• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଓଜନ ହ୍ରାସ କରାଏ ପିଚ୍ 

  • ଦୃଷ୍ଟିଶକ୍ତି ବଢାଇବାରେ ସହାୟକ ହୋଇଥାଏ ପିଚ୍ ।

ସ୍ୱାସ୍ଥ୍ୟ ହିଁ ସଂପଦ । ଶରୀର ସୁସ୍ଥ ରହିବା ପାଇଁ ବିଭିନ୍ନ ଫଳ ଖାଇବା ପାଇଁ ଆମକୁ ଡାକ୍ତର ପରାମର୍ଶ ଦେଇଥାନ୍ତି । ସେଥିମଧ୍ୟରୁ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଫଳ ହେଉଛି ପିଚ୍ । ପିଚ୍ ରେ କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ମିନେରାଲ୍ସ ଏବଂ ଫାଇବର ପ୍ରଚୁର ପରିମାଣରେ ମିଳିଥାଏ । ପିଚ୍ ରେ ଭିଟାମିନ୍-ସି ଭରପୂର ରହିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ । ଚାଲନ୍ତୁ ଜାଣିବା । ପିଚ୍ ରେ ଉପକାରିତା ବିଷୟରେ…

  • ପିଚ୍ ରେ ପୋଟାସିୟମ୍ ରହିଥାଏ ଯାହା ଆପଣଙ୍କ କିଡନୀକୁ ସୁସ୍ଥ ରଖିବା ପାଇଁ ବହୁତ ଉପକାରୀ । ପିଚ୍ ଆପଣଙ୍କ ମୂତ୍ରାଶୟ ପାଇଁ ଏକ କ୍ଲିନିଂ ଏଜେଣ୍ଟ ଭାବରେ କାମ କରେ । ପିଚ୍ ଖାଇବା ଦ୍ୱାରା କିଡଡ୍ନୀ ଜନୀତ ରୋଗ ହୋଇନଥାଏ ।
  • ପିଚ୍ ରେ ଭିଟାମିନ୍-ସି ପ୍ରଚୁର ପରିମାଣରେ ରହିଥାଏ । ଯାହା ଶରୀରରେ ଆଣ୍ଟି-ଅକ୍ସିଡାଣ୍ଟ ଭାବରେ କାର୍ଯ୍ୟ କରିଥାଏ । ପିଚ୍ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହୋଇଥାଏ । 
  • ଓଜନ ହ୍ରାସ ପାଇଁ ପିଚ୍ ମଧ୍ୟ ଏକ ଉତ୍ତମ ଫଳ । ପିଚରେ ଖୁବ୍ କମ୍ କ୍ୟାଲୋରୀ ରହିଥାଏ, ଯେଉଁ କାରଣରୁ ଆପଣଙ୍କ ଓଜନ ଶୀଘ୍ର କମିଥାଏ । ଯଦି ଆପଣ ଜଳଖିଆରେ ପିଚ୍ ଖାଆନ୍ତି, ତେବେ ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ଆପଣ ଭୋକିଲା ଅନୁଭବ କରିବେ ନାହିଁ । ଭୋକିଲା ଥିବାବେଳେ ଆପଣ ପିଚ୍ ଖାଇପାରିବେ ।
  • ପିଚ୍ ଦୃଷ୍ଟିଶକ୍ତି ବଢାଇବାରେ ସହାୟକ ହୋଇଥାଏ । ପିଚ୍ରେ ବିଟା କାରୋଟିନ୍ ଥାଏ, ଯାହା ଶରୀରରେ ଭିଟାମିନ୍ ଏ ତିଆରି କରିଥାଏ । ରେଟିନାକୁ ସୁସ୍ଥ ରଖିବା ପାଇଁ ଭିଟାମିନ୍-ଏ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
  • ପିଚ୍ ଖାଇବା ଦ୍ୱାରା କ୍ୟାନ୍ସର ରୋଗ ହେବାର ଆଶଙ୍କା କମ୍ ରହିଥାଏ । ପିଚରେ ଆଣ୍ଟି-ଅକ୍ସିଡାଣ୍ଟ ଥାଏ ଯାହା ଆପଣଙ୍କୁ କ୍ୟାନ୍ସର ଭଳି ରୋଗରୁ ରକ୍ଷା କରିଥାଏ । ଅନେକ ଗବେଷଣାରେ ଏହା ପ୍ରକାଶ ପାଇଛି ଯେ କେମୋଥେରାପିର ସାଇଡ୍ ଇଫେକ୍ଟରୁ ବଞ୍ଚାଇବା ପାଇଁ ପିଚ୍ ମଧ୍ୟ କାମ କରିଥାଏ ।
  • ପ୍ରତିଦନ ପିଚ୍ ଖାଇବା ଦ୍ୱାରା ଶରୀରରେ ଖାଦ୍ୟ ହଜମ ଶୀଘ୍ର ହୋଇଥାଏ ।
  • ପ୍ରତିଦିନ ପିଚ୍ ଖାଇବା ଦ୍ୱାରା ଶରୀରରେ ଉଚ୍ଚ ରକ୍ତ ଚାପ ଓ କୋଲେଷ୍ଟ୍ରଲର ସ୍ତର ଠିକ୍ ରହିଥାଏ ।
  • ଶରୀରର ଚର୍ମକୁ ସୁସ୍ଥ ରଖେ ପିଚ୍ । ପ୍ରତିଦିନ ପିଚ୍ ଖାଇଲେ ଶରୀରରେ ଥିବା ରକ୍ତ ସଫା ହୋଇଥାଏ । ଏହାଦ୍ୱାରା ମୁହଁରେ  ବ୍ରଣ ବା ଘା ହୋଇନଥାଏ ।