• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଚର୍ମକୁ ସୁସ୍ଥ ରଖେ ଧନିଆ

  • ପାଚନ ସମସ୍ୟାକୁ ଦୂର କରେ ଧନିଆ

ସାଧାରଣତଃ ଧନିଆକୁ ଆମେ ଖାଦ୍ୟରେ ମସଲା ଭାବେ ବ୍ୟବହାର କରିଥାଉ । କିନ୍ତୁ ଧନିଆରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ଧନିଆରେ ଭିଟାମିନ୍-ଏ,ସି ବ୍ୟତିତ ଅନେକ ପୋଷକ ତତ୍ୱ ଭରି ରହିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଧନିଆରେ ପ୍ରସ୍ତୁତ କାଡ଼ାକୁ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥାନ୍ତି ।  ଆସନ୍ତୁ ଜାଣିବା ଧନିଆର ବିଭିନ୍ନ ଲାଭଦାୟକ ଗୁଣ ବିଷୟରେ...

  • ଶରୀରରେ ହାନିକାରକ କୋଲେଷ୍ଟ୍ରଲକୁ ଧନିଆ ପାଣି କମ୍ କରି ହୃଦଘାତ ସମସ୍ୟାରୁ ଦୁରେଇ ରଖିଥାଏ । କୋଲେଷ୍ଟ୍ରଲ ସମସ୍ୟା ହୃଦଘାତର ବଡ କାରଣ ଅଟେ । ଧନିଆର ପାଣି ଶରୀର ପାଇଁ ଖୁବ ଲାଭ ଦାୟକ  ଅଟେ ।
  • ସାଧାରଣତଃ ଝାଳ ବୋହିବା ଦ୍ୱାରା ଶରୀରରୁ ଜଳୀୟ ଅଂଶ କମି ଯାଇଥାଏ  । ଏହାଦ୍ୱାରା ମୁଣ୍ଡ ବୁଲେଇ ଥାଏ  ଓ ଶରୀର ଦୁର୍ବଳ ହୋଇଯାଏ । ଏପରି ସ୍ଥଳେ ସକାଳୁ ଯଦି ଖାଲି ପେଟରେ ଧନିଆ ପାଣି ପିଇବା ତେବେ ଏହା ଶରୀରର ଜଳୀୟ ଅଂଶକୁ ଠିକ ରଖିବା ସହିତ ଶରୀରକୁ ହାଇଡ୍ରେଟ ମଧ୍ୟ ରଖିବ । ଏଥି ସହିତ ଶରୀର ମଧ୍ୟ ଥଣ୍ଡା ରହିବ ।
  • ପାଚନ ସମସ୍ୟାକୁ ଦୂର କରିବା ପାଇଁ ଧନିଆ ପାଣିର ଉପଯୋଗ କରାଯାଇଥାଏ ।  ଧନିଆ ପାଣି ପାଚନ ପ୍ରକ୍ରିୟାକୁ ସୁସ୍ଥ କରିଥାଏ । ଏଥିରେ କାର୍ମିନେଟିଭ ମଧ୍ୟ ରହିଛି ,ଯାହା ଗ୍ୟାସ ସମସ୍ୟାକୁ ଦୂର କରିଥାଏ ।
  • ଧନିଆ ପତ୍ର ଓ ଧନିଆ ପାଣି ଉଭୟ ଆଣ୍ଟି ବାୟୋଟିକ ଗୁଣରେ ଭରପୁର ଅଟେ । ଯାହା ରକ୍ତରେ ଗ୍ଲୁକୋଜ ମାତ୍ରାକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ । ପ୍ରତିଦିନ ଧନିଆ ପତ୍ର ଖାଇବା ଦ୍ୱାରା ରକ୍ତରେ ଶର୍କରା ନିୟନ୍ତ୍ରିତ ରହିଥାଏ ।
  • ମସ୍ତିଷ୍କକୁ ସୁସ୍ଥ ରଖେ ଧନିଆ । ଧନିଆରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି ଯାହା ମସ୍ତିଷ୍କର ବିଭିନ୍ନ ରୋଗରୁ ରକ୍ଷା କରିଥାଏ ।
  • ଧନିଆ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ରହିଥାଏ ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରେ ।
  • ଶରୀରର ବିଭନ୍ନ ରୋଗ ସଂକ୍ରମଣରୁ ଦୂର କରେ ଧନିଆ ।
  •  ଚର୍ମକୁ ସୁସ୍ଥ ରଖେ ଧନିଆ । ଧନିଆ ଏକ୍ସଟ୍ରାକ୍ଟରେ ଥିବା ଆଣ୍ଟିଅକ୍ସିଡାଣ୍ଟ ସେଲ୍ୟୁଲାର୍ କ୍ଷତିକୁ ରୋକିବାରେ ସାହାଯ୍ୟ କରିଥାଏ । ଯାହା ଦ୍ୱାରା ଚର୍ମ ଅତି ଶୀଘ୍ର ଲୋଚାକୁଚା ହୋଇନଥାଏ ।