବଂ ନୂତନ ସୃଜନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଆହୁରି ବଢ଼ାଇବାକୁ ଉଭୟଙ୍କ ମଧ୍ୟରେ ସହମତି ହୋଇଛି । ଉଭୟ ନେତା ରଣନୀତି ସମ୍ପର୍କର ମଧ୍ୟ ସମୀକ୍ଷା କରିଛନ୍ତି ।

ବେନେଟଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତ ସମୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ଦେଖିବାକୁ ମିଳିଥିଲା । ଗୋଟିଏ ଷ୍ଟେଜ୍‌ରେ ମୋଦି ଓ ବେନେଟ ପରସ୍ପର ସହ ହାତ ମିଳାଇବା ସହ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀ ବେନେଟ ନରେନ୍ଦ୍ର ମୋଦିଙ୍କୁ ଇସ୍ରାଏଲର ଜଣେ ଲୋକପ୍ରିୟ ବ୍ୟକ୍ତିତ୍ୱ ବୋଲି କହିଛନ୍ତି । ଏହାସହ ସେ ହସି ହସି କହିଥିଲ, ଆମ ଦଳରେ ଆସି ଯୋଗ ଦିଅନ୍ତୁ । ଏହାର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେପଟେ ପ୍ରଧାନମନ୍ତ୍ରୀ ମୋଦି ବେନେଟଙ୍କୁ ମଧ୍ୟ ଭାରତ ଗସ୍ତ କରିବାକୁ ଆମନ୍ତ୍ରଣ କରିଛନ୍ତି ।

ଉଭୟ ନେତାଙ୍କ ସାକ୍ଷାତ ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଗ୍ଲାସକୋରେ ଇସ୍ରାଏଲ୍ ପ୍ରତିପକ୍ଷଙ୍କୁ ଭେଟିଛନ୍ତି । ପ୍ରଥମ ବୈଠକରେ ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ସମୀକ୍ଷା କରିଥିଲେ। ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ନେଇ ଉଭୟ ନେତା ସହମତି ପ୍ରକାଶ କରିଛନ୍ତି । ପାରସ୍ପରିକ ସମ୍ପର୍କକୁ ଆହୁରି ସୁଦୃଖ କରିବାକୁ ରାଜି ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ସେପଟେ ଗ୍ଲାସକୋରେ ବଢ଼ିଲା ଭାରତର ଗାରିମା । ଜଳବାୟୁ ପରିବର୍ତ୍ତନର ସମାଧାନ ପାଇଁ ଭାରତର ଯୋଗଦାନ ସଂପର୍କରେ ଅବଗତ କରାଇବା ସହ ପଞ୍ଚାମୃତ ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନ୍ତର୍ଜାତୀୟ ଜଳବାୟୁ ଶିଖର ସମ୍ମିଳନୀରେ ସେ ଘୋଷଣା କରିଛନ୍ତି ଯେ, ୨୦୭୦ ସୁଦ୍ଧା ଶୂନ୍ୟ କାର୍ବନ୍ ନିଗର୍ମନ ଲକ୍ଷ୍ୟ ପୂରଣ କରିବ ଭାରତ ।