• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ମଧୁମେହ ରୋକିବାରେ ସାହାଯ୍ୟ କରେ ମୁଗ ଡାଲି

  • ରକ୍ତଚାପ ନିୟନ୍ତ୍ରଣ କରେ ମୁଗ ଡାଲି

  • ଓଜନ କମ୍ କରାଏ ମୁଗ ଡାଲି

ଡାଲିରେ ରହିଛି ପୃଷ୍ଟିସାର । ଯାହା ଆମ ହାଡ଼ ଓ ରକ୍ତକୁ ମଜବୁତ କରିଥାଏ । ଡାଲି ମଧ୍ୟରେ ମୁଗ ଡାଲି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ କରିଥାଏ । କାରଣ ଏଥିରେ ବିଭିନ୍ନ ପ୍ରକାରର ପୋଷକତତ୍ୱ ରହିଛି । ତେବେ ଚାଲନ୍ତୁ ଜାଣିବା ମୁଗ ଡାଲିର ଉପକାରିତା ବିଷୟରେ ...

  • ମୁଗଡାଲି ନିୟମିତ ଭାବରେ ସେବନ କରିବା ଦ୍ୱାରା ଆପଣଙ୍କ ପାଚନ ସମସ୍ୟା ଠିକ ରହିଥାଏ । ଏଥିରେ ଥିବା ପୋକଟିନ ନାମକ ଫାଇବର ପାଚନ କ୍ରିୟାକୁ ସନ୍ତୁଳିତ କରେ l ଏହା ଦ୍ୱାରା ଖାଦ୍ୟ ଶୀଘ୍ର ହଜମ ହୋଇଥାଏ ।
  • ରକ୍ତଚାପ ନିୟନ୍ତ୍ରଣ କରେ ମୁଗ ଡାଲି । ଶରୀରେ ରକ୍ତଚାପ ନିୟନ୍ତ୍ରଣ ରହିବା ନିହାତି ଆବଶ୍ୟକ । ମୁଗ ଡାଲିରେ ଥିବା ମଗ୍ନେଶୀୟମ ଓ ପୋଟାସିୟମ ଶରୀରର ରକ୍ତଚାପକୁ ନିୟନ୍ତ୍ରିତ ରଖିଥାଏ l
  • ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ କରିବା ପାଇଁ ମୁଗଡାଲି ଲାଭଦାୟକ ଅଟେ l କାରଣ ଏଥିରେ ବିଭିନ୍ନ ପ୍ରକାରର ପୋଷକତତ୍ୱ ରହିଛି ।
  • ମୁଗ ଡ଼ାଲିରେ ପ୍ରୋଟିନ ,ଭିଟାମିନ ଏ ,ବି ,ସି ଓ ଇ ଭରପୁର ମାତ୍ରାରେ ରହିଛି । ଏହା ସହିତ ମୁଗ ଡ଼ାଲିରେ ଫାଇବର ,ଫୋଲେଟ ,ମଗ୍ନେଶୀୟମ ,ଫସଫରସ ,ଆଇରନ ଭଳି ତତ୍ୱ ମଧ୍ୟ ରହିଛି l ଯାହା ଆମ ହାଡକୁ ମଜବୁତ କରିବାରେ ସହାୟକ ହୋଇଥାଏ ।
  • ମୁଗ ଡାଲି ଇମ୍ୟୁନିଟିକୁ ବୃଦ୍ଧି କରିଥାଏ । ଏଥିରେ ଥିବା ପୋଷାକ ତତ୍ୱ ଇମ୍ୟୁନିଟି ବଢାଇବାରେ ସାହାଯ୍ୟ କରେ l ସେଥିପାଇଁ ସକାଳୁ ଖାଲି ପୋଟରେ ଗଜା ମୁଗ ଖାଇବା ଦ୍ୱାରା ଶରୀରକୁ ଅଧିକ ଶକ୍ତି ମିଳିଥାଏ ।
  • ଓଜନ କମ୍ କରାଏ ମୁଗ ଡାଲି । ମୁଗ ଡାଲି ସେବନ କରିବା ଦ୍ୱାରା ଶୀଘ୍ର ଭୋକ ଲାଗିନଥାଏ । ଏଥିରେ ଥିବା ପ୍ରୋଟିନ ଶରୀରର କ୍ଷତିଗ୍ରସ୍ତ ଟିସୁକୁକୁ ନିର୍ମାଣ କରିଥାଏ । ଯାହା ଫଳରେ ଶରରୀରେ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।
  • ହାର୍ଟ ପାଇଁ ଲାଭଦାୟକ ମୁଗ । ଏହା ଅନିୟମିତ ହୃଦସ୍ପନ୍ଦନକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ମୁଗ ଡାଲିରେ ପ୍ରସ୍ତୁତ ହାଲୁକା ଉଚ୍ଚ ରକ୍ତଚାପ କିମ୍ବା ହୃଦରୋଗରେ ପୀଡିତ ଲୋକମାନଙ୍କ ପାଇଁ ଏକ ଉତ୍କୃଷ୍ଟ ଖାଦ୍ୟ ଅଟେ । ଯାହା ହୃଦରୋଗୀଙ୍କ ପାଇଁ ଲାଭଦାୟକ ଅଟେ ।
  • ମଧୁମେହକୁ ରୋକିବାରେ ସାହାଯ୍ୟ କରେ ମୁଗ ଡାଲି । ମୁଗ ଡାଲିରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ରହିଛି ଯାହା ଫଳରେ, ଏହା ଶରୀରେ ଇନସୁଲିନ୍, ରକ୍ତ ଗ୍ଲୁକୋଜ ଏବଂ ଚର୍ବି ସ୍ତରକୁ ତଳକୁ ଆଣିବାରେ ସାହାଯ୍ୟ କରେ । ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ ଏବଂ ମଧୁମେହର ଆଶଙ୍କା କମ୍ କରିବାରେ ସାହାଯ୍ୟ କରେ ।