• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • କପାଳଭାତି ପ୍ରାଣାୟମ୍ କରିବା ଦ୍ୱାରା ରକ୍ତ ସଞ୍ଚାଳନ ଭଲ ହୋଇଥାଏ

  • କପାଳଭାତି ପ୍ରାଣାୟମ୍  କରିବା ଦ୍ୱାରା ପେଟରେ ଅଧିକ ଚର୍ବୀକୁ କମ କରିଥାଏ

ଶରୀର ସୁସ୍ଥ ରହିବା ପାଇଁ ପ୍ରତିଦିନ ଯୋଗ ଓ ବ୍ୟାୟମ କରିବା ଆବଶ୍ୟକ । ପ୍ରତିଦିନ ଯୋଗାଭ୍ୟାସ କଲେ ଶରରୀରରେ ରକ୍ତ ସଞ୍ଚାଳନ ମଧ୍ୟ ଭଲ ହୋଇଥାଏ । ଯୋଗ ମଧ୍ୟରେ କପାଳଭାତି ପ୍ରାଣାୟମ ଏକ ଶକ୍ତିସାଳୀ ଉଚ୍ଚ ଉଦର ଶ୍ୱାସକ୍ରିୟା ସଂପନ୍ନ ପ୍ରାଣାୟମ ଅଟେ । କପାଳର ଅର୍ଥ ମସ୍ତିଷ୍କ ଓ ଭାତିର ଅର୍ଥ ହେଉଛି ସ୍ୱଚ୍ଛତା। ଅର୍ଥାତ କପାଳଭାତି ଏପରି ଏକ ପ୍ରାଣାୟାମ ଯାହା କରିବା ଦ୍ୱାରା ମସ୍ତିଷ୍କ ସୁସ୍ଥ, ଚିନ୍ତାମୁକ୍ତ ରହିବା ସହ ମସ୍ତିଷ୍କର କାର୍ଯ୍ୟ ସଠିକ୍ ଭାବେ ହୋଇଥାଏ । ଏହା ଛଡ଼ା ଲିଭର, କିଡ୍‌ନୀ ଓ ଗ୍ୟାସ ସମସ୍ୟା ପାଇଁ ଏହି ପ୍ରାଣାୟମ ବହୁତ ଲାଭଦାୟକ ଅଟେ ।

କପାଳଭାତି ଯୋଗ କରିବାର ପଦ୍ଧତି:

  • ପ୍ରଥମେ କପାଳଭାତି କରିବା ପାଇଁ ସୁଖାସନ କିମ୍ୱା ଚୌକି ଉପରେ ଆରାମ ଲାଗିବା ଭଳି ଧ୍ୟାନାତ୍ମକ ଶୈଳୀରେ ବସନ୍ତୁ ।
  • ଏହାପରେ ସାଧାରଣ ଭାବେ ଏକ ଲମ୍ୱା ନିଶ୍ୱାସ ନିଅନ୍ତୁ ଓ ଛାଡ଼ନ୍ତୁ  ।
  • ଏହା ପରେ ବାରମ୍ବାର ଶରୀର ଭିତରେ ଥିବା ନିଶ୍ୱାସକୁ ନାକ ଦ୍ୱାରା ବାହାରକୁ ଛାଡ଼ନ୍ତୁ ।
  • ଏହା ସହ ପେଟକୁ ସ୍ୱତପୃତ୍ତ ଭାବେ ସଙ୍କୁଚିତ କରନ୍ତୁ ।
  • ଏହି କ୍ରିୟାକୁ ପ୍ରଥମେ ନିଜ ଶକ୍ତି ଓ ଆବଶ୍ୟକତା ଅନୁସାରେ ୩୦ ରୁ ୫୦ ଥର ପର୍ଯ୍ୟନ୍ତ କରନ୍ତୁ ।
  • ଏହା ପରେ ଧୀରେ ଧୀରେ ଚେଷ୍ଠା କରି ଏହାକୁ ବଢ଼ାନ୍ତୁ ।
  • ଏହାକୁ ଅତି କମ୍‌ରେ ପାଞ୍ଚ ମିନିଟ୍ କିମ୍ବା ଅତିବେଶୀରେ ୩୦ ମିନିଟ ପର୍ଯ୍ୟନ୍ତ କରନ୍ତୁ ।

କପାଳଭାତି ପ୍ରାଣାୟମର ଉପକାରିତା:

  • କପାଳଭାତି ପ୍ରାଣାୟମ୍ କରିବା ଦ୍ୱାରା ରକ୍ତ ସଞ୍ଚାଳନ ଭଲ ହୋଇଥାଏ ।
  • ଶ୍ୱାସ ସମ୍ୱନ୍ଧୀୟ ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ ।
  • କପାଳଭାତି କରିବା ଦ୍ୱାରା ବିଶେଷ କରି ଆସ୍ତମା ରୋଗୀମାନଙ୍କ ପାଇଁ ଏହା ବହୁତ ଲାଭଦାୟକ ହୋଇଥାଏ ।
  • ପେଟରେ ଅଧିକ ଚର୍ବୀକୁ କମ କରିଥାଏ ।
  • ପେଟ ସମ୍ୱନ୍ଧୀୟ ରୋଗ ଓ କୋଷ୍ଠ କାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ ।
  • ଥକ୍କାପଣ ଓ ଅନିଦ୍ରାକୁ କମ କରିଥାଏ ।
  •  ଏହି ଲୋକମାନେ କପାଳଭାତି କରନ୍ତୁ ନାହିଁ

ଏହି ମାନେ କରନ୍ତୁ ନାହିଁ କପାଳଭାତି ପ୍ରାଣାୟମ୍

  • ଗର୍ଭବତୀ ମହିଳାମାନେ ଏହା କରନ୍ତୁ ନାହିଁ କପାଳଭାତି ।
  • ଅସ୍ତ୍ରୋପଚାର କରିଥିବା ବ୍ୟକ୍ତି କପାଳଭାତି ପ୍ରାଣାୟମ କରନ୍ତୁ ନାହିଁ ।
  • ଗ୍ୟାଷ୍ଟ୍ରିକ ଓ ଏସିଡ଼ିଟି ସମସ୍ୟା ଥିବା ରୋଗୀମାନେ ଏହାକୁ ଧୀରେ କରିବା ପାଇଁ ଚେଷ୍ଟା କରନ୍ତୁ ।
  • ଉଚ୍ଚ ରକ୍ତଚାପ ଓ ହୃଦରୋଗୀମାନେ କପାଳଭାତି ଆଦୌ କରନ୍ତୁ ନାହିଁ ।