• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • କେଶ ପାଇଁ ଖାଦ୍ୟରେ ସାମିଲ କରନ୍ତୁ ବାଦାମ

କେଶ ପାଇଁ ପୃଷ୍ଟିକର ଖାଦ୍ୟର ନହାତି ଆବଶ୍ୟକତା ରହିଛି । କିନ୍ତୁ ସଠିକ୍ ଖାଦ୍ୟ ନ ଖାଇଲେ କେଶରେ ବିଭିନ୍ନ ସମସ୍ୟା ଉପୁଜିଥାଏ । ସୁସ୍ଥ ଏବଂ ମଜବୁତ କେଶ ପାଇଁ ଡାଏଟ୍ ଅନୁସରଣ କରିବା ଉଚିତ ଯେଉଁଥିରେ ଆଣ୍ଟିଅକ୍ସିଡାଣ୍ଟ, ଆଇରନ୍, ଭିଟାମିନ୍ ଡି ଏବଂ ବାୟୋଟିନ୍ ଅନ୍ତର୍ଭୁକ୍ତ । ଖାଦ୍ୟର ପ୍ରଭାବ ସିଧାସଳଖ ସ୍ୱାସ୍ଥ୍ୟ, କେଶ ଓ ତ୍ୱଚା ଉପରେ ପଡିଥାଏ । ତେବେ ଆସନ୍ତୁ ଜଣିବା, କେଶ ଝଡ଼ିବା ବନ୍ଦ କରିବା ପାଇଁ କେଉଁ କେଉଁ ଖାଦ୍ୟ ଖାଇବା ଉଚିତ ।

ବାଦାମ:

କେଶ ପାଇଁ ଖାଦ୍ୟରେ ସାମିଲ କରନ୍ତୁ ବାଦାମ । ଅଖରୋଟ, ବ୍ରାଜିଲ ନଟ, ବାଦାମ ଆଦି କେଶ ପାଇଁ ଲାଭଦାୟକ ଅଟେ ।

ପାଳଙ୍ଗ:

କେଶ ପାଇଁ ଖାଦ୍ୟରେ ସାମିଲ କରନ୍ତୁ ପାଳଙ୍ଗ। ଏହା କେଶ ପାଇଁ ଲାଭଦାୟକ ଅଟେ । କେଶ ବଢିବାରେ ସାହାଯ୍ୟ କରେ ପାଳଙ୍ଗ ।

ଫଳ:

କେଶ ପାଇଁ ଖାଦ୍ୟରେ ସାମିଲ କରନ୍ତୁ ଫଳ । ଆପଣଙ୍କ ଖାଦ୍ୟରେ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ଯୁକ୍ତ ଫଳ ସାମିଲ କରନ୍ତୁ ଯାହା ସୁସ୍ଥ କେଶ ପାଇଁ ଗୁରୁତ୍ୱପୂର୍ଣ୍ଣ । ଜାମୁକୋଳି, ଚେରି, ଅଙ୍ଗୁର, କମଳା ଆଦି ଫଳରେ ଭରପୁର ମାତ୍ରାରେ ଭିଟାମିନ ସି ଓ ଆଣ୍ଟିଅକ୍ସିଡାଣ୍ଟ ରହିଛି, ଯାହା କେଶର ଫୋଲିକଲ୍ସକୁ ମୁକ୍ତ ରେଡିକାଲରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଯାହା କେଶ ଝଡିବା ରୋକିବାରେ ସାହାଯ୍ୟ କରିଥାଏ ।

 

ମାଛ:

କେଶ ପାଇଁ ଖାଦ୍ୟରେ ସାମିଲ କରନ୍ତୁ ମାଛ । ଯେଉଁ ମାଛରେ ଆବଶ୍ୟକୀୟ ଫ୍ୟାଟି ଏସିଡ, ଓମେଗା -୩ ଏବଂ ଭିଟାମିନ୍ ଡି ରହିଛି ସେହି ମାଛ ଖାଇବା ଉଚିତ । ଫ୍ୟାଟି ଏସିଡ ଯୁକ୍ତ ମାଛରେ ପ୍ରୋଟିନ୍, ସେଲେନିୟମ୍ ଏବଂ ବି ଭିଟାମିନ୍ର ଏକ ଉତ୍ତମ ଉତ୍ସ ରହିଛି, ଯାହା କେଶକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

ଅଣ୍ଡା:

କେଶ ପାଇଁ ଖାଦ୍ୟରେ ସାମିଲ କରନ୍ତୁ ଅଣ୍ଡା । ଅଣ୍ଡାରେ ବିଭିନ୍ନ ଭିଟାମିନ୍, ମିନେରାଲ୍ସ ଏବଂ ପୋଷକ ତତ୍ତ୍ୱ ରହିଛି । ଅଣ୍ଡା ପ୍ରୋଟିନର ଏକ ଉତ୍ତମ ଉତ୍ସ, ଯାହା କେଶ ଝଡ଼ିବା ରୋକିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। କମ୍ ପ୍ରୋଟିନ ଯୁକ୍ତ ଖାଦ୍ୟ କେଶ ବଢ଼ିବାରେ ରୋକିଥାଏ । ଫଳରେ କେଶ ଦୁର୍ବଳ ହୋଇ ଝଡିଥାଏ ।