• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଅଧୁରା ରହିଗଲା ପାଠପଢ଼ା ସ୍ୱପ୍ନ, ସାହାଯ୍ୟ ଅପେକ୍ଷାରେ ତୃଷ୍ଣାରାଣୀ,

  • ସହଯୋଗ କଲେ ଚିକିତ୍ସା କରାଇପାରନ୍ତେ : ପରିବାର ଲୋକ

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା) : ମେଧାବୀ ଛାତ୍ରୀଙ୍କ ଉପରେ ଦାଉ ସାଜିଲା ଦଇବ । ପାଠପଢ଼ି ଚାକିରି କରିବାର ସ୍ୱପ୍ନ ସବୁଦିନ ପାଇଁ ହଜିଗଲା । ସମସ୍ତଙ୍କ ଭଳି ପାଠ ପଢିବାକୁ ମନରେ ତାଙ୍କର ପ୍ରବଳ ଆଗ୍ରହ ଥିଲା । ସେଥିପାଇଁ କଠିନ ପରିଶ୍ରମ ମଧ୍ୟ କରୁଥିଲେ । ହେଲେ ବିଧିର ବିଧାନ ଥିଲା ଭିନ୍ନ । ହଠାତ ଆଖିକୁ ଆଉ ଦେଖାଗଲା ନାହିଁ କି କାନକୁ ବି ଶୁଣାଗଲା ନାହିଁ । ଏଣୁ ପାଠପଢାରେ ଡୋରି ବନ୍ଧା ହୋଇଗଲା । ଅଧୁରା ରହିଗଲା ସବୁ ସ୍ୱପ୍ନ, ସବୁ ଆଶା ଆଉ ବିଶ୍ୱାସ । ଏଭଳି ଦୟନୀୟ ଜୀବନ ଜିଉଁଛନ୍ତି ତୃଷ୍ଣାରାଣୀ । ଅର୍ଥ ଅଭାବରୁ ଏବେ ଚକିତ୍ସା କରିପାରୁନାହଁନ୍ତି ପରିବାର ଲୋକ ।

ବୌଦ୍ଧ ଜିଲ୍ଲା ବାଦିକଟା ଗାଁର ତୃଷ୍ଣାରାଣୀ ମହାକୁଡ । ଜନ୍ମରୁ ସବୁ ଠିକ ଠାକଥିଲା । ସାଙ୍ଗମାନଙ୍କ ମେଳରେ ଖେଳୁଥିଲେ ବୁଲୁଥିଲେ । ଶ୍ରେଣୀରେ ଭଲ ପାଠ ବି ପଢୁଥିଲା । ହସଖୁସିରେ ବିତି ଯାଉଥିଲା ଦିନ । ହେଲେ ସେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲା ବେଳେ ହଠାତ ଆଖିକୁ ଝାପସା ଝାପସା ଦେଖାଗଲା । ଧିରେ ଧିରେ ସେ ଆଉ ତାଙ୍କୁ କିଛି ଦେଖାଗଲାନି । ଦୃଷ୍ଟିଶକ୍ତି ଯିବା ସହ ଏବେ ତାଙ୍କ କାନକୁ ମଧ୍ୟ କିଛି ଶୁଭୁନି । ଦିନେ ନିଜେ ନିଜର ସବୁ କାମ କରିପାରୁଥିବା ଝିଅଟି ଏବେ ପରିବାର ଲୋକଙ୍କ ଉପରେ ବୋଝ ପାଲଟି ଯାଇଛି । ଏଭଳି ଦୟନୀୟ ଜୀବନ ବିତାଉଥିବା ଝିଅଟି ପାଇଁ ଅନେକ ସ୍ୱପ୍ନ ଦେଖୁଥିବା ପରିବାର ଲୋକଙ୍କ ମନରେ ଛାଇଯାଇଛି କଳାବାଦଲ ।

ତୃଷ୍ଣାରାଣୀର ଏଭଳି ଅବସ୍ଥା ଦେଖି ପରିବାର ଲୋକ ବିଭିନ୍ନ ଡାକ୍ତରଖାନକୁ ଗଲେ । ଚିକିତ୍ସା କରିବା ଲାଗି ସମସ୍ତ ସଞ୍ଚିତ ଧନ ଏବେ ଶେଷ କରାଇଲେ । ତଥାପି ଭଲ ହେଉନାହିଁ ତୃଷ୍ଣାରାଣୀ । ଗରିବ ବାପା ମାଁ ତୃଷ୍ଣାରାଣୀ ର ଅଧିକ ଚିକିତ୍ସା କରାଇବାକୁ ଏବେ ଆଉ ସମର୍ଥ ନୁହଁନ୍ତି । ଏଣୁ ସରକାରୀ କିମ୍ବା ବେସରକାରୀ ଭାବେ ତାର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିବେଦନକରିଛନ୍ତି । ଅପରପକ୍ଷରେ ସରକାରୀ ବ୍ୟବସ୍ଥା ଭିତରେ ତୃଷ୍ଣାରାଣୀର ଚିକିତ୍ସା କରାଇବାର ବ୍ୟବସ୍ଥା କରାଯିବ ବୋଲି ବୌଦ୍ଧ ସିଡିଏମଓ କହିଛନ୍ତି । ତେବେ ତାଙ୍କର ଏଭଳି ଅବସ୍ଥା ଦେଖି ତରୁନ୍ତ ପ୍ରଶାସନ ପକ୍ଷରୁ ସହଯୋଗ କରାଗଲେ ତୃଷ୍ଣାରାଣୀ ପୁଣିଥରେ ଦୁନିଆଁ ଦେଖିବା ସହ ତାର ପାଠପଢା ସ୍ୱପ୍ନକୁ ପୁରଣ କରିପାରନ୍ତା ।