• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଦାଦନ ଖଟିବାକୁ ଯାଇ ମୃତ୍ୟୁଶଯ୍ୟାରେ ପୁଅ

  • ଜୀବନ ବଞ୍ଚାଇବା ପାଇଁ ଭିକ୍ଷା ମାଗୁଛନ୍ତି ବାପା, ମଆ

ଜଳେଶ୍ୱର(ଅଜିତ କୁମାର ଦାସ) : ’ବାବୁ କିଛ ସାହାଯ୍ୟ କର । ମାଆ କିଛି ସାହାଯ୍ୟ କର । ଭାଇମାନେ ମୋ ଛୁଆକୁ ଫେରାଇ ଦିଅ । ପେଟ ଜ୍ୱାଳାରେ ପୁଅ ବାହାରକୁ ଦାଦନ ଖଟିବାକୁ ଯାଇଥିଲା । ହେଲେ ଦଇବ ସହିଲାନି । ଆପଣଙ୍କ ସାହାଯ୍ୟରେ ମୋ ପୁଅ ବଞ୍ଚିଯିବ, ଅପରେସନ ହେବ’ । ପୁଅର ଫଟୋକୁ ବୁକୁରେ ଚାପି ଧରି କାନ୍ଦିକାନ୍ଦି ଘର ଘର ବୁଲି ଭିକ୍ଷା ମାଗୁଛି ଦୁଃଖିନୀ ମା’ । ଦାଦନ ଖଟିବାକୁ ଯାଇ ମୃତ୍ୟୁ ଶଯ୍ୟାରେ ପୁଅ , ଜୀବନ ବଞ୍ଚାଇବା ପାଇଁ ଭିକ୍ଷା ମାଗୁଛନ୍ତି ବାପା, ମାଆ ।

ପରିବାର ପ୍ରତିପୋଷଣ ପାଇଁ ଆନ୍ଧ୍ରପ୍ରଦେଶରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ବାଲିଆପାଳ ବ୍ଲକ ନୟାବାଲି ଗ୍ରାମର ସନ୍ତୋଷ ଦଳାଇ । କାମ କରି ଯାହା ଆଣୁଥିଲେ ଦୁଇ ରୋଗୀଣା ବାପା ଓ ମା ଦୁଃଖେକଷ୍ଟେ ଚଳୁଥିଲେ । ହେଲେ ହଠାତ୍ ଦିନେ କାମ କରୁଥିବା ସମୟରେ ପେଟରେ ଯନ୍ତ୍ରଣା ଅନୁଭବ କଲେ ସନ୍ତୋଷ । ପାଖରେ ଥିବା କିଛି ଓଡ଼ିଆ ତାଙ୍କୁ ଗୁରୁତର ଅବସ୍ଥାରେ ଆନ୍ଧ୍ରପ୍ରଦେଶର ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ଜୀବନ ମୁତ୍ୟୁ ସହ ସଂର୍ଘଷ କରୁଛନ୍ତି ସନ୍ତୋଷ । ଛଅ ଦିନ ବିତିଥିଲେ ବି ସନ୍ତୋଷ ଚେତାଶୂନ୍ୟ ହୋଇ କୋମାରେ ପଡିରହିଛନ୍ତି । ତେବେ ବାହାର ରାଜ୍ୟରେ ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାନ୍ଧକ ।

ବର୍ତ୍ତମାନ ବାପାମା’ ନିରୁପାୟ । ତାଙ୍କ ପାଖରେ ଭିକ୍ଷା ମାଗିବା ଛଡା ଆଉ କୌଣସି ଉପାୟ ନାହିଁ । ସବୁ ଆଡୁ ନିରାଶ ହେବାପରେ ପୁଅକୁ ବଞ୍ଚାଇବା ପାଇଁ ଗାଁ ଗାଁ ବୁଲୁଛନ୍ତି । ପାଖରେ ଥିବା ଓଡ଼ିଆ ପିଲାମାନଙ୍କୁ ସହାୟତାରେ ଚିକିତ୍ସା ଚାଲିଛି । ବର୍ତ୍ତମାନ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହୁଛନ୍ତି । ତେବେ ସ୍ୱାସ୍ଥ୍ୟ ଅବସ୍ଥାର କୌଣସି ସୁଧାର ଆସିନାହିଁ ।

ଅତି ଗରିବ ହୋଇଥିବାରୁ ସନ୍ତୋଷଙ୍କ ବାପାମା’ ଅର୍ଥ ଯୋଗାଡ କରିବାରେ ଅକ୍ଷମ । ତେଣୁ ପୁଅର ଚିକିତ୍ସା ପାଇଁ ସବୁ ଆଡୁ ନିରାଶ ହୋଇ ଶେଷରେ ସ୍ଥାନୀୟ ପ୍ରସାଶନ,ଓ ସମାଜସେବୀ ଓ ଲୋକ ପ୍ରତିନିଧି, ଜିଲ୍ଲା ପ୍ରସାଶନ ବିଧାୟକ, ସାସଂଦ, ବାଲିଆପାଳ ତହସିଲଦାର, ସେଛାସେବୀ ସଂଗଠନ ସମସ୍ତଙ୍କୁ ଅନୁରୋଧ କରୁଛନ୍ତି । ପୁଅକୁ ବାହାର ଆନ୍ଧ୍ର ପ୍ରଦେଶରୁ ଓଡିଶାଙ୍କୁ ଆଣି ଉନ୍ନତ ମାନର ଚିକିତ୍ସା ଯୋଗାଇ ଦେବା ପାଇଁ ଅନୁରୋଧ କରୁଛନ୍ତି ।

ଯଦି କୌଣସି ସହୃଦୟ ବ୍ୟକ୍ତି ସହାୟତାର ହାତ ବଢାଇବାକୁ ଚାହିଁଲେ, ଫୋନ୍ ନମ୍ବର -9583903019 ଓ ଆକାଉଣ୍ଟ ନମ୍ବର ହେଉଛି 20266570445ରେ ଯୋଗାଯୋଗ କରି ସାହାଯ୍ୟ କରିପାରିବେ ।