• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ନିମ୍ନ ରକ୍ତଚାପ ପାଇଁ ଚକୋଲେଟ ଖାଇବା ଆବଶ୍ୟକ

  • ମନୋବଳକୁ ଉନ୍ନତ କରାଏ ଡାର୍କ ଚକୋଲେଟ୍

ଶରୀର ପାଇଁ ଲାଭଦାୟକ ଅଟେ ଚକୋଲେଟ୍ । ଚକୋଲେଟ୍ ପାଟିକୁ ଯେତିକି ସୁଆଦିଆ ଲାଗେ ଶରୀର ପାଇଁ ମଧ୍ୟ ସେତିକି ଲାଭଦାୟକ । ଓଜନ ବୃଦ୍ଧି ହେତୁ ବହୁ ଲୋକ ଚକୋଲେଟ ଖାଇବା ପାଇଁ ମନା କରିଥାନ୍ତି । କିନ୍ତୁ ଡାର୍କ ଚକୋଲେଟ୍ ଖାଇବା ଦ୍ୱାରା ଚିନ୍ତାରୁ ମୁକ୍ତି ମିଳିବା ସହିତ ଶରୀରକୁ ଅନେକ ଲାଭ ମିଳିଥାଏ । ଆପଣଙ୍କର ଏବେ ଡାଏଟ୍ ତାଲିକାରେ ଡାର୍କ ଚକୋଲେଟ୍ ଯୋଗ କରିପାରିବେ। ତେବେ ଚାଲନ୍ତୁ ଜାଣିବା ଡାର୍କ ଚକୋଲେଟର ଅନ୍ୟାନ ଲାଭଦାୟକ ଗୁଣ ବିଷୟରେ ....

  • ହୃତପିଣ୍ଡ ପାଇଁ ଲାଭଦାୟକ ଚକୋଲେଟ୍ ।ଚକୋଲେଟ୍ ହୃଦୟ ସମ୍ବନ୍ଧୀୟ ରୋଗରୁ ମୁକ୍ତି ଦେଇଥାଏ । ଡାର୍କ ଚକୋଲେଟ୍ ହୃଦଘାତର ଆଶଙ୍କା ୫୦ ପ୍ରତିଶତ ହ୍ରାସ କରିଥାଏ । ତେଣୁ ଅଳ୍ପ ପରିମାଣର ଚକୋଲେଟ୍ ଖାଇବା ଦ୍ୱାରା ଶରୀରର କୈଣସୀ କ୍ଷତି ହୋଇନଥାଏ ।
  • ନିମ୍ନ ରକ୍ତଚାପ ପାଇଁ ଚକୋଲେଟ ଖାଇବା ଆବଶ୍ୟକ । ନିମ୍ନ ରକ୍ତଚାପରେ ଡାର୍କ ଚକୋଲେଟ୍ ଖାଇବା ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି । ନିମ୍ନ ରକ୍ତଚାପ ଥିବା ବ୍ୟକ୍ତିଙ୍କର ରକ୍ତଚାପକୁ ଏହା ନିୟନ୍ତ୍ରିତ କରିଥାଏ ।
  • କୋଲେଷ୍ଟ୍ରଲ୍ କମାଇଥାଏ ଚକୋଲେଟ୍ । ଅଳ୍ପ ମାତ୍ରାରେ ଚକୋଲେଟ୍ ଖାଇବା ଦ୍ୱାରା କୋଲେଷ୍ଟ୍ରଲ୍ ପରିମାଣ କମିଥାଏ । ଏହା ଶରୀରରେ ଥିବା ବ୍ୟାଡ୍ କୋଲେଷ୍ଟ୍ରୋଲକୁ ହ୍ରାସ କରିବା ସହିତ ଗୁଡ୍ କୋଲେଷ୍ଟ୍ରଲ ତିଆରି କରିବାରେ ସାହାଯ୍ୟ କରିଥାଏ ।
  • ଡିପ୍ରେସନ୍ କମ୍ କରିଥାଏ ଚକୋଲେଟ୍ । ଚକୋଲେଟରେ ସେରୋଟୋନିନ୍ ରହିଥାଏ ଯାହା ଏହା ଆମ ମନକୁ ସତେଜ ରଖିବା ସହିତ ଚାପକୁ ଦୂର କରିଥାଏ ।
  • ସ୍ମୃତି ଶକ୍ତି ହ୍ରାସକୁ ରୋକିବାରେ ସାହାଯ୍ୟ କରେ ଚକୋଲେଟ୍ । ଏକ ଅଧ୍ୟୟନରୁ ଜଣାପଡିଛି ଯେ ଡାର୍କ ଚକୋଲେଟର ଅଧିକ ଏକାଗ୍ରତା ଶକ୍ତି ଥାଏ ଯାହା ଖାଇବା ଦ୍ୱାରା ମସ୍ତିଷ୍କକୁ ଲାଭ ଦେଇଥାଏ ଓ ମନୋବଳକୁ ଉନ୍ନତ କରାଏ ।
  • ଚର୍ମ ପାଇଁ ଲାଭଦାୟକ ଚକୋଲେଟ୍ । ଭିଟାମିନ୍ ଏବଂ ମିନେରାଲ୍ସରେ ଭରପୁର ଡାର୍କ ଚକୋଲେଟ୍ । ଯାହା ଆମର ଚର୍ମରେ ଚମକ ଆଣେ ।
  • ଡାର୍କ ଚକୋଲେଟରେ ଏକ ଟନ୍ ପୋଷକ ତତ୍ତ୍ୱ ରହିଥାଏ । ଯାହା ଆମ ଶରୀରର ଇମ୍ୟୁନିଟି ଶକ୍ତିକୁ ବୃଦ୍ଧି କରାଇଥାଏ ।