• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭଦ୍ରକ(ପାର୍ଥ ସାରଥୀ ନାୟକ) : ଦାଦନ ଖଟିବାକୁ ଯାଇ କୋମାରେ କରୁଣାକର । ନାଗପୁରରେ ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି । ରୋଜଗାର କରିବା ଲାଗି ଯାଇଥିଲେ ମାତ୍ର ଏବେ ପରିବାର ଲୋକଙ୍କ ଠାରୁ ମେଡିକାଲ ଖର୍ଚ୍ଚ ପଠାଯାଉଛି । ହେଲେ ପରିବାର ଲୋକ ମଧ୍ୟ ଏବେ ଅସହାୟ ହୋଇ ପଡ଼ିଲେଣି । ଆଉ ପାଖରେ ସମ୍ବଳ ନାହିଁ । ଆର୍ଥିନ ଅନାଟନରେ ଶିକାର ହୋଇ ସାଧାରଣ ଜନତାଙ୍କ ସହାୟତା ଲୋଡିଛନ୍ତି ପରିବାର ଲୋକ ।

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାରୋ ପଞ୍ଚାୟତ ଦହପାଣିଆ ଗାଁର ଅଲେଖ ଚନ୍ଦ୍ର ମଳିକଙ୍କ ପୁଅ କରୁଣାକର ମଳିକ । ବୟସ ମାତ୍ର ୩୩ । ପ୍ରାୟ ୭ ବର୍ଷ ହେଲା ନାଗପୁର ନଗରଧନସ୍ଥିତ ସୂର୍ଯ୍ୟଲକ୍ଷ୍ମୀ ସୂତା କଳରେ କାମ କରନ୍ତି । ରକ୍ତଚାପ ଜନିତ ରୋଗ ପାଇଁ ଅସୁସ୍ଥ ହେବାପରେ ଗତ ୩୦ତାରିଖରେ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା । ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନଆସିବାରୁ ତାଙ୍କୁ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ କୌଣସି ସୁଫଳ ନମିଳିବାରୁ କରୁଣାକରଙ୍କୁ ନାଗପୁରରେ ଏକ ମେଡିକାଲରେ ଆଡମିଟ୍ କରାଯାଇଛି ।

ସେବେଠାରୁ ଡାହାଣ ହାତ ଗୋଡ ପାରାଲିସିସ୍ ହେବା ସହିତ ସେ କୋମାରେ ପଡିଛନ୍ତି । ପରିବାର ଲୋକେ ଧାରଉଧାର କରି ପ୍ରାୟ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି । ଏବେ ଅଧିକ ଚିକିତ୍ସା ପାଇଁ ପ୍ରାୟ ୧୨ ଲକ୍ଷ ଟଙ୍କାର ଖର୍ଚ୍ଚର ଆବଶ୍ୟକତା ରହିଥିବା ଡାକ୍ତରଙ୍କ ଠାରୁ ସୂଚନା ମିଳିଛି । ଗରିବ ପରିବାରରେ ଆଉ ସମ୍ବଳ ନାହିଁ, କମ୍ପାନୀ ମଧ୍ୟ କିଛି ବୁଝୁନାହିଁ । ଏପରିସ୍ଥଳେ ତାଙ୍କର ଚିକିତ୍ସା ପାଇଁ ସମାଜସେବୀଙ୍କ ଠାରୁ ଆରମ୍ଭ କରି ସାମାଜିକ ସଂଗଠନ ଓ ସରକାରୀ ସହାୟତା ଲୋଡିଛନ୍ତି ତାଙ୍କ ସ୍ତ୍ରୀ ସଂଧ୍ୟାରାଣୀ ଓ ସାନ ଭାଇ ଶରତ ମଳିକ ।

କରୁଣାକରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଗଲେ ସେ ଭଲ ହୋଇଯିବେ ବୋଲି ପରିବାର ପକ୍ଷରୁ ନିବେଦନ କରାଯାଇଛି । ତେବେ ତାଙ୍କ ପାଇଁ ତିହିଡି ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସାମାଜିକ ଗଣମାଧ୍ୟମରେ ନିବେଦନ କରିବା ସହ ଅନ୍ୟ ଉପାୟରେ ସାହାଯ୍ୟ ଭିକ୍ଷା କରୁଛନ୍ତି ।

କରୁଣାକରଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିପାରିବେ ସହୃଦୟ ବ୍ୟକ୍ତି

ଶରତ କୁମାର ମଳିକଙ୍କ ଫୋନ୍ ପେ ଓ ଗୁଗୁଲ୍ ପେ ନମ୍ବର ୯୫୬୧୨୬୩୨୮୩

ବ୍ୟାଙ୍କ ଏକାଉଣ୍ଟ ନମ୍ବର ଏସବିଆଇ ୩୬୭୫୧୬୧୩୧୩୨