• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଆନିମିଆ ପାଇଁ ଜୀରପାଣି ହିତକର

  • ଓଜନ ନିୟନ୍ତ୍ରଣ କରେ ଜିରା

ଠିକ ସମୟରେ ଖାଦ୍ୟ ନଖାଇବା ଦ୍ୱାରା କିମ୍ବା ଖାଇବା ପିଇବାରେ ଅଡ଼ୁସାଡ଼ୁ ଜିନିଷ ଖାଇବା ଦ୍ୱାରା ପାଚନ ସମସ୍ୟା ଦେଖା ଦେଇଥାଏ । ଏଥିପାଇଁ ଯଦି ନିଜ ଆହାରରେ ଜିରାର ବ୍ୟବହାର କରାଯାଏ ତେବେ ପାଚନପ୍ରକ୍ରିୟା ସୁବିଧା ହୋଇଥାଏ । NCBI ୱେବ ସାଇଟରେ ପ୍ରକାଶିତ ସୂଚନା ଅନୁସାରେ ପାଚନ ସମ୍ବନ୍ଧୀୟ ବିକାର ,ଡାଇରିଆ ,ବାନ୍ତି ଓ ପେଟ ଫୁଲିବା ପ୍ରଭୃତି ସମସ୍ୟା ପାଇଁ ଜିରାର ବ୍ୟବହାର କରାଯାଇ ପାରିବ । ଜିରାରୁ ତେଲ ବାହାର କରି ସାରିବା ପରେ ଯେଉଁ ଖଦଡ ରହି ଯାଉଛି ତାହାକୁ ଆମେ ବ୍ୟବହାର କଲେ ଆମ ଶରୀର ସୁସ୍ଥ ରହିବ ।

ପେଟ ଯନ୍ତ୍ରଣାରୁ ଆରାମ ଦିଏ ଜିରା:

  • ଜିରାରେ ରହିଥିବା ଔଷଧୀୟ ଗୁଣ ପେଟ ଯନ୍ତ୍ରଣା ଓ ଡାଇରିଆ ପ୍ରଭୃତି ସମସ୍ୟା କୁ ଦୂର କରିଥାଏ । ଏକ ଗବେଷଣାରୁ ଜଣାପଡିଛି ଯେ ଜିରାରେ ଏନାଲ ଜେସୀକ ରହିଛି ,ଯାହା ପେଟ ଯନ୍ତ୍ରଣାରୁ ଆରାମ ଦେଇଥାଏ । କିଛି ଜିରାକୁ ଭାଜି ତାକୁ ଲୁଣ ସହିତ ଚୋବାଇ ଖାଇ ଉଷୁମ ପାଣି ପିଇବା ଦ୍ୱାରା ପେଟ ଯନ୍ତ୍ରଣା କମ ହୋଇଥାଏ ।

ମାସିକ ଋତୁସ୍ରାବ ସମସ୍ୟା ପାଇଁ ଜିରା:

  • ମାସିକ ଋଚୁସ୍ରାବ ସମୟରେ ମହିଳା ମାନେ ପେଟ ଯନ୍ତ୍ରଣା ଓ ପେଟ ସିର ଟାଣିବାର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏହି ପରିସ୍ଥିତିରେ ପୌଷ୍ଟିକ ଆହାର ଖାଇବା ସହିତ ଜିରା ସେବନ କରିବା ଲାଭଦାୟକ ହୋଇଥାଏ । ଏକ ଗବେଷଣାରୁ ଜଣାପଡିଛି ଯେ ମାସିକ ଧର୍ମ ସମୟରେ ହେଉଥିବା ଯନ୍ତ୍ରଣାରୁ ମହିଳା ମାନେ ରକ୍ଷା ପାଇବା ପାଇଁ ଜିରାଗୁଣ୍ଡ ସହିତ ସୈନ୍ଧବ ଲବଣ ଖାଇବା ଆବଶ୍ୟକ ।
Benifits of cuminBenifits of cumin

ଆନେମିଆ ପାଇଁ ଜିରାପାଣି ହିତକର:

  • ଶରୀରରେ ଆଇରନର କମି ଓ ଅନ୍ୟ କାରଣରୁ ରକ୍ତହୀନତା ସମସ୍ୟା ଦେଖା ଦେଇଥାଏ । ଏହି କାରଣରୁ ଶରୀର ଦୁର୍ବଳ ଲାଗିବl ସହିତ ମୁଣ୍ଡ ବୁଲାଇଥାଏ ,ଏହି କାରଣରୁ ଶରୀରରେ ଅନେକ ଗୁଡିଏ ସମସ୍ୟା ଦେଖାଦିଏ । ଜିରାରେ ପ୍ରଚୁର ମାତ୍ରାରେ ଆଇରନ ରହିଛି ବୋଲି ଗବେଷକ ମାନେ କହିଛନ୍ତି । ତେଣୁ ରକ୍ତ ହୀନତା ସମସ୍ୟାରେ ପୀଡିତ ଥିବା ଲୋକମାନେ ଦିନକୁ ଦୁଇଥର ଜିରାଗୁଣ୍ଡ କିମ୍ବା ଗୋଟା ଜିରା ଖାଇବା ଆବଶ୍ୟକ ।

ଓଜନ ନିୟନ୍ତ୍ରଣ କରେ ଜିରା:

  • ଜିରାର ବ୍ୟବହାର ଓଜନକୁ ନିୟନ୍ତ୍ରଣ ରଖିବା ପାଇଁ ବ୍ୟବହାର କରାଯାଇ ପାରିବ । ଓଜନ କମ କରିବା ପାଇଁ ଜିରାପାଣି ଅତ୍ୟନ୍ତ ଲାଭଦାୟକ । ଏକ ବୈଜ୍ଞାନିକ ଅଧ୍ୟୟନ ଅନୁସାରେ ଏକ ପରୀକ୍ଷାରୁ ଜଣାପଡିଛି ଯେ ତିନି ସପ୍ତାହ ପର୍ଯ୍ୟନ୍ତ ଯଦି ଖାଲିପେଟରେ ଜିରାପାଣି ପିଆଯାଏ । ତେବେ ଓଜନ କମିବାରେ ସାହାଯ୍ୟ କରିଥାଏ । ରାତିରେ କିଛି ଜିରାକୁ ପାଣିରେ ବତୁରାଇ ରଖି ଦିଅନ୍ତୁ ଓ ସକାଳୁ ସେଥିରେ ଲେମ୍ବୁ ରସ ମିଶାଇ ପିଇବା ଦ୍ୱାରା ଓଜନ କମି ଯାଇଥାଏ । ଏହି ଉପଦେଶ ମାନିବା ପୂର୍ବରୁ ଜଣେ ଆୟୁର୍ବେଦ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ।