• translate
Prangyan Parimita

News Highlights

  • ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଚାଲିଛି ଭିନ୍ନ ପ୍ରୟାସ

  • ବିନା ସାଇଡ ଇଫେକ୍ଟରେ କ୍ୟାନସର ଭଳି ରୋଗର ପ୍ରତିକାର ମିଳିପାରିବ

  • ୨ଟି ବିଭାଗର ୯ ଜଣ ବୌଜ୍ଞାନିକ ଏବଂ ୧୫ ଜଣ ରିସର୍ଚ୍ଚ ସ୍କଲାର୍ କରୁଛନ୍ତି ଗବେଷଣା

ସମ୍ବଲପୁର( ସଞ୍ଜୟ ଜେନା) : ପୁରାଣରେ ବର୍ଣ୍ଣିତ ଅଛି ବିଶଲ୍ୟକରଣୀ ପାଇଁ ପବନ ପୁତ୍ର ହନୁମାନ ଗନ୍ଧମାର୍ଦ୍ଦନ ପର୍ବତକୁ ଟେକି ଆଣିଥିଲେ । କାରଣ ଏହି ପର୍ବତରେ ରହିଥିଲା ନାନାଦି ଔଷଧୀୟ ଗୁଣଯୁକ୍ତ ବୃକ୍ଷ, ଯାହାକି ବର୍ତ୍ତମାନ ଯାଏଁ ତାର ଅସ୍ତିତ୍ୱ ବଂଚାଇ ରଖିଛି । ଆଉ ଏବେ ସେହି ଗନ୍ଧମାର୍ଦ୍ଦନ ବୃକ୍ଷର ବିଭିନ୍ନ ରାସାୟନିକ ଗୁଣକୁ ବୈଷୟିକ ପଦ୍ଧତିରେ ବ୍ୟବହାର କରି କ୍ୟାନସର ଭଳି ଗୁରୁତକ ରୋଗକୁ ପ୍ରତିହତ କରିବା ପାଇଁ ଚାଲିଛି ଚେଷ୍ଟା । ଖାଲି ସେତିକି ନୁହଁ ବିନା ପାର୍ଶ୍ୱ ପ୍ରତିକ୍ରିୟାରେ କିପରି ଏହା ସଫଳ ଭାବରେ ମନୁଷ୍ୟ ଦେହରେ କାର୍ଯ୍ୟକ୍ଷମ ହୋଇପାରିବ, ସେଥିପାଇଁ ଦିନରାତି ଗବେଷଣା ଚଳାଇଛନ୍ତି ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କିଛି ରିସର୍ଚ୍ଚ ଫେଲୋ ଏବଂ ଗବେଷକ ।

ବରଗଡ଼ ଜିଲ୍ଲାର ସୀମାରେ ଥିବା ଗନ୍ଧମାର୍ଦ୍ଦନ ପର୍ବତରେ ରହିଛି ବିଭିନ୍ନ ପ୍ରଜାତିର ଔଷଧୀୟ ବୃକ୍ଷ । ଆଉ ସେହି ସବୁ ପ୍ରଜାତିର ଗଛକୁ ଆଣି ସୃଷ୍ଟି କରାହୋଇଛି ଏହି ନର୍ସରୀ । ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ଭିତରେ ତିଆରି ହୋଇଥିବା ଏହି ନର୍ସରୀରେ ଗନ୍ଧମାର୍ଦ୍ଦନ ପର୍ବତରୁ ଅଣା ହୋଇଥିବା ୭୫ ପ୍ରଜାତିର ଗଛକୁ ଯତ୍ନର ସହ ବଡ କରାହେଉଛି । ଏହାକୁ ନେଇ ସମ୍ବଲପୁର ୟୁନିଭର୍ସିଟିର biotechnology, bio informatics ଆଣ୍ଡ chemistry ବିଭାଗ ପକ୍ଷରୁ ଚାଲିଛି ଗବେଷଣା । ଟିସୁ କଲଚର ଲ୍ୟାବରେ ଟିସୁ କଲଚର ଜରିଆରେ ସ୍ୱଳ୍ପ ସମୟ ଭିତରେ ଗଛମାନଙ୍କ ସଂଖ୍ୟା ବଢାଯାଉଛି ଏବଂ ଏ ପୁରା କାମରେ ସହଯୋଗ କରୁଛନ୍ତି ୨୫୦ ଜଣ ବୈଦ୍ୟରାଜ ।

ଗନ୍ଧମାର୍ଦ୍ଦନ ପର୍ବତରୁ ଅଣାଯାଇଥିବା ବୃକ୍ଷକୁ ନେଇ ଚାଲିଥିବା ଏହି ଗବେଷଣାକ ‌ଆଧୁନିକ ବୈଷୟିକ ଜ୍ଞାନକୌଶଳ ସାଙ୍ଗକୁ ଯନ୍ତ୍ରପାତିର ବ୍ୟବହାର ମଧ୍ୟ କରାଯାଉଛି । ପ୍ରଥମେ ଔଷଧ ଗଛରେ ଥିବା ବିଭିନ୍ନ କେମିକାଲକୁ ବାହାର କରାଯାଏ॥ ପରେ ତାକୁ ପୃଥକ୍ କରାଯାଏ କ୍ୟାନସର ରୋଗୀଠୁ ବାୟୋପ୍ସି ଜରିଆରେ କଢା ହେଇଥିବା ଟିସୁରୁ କ୍ୟାନସର ହୋଇଥିବା ସେଲ ଗୁଡିକୁ ଆଣି ଇନକ୍ୟୁବେଟରରେ ରଖାଯାଏ । ଜୀବନ୍ତ ସେଲରେ ଗଛରୁ ଅଣାହୋଇଥିବା କେମିକାଲ୍କୁ ଲଗାଯାଏ ପରବର୍ତ୍ତୀ ପର୍ଯ୍ୟାୟରେ କେତେ ପ୍ରତିଶତ କ୍ୟାନସର ସେଲ ମରୁଛନ୍ତି ଏହାକୁ ଷ୍ଟଡି କରାଯାଇଥାଏ ।

ଏହି ପରୀକ୍ଷାର ସଫଳତା ଧୀରେ ଧୀରେ ଦେଖିବାକୁ ମିଳୁଥିବା ରିସର୍ଚ୍ଚ ଫୋଲାମାନେ କହିଛନ୍ତି । ଏଲୋପେଥିକ୍ ଔଷଧ ଦେହରେ ଥିବା କ୍ୟାନସର ସେଲ ସହ ଭଲ ସେଲକୁ ମାରିଦେଇଥାଏ । ହେଲେ ଗନ୍ଧାମାର୍ଦ୍ଦନ ପର୍ବତର ଗଛମାନଙ୍କରୁ କଢାହୋଇଥିବା ଏହି କେମିକାଲ୍ କେବଳ କ୍ୟାନସର ସେଲକୁ ମାରିଦେଉଥିବା ଦେଖିବାକୁ ମିଳିଛି । କେବଳ କ୍ୟାନସର ନୁହଁ ଫେଲେରିଆ , ମେଲେରିଆ ,ବ୍ୟାକ୍ଚେରିଆ ସଂକ୍ରମଣ ଏବଂ ଡାଇବେଟିସ୍ ଉପରେ ମଧ୍ୟ ଚାଲିଛି ଗବେଷଣା ।

ବିଶ୍ୱ ବ୍ୟାଙ୍କର ୪ କୋଟି ଟଙ୍କା ସହଯୋଗରେ centre of Excellency ଦ୍ୱାରା ଗତ ୨୦୧୯ ଡିସେମ୍ବର ମାସରେ ଏହି ଗବେଷଣା ଆରମ୍ଭ ହୋଇଥିଲାବେଳେ ଏହି ପ୍ରୋଜେକ୍ଟର ଅବଧି ରିହିଛି ୫ ବର୍ଷ । ଆଉ ଏହାକୁ ସଫଳ କରିବା ପାଇଁ ଦିନରାତି ଲାଗିଛନ୍ତି ୨ ଟି ବିଭାଗର ୯ ଜଣା ବୈଜ୍ଞାନିକ ଏବଂ ୧୫ ଜଣ research scholar ।

Other Stories