• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଆଜିକାଲି ଆଣ୍ଠୁଗଣ୍ଠି ବାତ ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଗଲାଣି। ବୟସ ଧିରେ ଧିରେ ବଢିବା ସହିତ ଅନେକ ଏହି ସମସ୍ୟାର ସମ୍ମୁଖିନ ହେଉଥିବା ଦେଖାଯାଏ। ତେବେ ଆଜି ଶିଖି ନିଅନ୍ତୁ କିଛି ସରଳ ଆସନ ଯାହାକୁ ନିୟମିତ ଅଭ୍ୟାସରେ ଆପଣ ଏଥିରୁ ନିଶ୍ଚିତ ମୁକ୍ତି ପାଇପାରିବେ।

ପଦାଙ୍ଗୁଳି ନମନ:

  • ଆସନ ଉପରେ ଗୋଡ଼ ଲମ୍ବାଇ ବସ। ଦୁଇ ପାଦକୁ ସାମାନ୍ୟ ଛଡାରେ ରଖ, ଦୁଇ ହାତ ଦେହ କଡ଼ରେ ନିତମ୍ବର ଟିକେ ପଛରେ ରହିବ
  • ହାତ ଉପରେ ଭରା ରଖି ପଛକୁ ସାମାନ୍ୟ ଝୁଲିଯାଅ
  • ମେରୁଦଣ୍ଡ ସିଧା ରଖ
  • ପାଦର ଆଙ୍ଗୁଳି ପ୍ରତି ସଜାଗ ରୁହ। ପାଦ ଦୁଇଟିକୁ ଉପର ଆଡକୁ ସିଧା ରଖି ବଳାଗଣ୍ଠି କିମ୍ବା ଗୋଇଠିକୁ ହାଲୁକା କର ଓ ନିଶ୍ଚଳ ରଖ
  • ଦୁଇ ପାଦ ଆଙ୍ଗୁଳିକୁ ଆଗକୁ ପଛକୁ ବଙ୍କାଅ
  • ପ୍ରତ୍ୟେକ ସ୍ଥିତିରେ କିଛି ସେକେଣ୍ଡ ରୁହ
  • ଏହି ଅଭ୍ୟାସ ୧୦ ଥର ପୁନରାବୃତ୍ତି କର

ବଳାଗଣ୍ଠି ଚକ୍ର:

  • ଦୁଇ ଗୋଡକୁ କାନ୍ଧ ଚଉଡାରେ ଛାଡ଼ି ସିଧାକରି ବସ
  • ଆସନ ଶେଷ ପର୍ଯ୍ୟନ୍ତ ଗୋଇଠିକୁ ଭୂଇଁରେ ରଖ

ପ୍ରଥମ ସ୍ଥିତି:

  • ଡାହାଣ ଗୋଇଠିରୁ ପାଦକୁ ବାମରୁ ଡାହାଣ ଦିଗରେ ବୃତ୍ତାକାର ଭାବରେ ଘୂରାଅ, ଗୋଇଠି ସ୍ଥିର ରହିବ
  • ଡାହାଣ ଆଡକୁ ୧୦ ଥର ଏବଂ ବାମ ଆଡ଼କୁ ୧୦ ଥର ଘୂରାଇବ
  • ବାମ ପାଦକୁ ମଧ୍ୟ ଠିକ୍ ସେହିପରି ବୃତ୍ତାକାରରେ ଘୂରାଅ

ଦ୍ଵିତୀୟ ସ୍ଥିତି:

  • ପାଦକୁ ଏକାଠି ରଖ
  • ଧୀରେ ଧୀରେ ଦୁଇ ପାଦକୁ ଏକ ସଙ୍ଗେ ଗୋଟିଏ ଦିଗକୁ ଚକ୍ରାକାରରେ ଘୂରାଅ
  • ୧୦ ଥର ଗୋଟିଏ ଦିଗକୁ ଏବଂ ଆଉ ୧୦ ଥର ବିପରୀତ ଦିଗକୁ ଘୂରାଅ

ତୃତୀୟ ସ୍ଥିତି:

  • ପାଦକୁ ଟିକିଏ ଛାଡିକରି ରଖ
  • ଗୋଇଠିରୁ ଦୁଇ ପାଦକୁ ଦୁଇ ବିପରୀତ ଦିଗରେ ଘୂରାଅ
  • ଭିତରକୁ ଘୂରିଲା ବେଲେ ଦୁଇ ପାଦର ବୁଢା ଆଙ୍ଗୁଳି ଯେମିତି ପରସ୍ପରକୁ ସ୍ପର୍ଶ କରେ
  • ପ୍ରତ୍ୟେକ ଦିଗରେ ୧୦ ଥର ଘୂରାଅ

ବଳାଗଣ୍ଠି ଘୂର୍ଣ୍ଣନ:

  • ଗୋଡକୁ ଲମ୍ବାଇ ସିଧାହୋଇ ବସ
  • ଡାହାଣ ଆଣ୍ଠୁ ବଙ୍କାଇ ପାଦକୁ ନିତମ୍ବ ଆଡ଼କୁ ଆଣ
  • ଆଣ୍ଠୁ ଉପରକୁ ଟେକି ପାଦକୁ ବାମ ଜଙ୍ଘ ଉପରେ ରଖ, ଯେମିତି ବଳାଗଣ୍ଠି ଜଙ୍ଘର ବେଶ ଉପରେ ରହି ଭଲ ଭାବରେ ଘୂରି ପାରିବ
  • ଡାହାଣ ବଳାଗଣ୍ଠିକୁ ଡାହାଣ ହାତରେ ଧର
  • ଡାହାଣ ପାଦର ଆଙ୍ଗୁଳିଗୁଡ଼ିକୁ ବାମ ହାତରେ ଧର
  • ବାମ ହାତ ସାହାଯ୍ୟରେ ଡାହାଣ ପାଦକୁ ଚକ୍ରପରି ଘୂରାଅ, ୧୦ ଥର ଡାହାଣକୁ ଏବଂ ୧୦ ଥର ବାମକୁ
  • ବାମ ପାଦକୁ ସେହିପରି ଡାହାଣ ଜଙ୍ଘରେ ରଖି ୧୦ ଥର ଘୂରାଅ

ଜାନୁ ନମନ:

  • ଦୁଇ ଗୋଡ ଲମ୍ବାଇ ବସ
  • ଡାହାଣ ଆଣ୍ଠୁ ବଙ୍କାକରି ଡାହାଣ ଜଙ୍ଘକୁ ଦୁଇ ହାତରେ ଛନ୍ଦି ଧର
  • ଆଣ୍ଠୁ ଫଳକକୁ ଆକର୍ଷଣ କରି ଡାହାଣ ଗୋଡ଼ ସିଧା କର
  • ହାତକୁ ଜଙ୍ଘ ତଳେ ରଖି ଦୁଇ କାନ୍ଧକୁ ସଳଖି ଦିଅ
  • ଗୋଇଠି ବା ଆଙ୍ଗୁଳିକୁ ଭୂଇଁରେ ଲଗାଅ ନାହିଁ
  • ଡାହାଣ ଗୋଡ଼କୁ ବଙ୍କା କରି ଛାତି ପାଖକୁ ଆଣ, ଗୋଇଠି ନିତମ୍ବ ପାଖରେ ରହିବ
  • ମେରୁଦଣ୍ଡ ଓ ମୁଣ୍ଡ ସିଧା ରଖ
  • ଅଭ୍ୟାସର ଏହା ଗୋଟିଏ ଚକ୍ର
  • ଏହିପରି ୧୦ ଥର ଡାହାଣ ଗୋଡ଼ ଏବଂ ୧୦ ଥର ବାମ ଗୋଡ଼ରେ କର

ଜାନୁ ଚକ୍ର:

  • ଦୁଇ ଗୋଡ଼କୁ ଲମ୍ବାଇ ବସ
  • ଡାହାଣ ଗୋଡ଼କୁ ବଙ୍କାଅ
  • ଦୁଇ ହାତ ଆଙ୍ଗୁଳି ଛନ୍ଦି ଜଙ୍ଘ ତଳେ ଧର ବା ଜଙ୍ଘ ତଳେ ଦୁଇ ବାହୁକୁ ଛନ୍ଦି କହୁଣୀକୁ ଧର। ଡାହାଣ ପାଦକୁ ଭୂଇଁରୁ ଉଠାଅ
  • ଆଣ୍ଠୁରୁ ତଳ ଗୋଡ଼କୁ ବଡ଼ ଚକ୍ର ଆକାରରେ ଘୂରାଅ
  • ଗୋଡ଼କୁ ଚକ୍ରର ଉପର ଭାଗରେ ସିଧା ରଖିବାକୁ ଚେଷ୍ଟା କର
  • ଉପର ଗୋଡ଼ ଓ ଶରୀର ସ୍ଥିର ରହିବା ଆବଶ୍ୟକ
  • ୧୦ ଥର ଡାହାଣକୁ ଏବଂ ୧୦ ଥର ବାମ ଆଡ଼କୁ ଘୂରାଅ
  • ବାମ ଗୋଡ଼ରେ ଏହି ଅଭ୍ୟାସ ପୁନରାବୃତ୍ତି କର

କହୁଣୀ ନମନ:

  • ଦୁଇ ଗୋଡ଼କୁ ଲମ୍ବାଇ ବସ
  • କାନ୍ଧ ଉଚ୍ଚତାରେ ଦୁଇ ବାହୁକୁ ଆଗକୁ ବଢାଅ
  • ହାତ ଖୋଲା ଓ ପାପୁଲି ଉପରକୁ ରହିବ
  • କହୁଣୀରୁ ଦୁଇ ହାତକୁ ବଙ୍କାଅ
  • ଆଙ୍ଗୁଳି କାନ୍ଧକୁ ଛୁଇଁବ
  • ବାହୁକୁ ପୁଣି ସିଧା କର
  • ଏହା ଗୋଟି ଚକ୍ର
  • ଏହି ପରି 10 ଚକ୍ର କର

ଏହା ସହିତ  ଆମିଷାହାର ଏଡେଇବା ସହିତ ପ୍ରଚର ମାତ୍ରାରେ ପାଣି ପିଇବା ଜରୁରୀ।