• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଓଜନ ହ୍ରାସ କରାଏ ମହୁ

  • ସ୍ମରଣ ଶକ୍ତି ବୃଦ୍ଧି କରାଏ ମହୁ

  • ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ ମହୁ

ସ୍ୱାସ୍ଥ୍ୟ ପାଇଁ ମହୁ ବହୁତ ଲାଭଦାୟକ ଅଟେ । ଆୟୁର୍ବେଦରେ ମହୁକୁ ଏକ ଔଷଧ ଭାବେ ପରିଗଣିତ ହୋଇଥାଏ । ମହୁ ପାଟି ପାଇଁ ଯେତିକି ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପାଇଁ ସେତିକି ଲାଭଦାୟକ । ତେବେ ଚାଲନ୍ତୁ ଜାଣିବା ମହୁର ବିଭିନ୍ନ ଉପକାରିତା ବିଷୟରେ...

  • ଓଜନ ହ୍ରାସ କରାଏ ମହୁ । ଓଜନ ହ୍ରାସ ପାଇଁ ମହୁ ହେଉଛି ସର୍ବତ୍ତୋମ ଖାଦ୍ୟ । ପ୍ରତିଦିନ ସକାଳୁ ଖାଲି ପେଟରେ ମହୁ ଓ ଗରମ ପାଣି ମିଶାଇ ପିଇଲେ ଶରୀରର ଓଜନ ହ୍ରାସ ହୋଇଥାଏ । ସକାଳୁ ଖାଲିପେଟରେ ମହୁ ସେବନ ଦ୍ୱାରା ପ୍ରଥମେ ଏହା ଶରୀରରେ ମେଟାବୋଲିଜିମ୍ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ, ଯାହା ପରବର୍ତ୍ତୀ ସମୟରେ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
  • ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ ମହୁ । ମହୁରେ ଅନେକ ଔଷଧୀୟ ଗୁଣ ରହିଛି । ମହୁରେ ସର୍ବାଧିକ ସଂଖ୍ୟକ ଆଣ୍ଟିଅକ୍ସିଡାଣ୍ଟ ଥାଏ । ପ୍ରତିଦିନ ମହୁ ସେବନ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଏହା ସହାୟକ ହୋଇଥାଏ ।
  • ପ୍ରତିଦିନ ସକାଳେ ଜଳଖିଆ ପୂର୍ବରୁ କିମ୍ବା ବ୍ୟାୟାମ ପୂର୍ବରୁ ମହୁ ଖାଇବା ଆବଶ୍ୟକ ଅଟେ । ମହୁ ଶରୀର ପାଇଁ କ୍ଲିନିଂ ଟୋନର ଭାବରେ ମଧ୍ୟ କାମ କରେ ଯାହା ପିଲାମାନଙ୍କ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହୋଇଥାଏ ।
  • ମୁହଁ ଓ ଚର୍ମରେ ଚମକ ଆଣେ ମହୁ । ଯେଉଁ ମାନଙ୍କର ଡ୍ରାଏ ସ୍କିନ୍ ସେମାନଙ୍କ ପାଇଁ ମହୁ ବହୁତ ଲାଭଦାୟକ । ମୁହଁରେ ମହୁକୁ ମଶ୍ଚରାଇଜର ଭାବେ ଏହାକୁ ପ୍ରତିଦିନ ଲଗାଇଲେ ମୁହଁରେ ଚମକ ଆସେ ।
  • ଚର୍ମରେ କ୍ଷତ, କଟା, ପୋଡା ଘା ହେଇଥିଲେ ସେଥିରେ ମହୁ ଲଗାଇବା ଦ୍ୱାରା ଶରୀରକୁ ଉପସମ ମିଳିଥାଏ ।
  • ସ୍ମରଣ ଶକ୍ତି ବୃଦ୍ଧି କରାଏ ମହୁ । ମହୁ ମସ୍ତିଷ୍କର ଶକ୍ତି ଏବଂ ସ୍ମୃତି ଶକ୍ତି ବୃଦ୍ଧି କରାଇଥାଏ । ପ୍ରତିଦିନ ମହୁ ବ୍ୟବହାର କରିବା ଦ୍ୱାରା ଏହା ଶରୀରର ମେଟାବୋଲିକ୍ ଚାପକୁ ରୋକିଥାଏ ଏବଂ ମସ୍ତିଷ୍କକୁ ଶାନ୍ତ କରିବାରେ ସାହାଯ୍ୟ କରିଥାଏ । ଯାହାକି ଏହା ଦୀର୍ଘ ସମୟ ପାଇଁ ସ୍ମୃତି ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
  • ପ୍ରତିଦିନ ମହୁ ସେବନ କଲେ କାଶ ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ । ପ୍ରତିଦିନ ଏକ ଚାମଚ ମହୁ ଖାଇବା ଦ୍ୱାରା ଗଳାରେ ଉତ୍ତେଜନା କମିଯାଏ ଓ କାଶ କମିଯାଇଥାଏ ।