• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଓଜନ ହ୍ରାସ କରାଏ ତମ୍ବା ପାତ୍ରର ପାଣି

  • ହୃତତ୍ପିଣ୍ଡକୁ ସୁସ୍ଥ ରଖେ ତମ୍ବା ପାତ୍ରର ପାଣି

ଘରେ ନିତିଦିନିଆ ଜୀବନରେ ଆମେ ଖାଦ୍ୟ ଖାଇବା ପାଇଁ ବିଭିନ୍ନ ଧାତୁର ବାସନକୁସନ ବ୍ୟବହାର କରିଥାଉ । ସାଧାରଣତଃ ଘରେ ଘରେ ଷ୍ଟିଲ୍ ବାସନର ବ୍ୟବହାର ବେଶୀ ହୋଇଥାଏ । କିନ୍ତୁ ତମ୍ବା ପାତ୍ରରେ ବହୁ ଔଷଧୀୟ ଗୁଣ ରହିଥାଏ ବୋଲି ବହୁତ କମ୍ ଲୋକ ଜାଣିଥିବେ । ଆୟୁର୍ବେଦରେ ଅଧିକାଂଶ ରୋଗର ଉପଚାର ତମ୍ବାପାତ୍ର ବ୍ୟବହାର କରିବା ପାଇଁ କୁହାଯାଇଥାଏ । ବିଶେଷ କରି ତମ୍ବା ପାତ୍ରରେ ପାଣି ରଖି ପିଇବାକୁ କୁହାଯାଇଥାଏ । ତେବେ ଆସନ୍ତୁ ଜାଣିବା ତମ୍ବା ପାତ୍ରର ଔଷଧୀୟ ଗୁଣ ବିଷୟରେ ।

-ତମ୍ବା ପାତ୍ରରେ ରଖିବା ଦ୍ୱାରା ଅଶୁଦ୍ଧ ପାଣି ମଧ୍ୟ ଶୁଦ୍ଧ ହୋଇଥାଏ । ଏହା ସମସ୍ତ ପ୍ରକାରର ବ୍ୟାକ୍ଟେରିଆକୁ ନଷ୍ଟ କରିଥାଏ ଓ ପେଟକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରେ ।

-ତମ୍ବା ପାତ୍ରରେ ପାଣି ରଖି ପିଇବା ଦ୍ୱାରା ତମ୍ବାରେ ଥିବା କପର ଅଂଶ ଦେହ ଭିତରକୁ ଯାଇ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇ ଜୀବାଣୁ ସହିତ ଲଢ଼ିବା ପାଇଁ ସାହାଯ୍ୟ କରେ l

-ତମ୍ବା ପାତ୍ରରେ ପାଣି ପିଇଲେ ଗ୍ୟାସ,ଏସିଡ଼ିଟି ସମସ୍ୟାରୁ ଆରାମ ମିଳେ ଓ ପାଚନ ସମସ୍ୟା ଦୂର ହୋଇଥାଏ ।

-ତ୍ୱଚ୍ଚାକୁ ଅଲଟ୍ରା ଭାଓଲେଟ ଠାରୁ ରକ୍ଷା କରିବା ପାଇଁ ତମ୍ବା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।

-ତମ୍ବାରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ତତ୍ୱ ତ୍ୱଚାକୁ ସୁନ୍ଦର ରଖିବାରେ ସାହାଯ୍ୟ କରିଥାଏ ।

-ରାତିରେ ତମ୍ବା ଗ୍ଲାସରେ ପାଣି ରଖି ସକାଳୁ ତାହାକୁ ପିଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ ।

-ତମ୍ବା ପାତ୍ରର ପାଣି ହୃତତ୍ପିଣ୍ଡକୁ ସୁସ୍ଥ ରଖେ,ରକ୍ତଚାପ ନିୟନ୍ତ୍ରିତ କରିଥାଏ , କୋଲେଷ୍ଟ୍ରଲ କମାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।

-ବାତ,ପିତ ଓ କଫକୁ ଦୂର କରିବାରେ ତମ୍ବା ପାତ୍ର ପାଣି ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।

-ତମ୍ବାରେ ଆଣ୍ଟି ଇମ୍ପ୍ଲାଂମେଟୋରି ଗୁଣ ରହିଥିବା କାରଣରୁ ଶରୀରରୁ ବିଭିନ ଦରଜ, ଜଏଣ୍ଟ ପେନ୍ ସମସ୍ୟା ,ବିଭିନ୍ନ ଗଣ୍ଠି ଯନ୍ତ୍ରଣାରୁ ଆରାମ ଦେଇଥାଏ l ଆର୍ଥରାଇଟିସ ସମସ୍ୟା ପାଇଁ ମଧ୍ୟ ତମ୍ବା ପାତ୍ରର ପାଣି ଲାଭ ଦାୟକ ।

-ତମ୍ବାରେ ଥିବା ଆଣ୍ଟି ଅକ୍ସିଡେଣ୍ଟ କ୍ୟାନ୍ସର ସହିତ ଲଢ଼ିବା ପାଇଁ ସାହାଯ୍ୟ କରିଥାଏ । ଆମେରିକାନ କ୍ୟାନ୍ସର ସୋସାଇଟି ପକ୍ଷରୁ ପ୍ରକାଶ ଖବର ଅନୁସାରେ ତମ୍ବା କ୍ୟାନ୍ସର ସହିତ ଲଢ଼ିବା ପାଇଁ ସାହାଯ୍ୟ କରେ ।

-ମସ୍ତିଷ୍କକୁ ଶାନ୍ତ ରଖିବା ସହିତ ସ୍ମରଣ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ ତମ୍ବା ପାତ୍ରର ପାଣି ।

ବିଭିନ୍ନ ସ୍ୱାସ୍ଥ୍ୟଗତ କାରଣରୁ ତମ୍ବା ପାତ୍ରରେ ପାଣି ପିଇବା ଶରୀର ପାଇଁ ହିତକର ଅଟେ ।