• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ହାଡ଼ ମଜବୁତ କରେ ନାସପାତି

  • ଓଜନ ହ୍ରାସ କରାଏ ନାସପାତି

  • ଥକାପଣ ଦୂର କରେ ନାସପାତି

ସ୍ୱାସ୍ଥ୍ୟ ହିଁ ସଂପଦ । ସ୍ୱାସ୍ଥ୍ୟ ପାଇଁ ଫଳ ସେବନ ଅତ୍ୟନ୍ତ ଜରୁରୀ ଅଟେ । ଫଳରୁ ଶରୀରକୁ ବିଭିନ୍ନ ଭିଟାମିନ୍ ମିଳିଥାଏ । ସେହିପରି ଏକ ଫଳ ହେଉଛି ନାସପାତି । ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ନାସପାତି । ନାସପାତି ଖାଇବା ଦ୍ୱାରା ଶରୀର ଅନେକ ଲାଭ ହୋଇଥାଏ । ଏଥିରେ ଭିଟାମିନ୍-ସି, ଭିଟାମିନ୍ ବି-କମ୍ପ୍ଲେକ୍ସ, ମିନେରାଲ୍ସ, ଫାଇବର, କପର, ମାଙ୍ଗାନିଜ୍, ମ୍ୟାଗ୍ନେସିୟମ୍, ଏବଂ ଯୌଗିକ ମଧ୍ୟ ରହିଛି । ନାସପାତିରେ କ୍ୟାଲୋରୀ ପରିମାଣ ବହୁତ କମ୍, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏଥିରେ ପ୍ରଚୁର ପରିମାଣରେ ଫାଇବରର ଅଛି ଯାହା ହଜମ ଶକ୍ତି ବଢ଼ାଇଥାଏ । ତେବେ ଚାଲନ୍ତୁ ଜାଣିବା ନାସପାତିର ବହୁ ଲାଭଦାୟକ ଗୁଣ ବିଷୟରେ...

  • ନାସପାତି ଖାଇବା ଦ୍ୱାରା ହଜମ ପ୍ରକ୍ରିୟାରେ ଉନ୍ନତି ହୋଇଥାଏ । ଯେଉଁମାନଙ୍କର ପାଚନ ସମସ୍ୟା ରହିଛି ସେମାନେ ନାସପାତି ସେବନ କରିବା ଉଚିତ । ଏହା ସ୍ୱାସ୍ଥ୍ୟ ପାଇଁ ହିତକର ଅଟେ ।
  • ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଏ ନାସପାତି । ନାସପାତିରେ ଭିଟାମିନ୍ ସି ଏବଂ ଅନେକ ପୋଷକ ତତ୍ତ୍ୱ ରହିଛି ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ିବାରେ ସାହାଯ୍ୟ କରିଥାଏ ।
  • ନାସପାତିରେ ବହୁ ପରିମାଣରେ ଲୌହ ରହିଛି । ଯେଉଁମାନଙ୍କର ହେମୋଗ୍ଲୋବିନର ମାତ୍ରା କମ୍ ସେମାନେ ନାସପାତି ଖାଇବା ଆବଶ୍ୟକ ।ଏହା ରକ୍ତହୀନତାର ଅଭାବ ପୂରଣ କରିବାରେ ସାହାଯ୍ୟ କରିଥାଏ ।
  • ହାଡ଼ ମଜବୁତ କରେ ନାସପାତି । ନାସପାତି କ୍ୟାଲସିୟମର ଏକ ଉତ୍ତମ ଉତ୍ସ । ହାଡ଼କୁ ଶକ୍ତିଶାଳୀ କରିବାରେ କ୍ୟାଲସିୟମ ସାହାଯ୍ୟ କରେ । ହାଡ଼କୁ ମଜବୁତ ଓ ସୁଦୃଢ କରିବା ପାଇଁ ନାସପାତି ଖାଇବା ଆବଶ୍ୟକ ।
  • ଥକାପଣ ଦୂର କରେ ନାସପାତି । ଥକାପଣ, ଶରୀରରେ ଦୁର୍ବଳତା ଅନୁଭବ କରୁଥିବା ବ୍ୟକ୍ତି ନାସପାତି ସେବନ କରିବା ଆବଶ୍ୟକ । ନାସପାତିରୁ ମିଳୁଥିବା ପୁଷ୍ଟିକର ଉପାଦାନ ଶରୀରରେ ଶକ୍ତି ବୃଦ୍ଧି ସହାୟକ ହୁଏ ।
  • ଚର୍ମ ଚର୍ମକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ ନାସପାତି ।
  • ଓଜନ ହ୍ରାସ କରାଏ ନାସପାତି । ଓଜନ ହ୍ରାସ କରିବାରେ ନାସପାତି ସାହାଯ୍ୟ କରିଥାଏ । ନାସପାତିରେ ବହୁତ କମ୍ ମାତ୍ରାରେ କ୍ୟାଲୋରୀ ଅଛି । ପ୍ରତିଦିନ ନିଜ ଖାଦ୍ୟରେ ନାସପାତି ନିଶ୍ଚୟ ସାମିଲ କରନ୍ତୁ ।