• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ହାର୍ଟ ଫଙ୍କସନକୁ ଠିକ୍ ରଖିଥାଏ ନଡିଆ ତେଲ

  • ଓଜନ କମ୍ କରିଥାଏ ନଡ଼ିଆ ତେଲ

  • ଇମ୍ୟୁନିଟି ଷ୍ଟ୍ରଙ୍ଗ୍ କରାଏ ନଡିଆ ତେଲ

ଆମ ଦେଶରେ ନଡ଼ିଆ ତେଲକୁ ବହୁ କ୍ଷେତ୍ରରେ ବ୍ୟବହାର କରାଯାଏ । ସାଧାରଣତଃ ଦକ୍ଷିଣ ଭାରତରେ ନଡ଼ିଆ ତେଲ ଖାଦ୍ୟରେ ମଧ୍ୟ ବ୍ୟବହୃତ ହୋଇଥାଏ । ଆୟୁର୍ବେଦରେ ନଡିଆ ତେଲ ଏକ ଔଷଧୀୟ ତେଲ ଭାବେ ପରିଗଣିତ ହୋଇଥାଏ । ସମସ୍ତେ ଜାଣିଥାନ୍ତି ଯେ ନଡ଼ିଆ ତେଲ ଚୁଟି ପାଇଁ ବହୁତ ଲାଭ ଦାୟକ । କିନ୍ତୁ ଆପଣ ଜାଣିଛନ୍ତି କି ନଡ଼ିଆ ତେଲ ହାର୍ଟ ଓ ମସ୍ତିଷ୍କ ପାଇଁ ବହୁତ ଲାଭଦାୟକ ଅଟେ । ତେବେ ଚାଲନ୍ତୁ ଜାଣିବା ନଡ଼ିଆ ତେଲର ବିଭିନ୍ନ ଲାଭଦାୟକ ଗୁଣର କିଛି ଜଣା ଅଜଣା କଥା।

ନଡ଼ିଆ ତେଲର ଉପକାରିତା

  • ଏକ ରିସର୍ଚ୍ଚ ଅନୁଯାୟୀ ନଡ଼ିଆ ତେଲରେ ଫ୍ୟାଟି ଏସିଡର ୟୁନିକ୍ କମ୍ବିନେସନ ମିଳିଥାଏ । ଯାହା ଆମ ମସ୍ତିଷ୍କ ଏବଂ ହାର୍ଟର ଫଙ୍କସନ୍‌ ପାଇଁ ବହୁତ ଭଲ କାମ କରିଥାଏ ।
  • ହାର୍ଟ ଫଙ୍କସନକୁ ଠିକ୍ ରଖିଥାଏ ନଡିଆ ତେଲ । ଯେଉଁ ଅଞ୍ଚଳରେ ଖାଦ୍ୟରେ ନଡ଼ିଆ ତେଲ ବ୍ୟବହାର କରାଯାଇଥାଏ, ସେଠାରେ ଲୋକମାନେ ହାର୍ଟ ସୁସ୍ଥ ରହିଥାଏ ।
  • ଓଜନ କମ୍ କରିଥାଏ ନଡ଼ିଆ ତେଲ । ଖାଲି ପେଟରେ ନଡ଼ିଆ ତେଲ ଖାଇବା ଦ୍ୱାରା ଓଜନ ହ୍ରାସ ହେବା ସହିତ ଅନେକ ରୋଗରୁ ମୁକ୍ତି ମିଳିଥାଏ ।
  • ନଡ଼ିଆ ତେଲର ନିୟମିତ ବ୍ୟବହାର ଦ୍ୱାରା ଶରୀରରେ ମେଟାବୋଲିଜିମ୍ ଭଲ ଭାବରେ କାମ କରିଥାଏ ଏବଂ ଅତିରିକ୍ତ ଓଜନକୁ ହ୍ରାସ କରିଥାଏ । ତେଣୁ ଆୟୁର୍ବେଦରେ ସକାଳେ ଖାଲି ପେଟରେ ଏକ ଚାମଚ ନଡ଼ିଆ ତେଲ ଖାଇବାକୁ ପରାମର୍ଶ ଦିଆଯାଇଥାଏ ।
  • ଇମ୍ୟୁନିଟି ଷ୍ଟ୍ରଙ୍ଗ୍ କରାଏ ନଡିଆ ତେଲ । ନଡିଆ ତେଲରେ କ୍ୟାପ୍ରିକ୍ ଏସିଡ୍, ଲୌରିକ୍ ଏସିଡ୍ ଏବଂ କ୍ୟାପ୍ରିଲିକ୍ ଏସିଡ୍ ମିଳିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ ।
  • ଗୁଡ୍ କୋଲେଷ୍ଟ୍ରଲ୍ ବଢାଇଥାଏ ନଡ଼ିଆ । ନଡିଆ ତେଲ ଗୁଡ୍ କୋଲେଷ୍ଟ୍ରଲ ପାଇଁ ବହୁତ ଭଲ ହୋଇଥାଏ । ନଡ଼ିଆ ତେଲକୁ ଖାଇବା ଦ୍ୱାରା ରକ୍ତରେ ଗୁଡ୍ କୋଲେଷ୍ଟ୍ରଲ ବଢିଥାଏ, ଯେଉଁ କାରଣରୁ ହାର୍ଟକୁ ଅନେକ ରୋଗରୁ ରକ୍ଷା କରାଯାଇପାରେ ।
  • ହଜମ ଠିକ୍ କରାଏ ନଡ଼ିଆ ତେଲ । ନଡ଼ିଆ ତେଲ ହଜମ ପ୍ରକ୍ରିୟାକୁ ଠିକ୍ ରଖିଥାଏ, ଏଥିରେ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ରହିଥାଏ ଯାହା ବ୍ୟାକ୍ଟେରିଆ ବିରୁଦ୍ଧରେ ଲଢିଥାଏ ଏବଂ ହଜମ ପ୍ରକ୍ରିୟାକୁ ଠିକ୍ ରଖିଥାଏ । ଏହା ଆପଣଙ୍କ ପେଟରେ ଗ୍ୟାସର ସମସ୍ୟାକୁ ମଧ୍ୟ ଦୂର କରିଥାଏ।