• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ମଧୁମେହ ପାଇଁ ହିତକର ମେଥି

  • କୋଲେଷ୍ଟ୍ରଲ କମ୍ କରିବାରେ ସାହାଯ୍ୟ କରେ ମେଥି

ସାସ୍ଥ୍ୟ ହିଁ ସଂପଦ । ସ୍ୱାସ୍ଥ୍ୟ ଓ ନିଜର ତ୍ୱଚ୍ଚାକୁ ସୁରକ୍ଷିତ ରଖିବା ପାଇଁ ଡାକ୍ତର ସର୍ବଦା ପରାମର୍ଶ ଦେଇଥାନ୍ତି । ସାଧାରଣ ଜୀବନରେ ଆମେ ମାନେ ଦେହ ଖରାପ ହେଲେ ବହୁତ ଔଷଧ ସେବନ କରିଥାଉ କିନ୍ତୁ ଆମେ ଘରୋଇ ଉପଚାର ଦ୍ୱାରା ବିଭିନ୍ନ ରୋଗର ଉପଶମ କରିପାରିବା । ଆଜି ଆମେ ମେଥିର ବିଭିନ୍ନ ଲାଭଦାୟକ ଉପକାରିତା ବିଷରେ କହିବାକୁ ଯାଉଛୁ । ପ୍ରାୟତଃ ମେଥି ସମସ୍ତଙ୍କ ଘରେ ଖୁବ ସହଜରେ ମିଳିଯାଏ । ଛୋଟ ଛୋଟ ମେଥି ଦାନା ଆମକୁ ଅନେକ ରୋଗରୁ ମୁକ୍ତି ଦେଇଥାଏ l ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ନେଇ ଓଜନ କମାଇବା ପାଇଁ  ସାହାଯ୍ୟ କରିଥାଏ ।  ଆସନ୍ତୁ ଜାଣିବା ମେଥି ଦାନାର ଉପକାର ବିଷୟରେ

-କୋଲେଷ୍ଟ୍ରଲ କମ୍ କରିବାରେ ସାହାଯ୍ୟ କରେ ମେଥି । ମେଥିରେ ନାରୀଙ୍ଗନିନ ନାମକ ଫ୍ଲେବୋନାଏଡ଼ ରହିଥିବା କାରଣରୁ ଏହା ରକ୍ତରେ ଲିପିଡ଼ ସ୍ତରକୁ ନିୟନ୍ତ୍ରିତ କରିଥାଏ l ଏହା ସହିତ ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ କୋଲେଷ୍ଟ୍ରଲ କମ୍ କରିବାକୁ ସାହାଯ୍ୟ କରିଥାଏ l

-ମଧୁମେହ ପାଇଁ ହିତକର ମେଥି । ମେଥି ଦାନା ସେବନ କରିବା ଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରିତ ରହିଥାଏ l ମେଥିରେ ଥିବା ହାଇପୋଗ୍ଲିସେମିକ ପ୍ରଭାବ ରହିଥିବା କାରଣରୁ ଏହାଦ୍ୱାରା ରକ୍ତରେ ଶର୍କରା ସ୍ତରକୁ କମ କରିଥାଏ ।

-ଓଜନ ହ୍ରାସ କରିଥାଏ ମେଥି । ମେଥିରେ ଅନେକ ପ୍ରକାରର ପୋଲିଫେନଲସ ରହିଥିବା କାରଣରୁ ଓଜନ ହ୍ରାସ ହେବାରେ ସାହାଯ୍ୟ କରିଥାଏ  । ଯାହା ଓଜନ କମାଇବା ସହିତ ଶରୀରରେ ଜମି ଥିବା ଚର୍ବିକୁ କମାଇବାରେ ସାହାଯ୍ୟ କରିଥାଏ ।

-ଗଣ୍ଠି ଯନ୍ତ୍ରଣାରୁ ଆରାମ ଦେଇଥାଏ ମେଥି । ମେଥିରେ ଆଇରନ,କ୍ୟାଲସିୟମ ,ଫସଫରସ,ଆଣ୍ଟି ଇମ୍ଫାଲମେଟରୀ ଓ ଆଣ୍ଟି ଅକ୍ସିଡେଣ୍ଟ ରହିଥିବା କାରଣରୁ ବିଭିନ ଯନ୍ତ୍ରଣାରୁ ଆରାମ ମିଳିଥାଏ  ।

-ମେଥି ଦାନା ଶରୀର ପକ୍ଷରେ ଗରମ ଅଟେ l ଏହା ପୁରୁଷ ମାନଙ୍କର ଯୌନ ଶକ୍ତିକୁ ବୃଦ୍ଧି କରିଥାଏ l