• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ହାଡ଼କୁ ଶକ୍ତ ରଖିଥାଏ କାଜୁ

  • ରକ୍ତ ଚାପ ଜନିତ ସମସ୍ୟା ଦୂର କରେ କାଜୁ

ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଆମେ ଅଧିକାଂଶ ସମୟରେ ଡାକ୍ତରଙ୍କ ପରାମର୍ଶ ନେଇଥାଉ । ଶରୀର ପାଇଁ ପୋଷକ ତତ୍ତ୍ୱ ଯୋଗାଉଥିବା ଖାଦ୍ୟ ମଧ୍ୟ ସେବନ କରିଥାଉ । ସେହି ଖାଦ୍ୟ ମଧ୍ୟରେ ସାମିଲ ରହିଛି କାଜୁ, ଏଥିରେ ଭରି ରହିଛି ପୋଷକ ତତ୍ତ୍ୱ । ଏଥିରେ ରହିଥିବା ପୋଷକ ତତ୍ତ୍ୱ ସ୍ମରଣ ଶକ୍ତି ବଢାଇଥାଏ । ତେଣୁ ନିୟମିତ ଗୋଟିଏ କାଜୁ ଖାଇବା ଦ୍ୱାରା ସମସ୍ତ କଥା ସହଜରେ ମନେ ରହିଥାଏ । ଚାଲନ୍ତୁ ଜାଣିବା କାଜୁର ବିଭିନ୍ନ ଉପକାରିତା ବିଷୟରେ...

  • ସ୍ମରଣ ଶକ୍ତି ବଢାଏ କାଜୁ । ଶରୀରର ଦୁର୍ବଳତା ହେତୁ ଅନେକ ଲୋକେ ବହୁ ସମୟରେ ସହଜରେ କଥା ଭୁଲି ଯାଆନ୍ତି । ପ୍ରତିଦିନ କାଜୁ ଖାଇବା ଦ୍ୱାରା ଏହା ସ୍ମରଣ ଶକ୍ତି ବଢାଇବା ସହିତ ଶରୀରରେ ଇମ୍ୟୁନିଟି ଶକ୍ତିକୁ ବୃଦ୍ଧି କରାଇବାରେ ସାହାଯ୍ୟ କରେ।
  • ପ୍ରତିଦିନ କାଜୁ ଖାଇବା ଦ୍ୱାରା ରକ୍ତ ଚାପ ଜନିତ ସମସ୍ୟା ଦୂର ହୋଇଥାଏ । କାଜୁ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏଥିରେ ସୋଡିୟମର ମାତ୍ରା କମ ରହିଥାଏ । ଏହାସହ ପୋଟାସିୟମ ଓ ମାଗ୍ନେସିୟମ ଅଧିକ ମାତ୍ରାରେ ରହିଛି। ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ।
  • ହାଡ଼କୁ ଶକ୍ତ ରଖିଥାଏ କାଜୁ । କାଜୁ ହାଡ଼ ପାଇଁ ମଧ୍ୟ ଖୁବ ଉପକାରୀ। ଏଥିରେ ପ୍ରଚୁର ମାତ୍ରାରେ ମାଗ୍ନେସିୟମ ରହିଛି। କ୍ୟାଲସିୟମ ଭଳି ମାଗ୍ନେସିୟମ ମଧ୍ୟ ହାଡ଼କୁ ମଜଭୂତ କରିବାରେ ସାହାଯ୍ୟ କରେ। ହାଡକୁ ସୁସ୍ଥ ରଖେ।
  • ସପ୍ତାହକୁ ୨ ରୁ ୩ ଥର କାଜୁ ଖାଇଲେ ଶରୀର ଠିକ୍‍ ରହିଥାଏ। ଚର୍ମରେ ଚମକ ଆସିଥାଏ । ମୁହଁ ଓ ଚର୍ମ ଶୀଘ୍ର ଲୋଚାକୋଚା ହୋଇନଥାଏ ।
  • ଖାଲି ପେଟରେ ମହୁ ସହ କାଜୁ ଖାଇଲେ ପିଲା ମାନଙ୍କ ସ୍ମରଣ ଶକ୍ତି ବୃଦ୍ଧି ହେବା ସହ ସହଜରେ ପାଠ ମନେ ରହିଥାଏ।
  • କାଜୁରେ ରହିଥବା ଆଣ୍ଟିଅକ୍ସିଡ଼ାଣ୍ଟ, ଭିଟାମିନ-ଇ ,ସେଲେନିୟମ କ୍ୟାନସର ଠାରୁ ମଧ୍ୟ ରକ୍ଷା କରିଥାଏ । ପ୍ରତିଦିନ କାଜୁ ସେବନ କରିବା ଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗ ଶରୀର ଠାରୁ ଦୂରେଇ ରହିଥାଏ।
  • କାଜୁ ହାର୍ଟ ପାଇଁ ବେଶ୍ ଉପକାରୀ । ନିୟମିତକାଜୁ ଖାଇବା ଦ୍ୱାରା ହୃଦରୋଗ ଭଲି ରୋଗ୍ କମ୍ ହୋଇଥାଏ ।
  • ଦୃଷ୍ଟି ଶକ୍ତି ବଢାଏ କାଜୁ । କାଜୁରେ ଜିଓ ଜାନଥିନ ନାମକ ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ପିଗମେଣ୍ଟ ଥାଏ ଯାହା ଆମ ଆଖରେ ଦୃଷ୍ଟି ଶକ୍ତି ବଢାଇବାରେ ସାହାଯ୍ୟ କରେ ।

-