• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଶୀତଋତୁରେ ଗାଜର ଖାଇବା ଦ୍ୱାରା ଲିଭର ସୁସ୍ଥ ରହିଥାଏ

  • ଗାଜରରେ ଥିବା ତତ୍ତ୍ଵ କ୍ୟାନ୍ସର ପ୍ରତିରୋଧକ ଅଟେ

ଶୀତଋତୁରେ ଆମେ ପ୍ରାୟ ବଜାରରେ ଗାଜର ପ୍ରଚୁର ପରିମାଣରେ ଦେଖିବାକୁ ପାଇଥାଉ । ଯେଉଁଥିରେ ରହିଛି ଅନେକ ପୋଷାକ ତତ୍ତ୍ଵ, ଯାହା ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ । ତେଣୁକରି ବିଶେଷ ଭାବରେ ଶୀତଋତୁରେ ଗାଜର ଖାଇବାକୁ ଚିକିତ୍ସକ ମାନେ କହିଥାଆନ୍ତି ।

ଇମ୍ୟୁନିଟି ବୁଷ୍ଟର୍

ଗାଜର ଆମର ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ସହିତ ବିଭିନ୍ନ ଶୀତଋତୁ ର ରୋଗ ଠାରୁ ଦୂରେଇ ରଖିଥାଏ । ଯଦି ଆପଣ ଶୀତଋତୁରେ ପ୍ରତିଦିନ ଗୋଟିଏ ଗ୍ଲାସ୍ ଲେଖାଏଁ ଗାଜର ରସ ପିଇବା ଦ୍ଵାରା ଶରୀର ଥଣ୍ଡା ଜନିତ ସମସ୍ୟା ଠାରୁ ଦୂରେଇ ରହିଥାଏ । ଗାଜର ରେ ଭିଟାମିନ ବି  ରହିଥାଏ ।

ତ୍ୱଚାକୁ ରଖିଥାଏ ସୁନ୍ଦର

ଗଜରରେ ଅନେକ ଭିଟାମିନ ଓ କମ୍ପାଉଣ୍ଡ ରହିଥାଏ । ଗାଜର ରେ ମିଳିଥିବା ଭିଟାମିନ ସି ଆପଣଙ୍କ ତ୍ଵଚା କୋଲାଜନ୍ ପ୍ରଡକ୍ସନ କୁ ବଢାଇ ଥାଏ, ଯେଉଁ କାରଣରୁ ଆପଣଙ୍କ ଷ୍କିନ ହେଲ୍ଡି ଓ ଗ୍ଲୋଇଂ ହୋଇଥାଏ । ଏହା ବ୍ୟତୀତ ଗାଜର ରେ ଥିବା କେରଟିନ ଆପଣଙ୍କ ସ୍କିନ କୁ ବିପଦ ଦାୟକ ୟୁଭି ରେଜ୍ ରୁ ରକ୍ଷା କରିଥାଏ ।

ଗାଜର ଲିଭରକୁ ମଜବୁତ୍ କରିଥାଏ

ଶୀତଋତୁରେ ଗାଜର ଖାଇବା ଦ୍ୱାରା ଲିଭର ସୁସ୍ଥ ରହିଥାଏ । କାରଣ ବିଶେଷ ଭାବରେ ଶୀତଋତୁରେ ଆମ ଶରୀର ଖରା ସଂସ୍ପର୍ଶରେ ଖୁବ୍ କମ୍ ରହିଥାଏ । ଯାହାଦ୍ଵାରା ପାଚନ ସମସ୍ୟା ଦେଖା ଦେଇଥାଏ । ତେଣୁ ଗାଜର ସେବନ କରିବା ଉଚିତ୍ । ତା ଛଡା ଫ୍ୟାଟି ଲିଭର ରୋଗୀ ମାନେ ନିୟମିତ ଗାଜର ସେବନ କରିବା ଉଚିତ୍ ।

କ୍ୟାନ୍ସର ପ୍ରତିରୋଧକ

ଗାଜରରେ ଥିବା ତତ୍ତ୍ଵ କ୍ୟାନ୍ସର ପ୍ରତିରୋଧକ ଅଟେ । ଗୋଟିଏ ଗବେଷଣା ଅନୁସାରେ ଗାଜର ରେ ଥିବା କମ୍ପାଉଣ୍ଡ ଆପଣଙ୍କୁ କ୍ୟାନ୍ସର ଠାରୁ ରକ୍ଷା କରିଥାଏ ।