• translate
Pallipuspa Samal

News Highlights

  • ମାନସିକ ଚାପରୁ ମୁକ୍ତି ଦିଏ ତୁଳସୀ ପାଣି

  • ଓଜନ କମ୍ କରାଏ ତୁଳସୀର ପାଣି

ହିନ୍ଦୁ ଧର୍ମରେ ତୁଳସୀର ଯେତିକି ଅସ୍ଥା ରହିଛି ସାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର ଅଟେ । ସାଧାରଣତଃ ସକାଳର ଆରମ୍ଭ ଉଷୁମ ପାଣି ଓ ଲେମ୍ବୁରୁ କରିବା ଆବଶ୍ୟକ ଏହା ଆମେ ସମସ୍ତେ ଜାଣିଛୁ । କିନ୍ତୁ ଏହା ବଦଳରେ ଯଦି ତୁଳସୀ ପତ୍ର ପାଣିର ବ୍ୟବହାର କରାଯାଏ ତେବେ ଅଧିକ ଫଳପ୍ରଦ ହୋଇଥାଏ । ତେଣୁ ତୁଳସୀ ପତ୍ରକୁ ପାଣିରେ ଫୁଟାଇ ପିଇବା ଦ୍ଵାରା ଶରୀରକୁ ଅନେକ ଲାଭ ମିଳିଥାଏ ।ତେବେ ଚାଲନ୍ତୁ ଜାଣିବା ତୁଳସୀ ପାଣିର ବିଭିନ୍ନ ଲାଭଦାୟକ ଗୁଣ ବିଷୟରେ ।

  • ବାହାରର ଖରାପ ଖାଦ୍ୟ ଓ ପ୍ରଦୂଷଣ କାରଣରୁ ଆମର ରେଷ୍ପିରେଟରୀ ସିଷ୍ଟମ୍ ପ୍ରଭାବିତ ହୋଇଥାଏ । ଏଥପାଇଁ ଶରୀରରେ ଲୋକମାନଙ୍କର ଶ୍ୱାସ ସମ୍ବନ୍ଧୀୟ ଅସୁବିଧା ରହିଥାଏ । ସେମାନେ ସକାଳୁ ଉଠି ଗରମ୍ ପାଣିରେ ତୁଳସୀ ପତ୍ର ପକାଇ ପିଇବା ଦ୍ଵାରା ଶରରୀକୁ ଆରାମ ମିଳିଥାଏ ।
  • ତୁଳସୀ ପତ୍ରରେ ଇମ୍ୟୁନୋ ମଦୁ ଲେଟରି ଓ ଏକ୍ସୋ ଟ୍ରେଣ୍ଟ ପ୍ରପର୍ଟିଜ୍ ରହିଛି ।  ଯାହା ଆପଣଙ୍କ ରେଷ୍ପି ରେଟରୀ ସିଷ୍ଟମକୁ ଠିକ୍ କରିଥାଏ ।
  • ମାନସିକ ଚାପରୁ ମୁକ୍ତି ଦିଏ ତୁଳସୀ ପାଣି । ଆଜିକାଲିର ବ୍ୟସ୍ତବହୁଳ ଓ ଚାପଗ୍ରସ୍ତ ଜୀବନରେ କେବଳ ବୟସ୍କ ନୁହନ୍ତି ଛୋଟ ପିଲା ମାନଙ୍କର ଜୀବନଶୈଳୀ ମଧ୍ୟ ପ୍ରଭାବିତ ହେଉଛି । ଆଗକୁ ଯାଇ ଏହି ଚିନ୍ତା ଓ ଅବସାଦ ଅନେକ ଗମ୍ଭୀର ରୋଗକୁ ଜନ୍ମ ଦେଇଥାଏ । ତେଣୁକରି ଆପଣ ଦିନକୁ ୨ଥର ତୁଳସୀ ପତ୍ରକୁ ଗରମ୍ ପାଣିରେ ପକାଇ ପିଇବା ଦ୍ଵାରା ଅବସାଦ ମୁକ୍ତ ହୋଇପାରିବେ ।
  • ଏହା ତୁଳସୀରେ ଥିବା କର୍ଟିଶୋଲ୍ ହର୍ମନକୁ ସନ୍ତୁଳିତ ରଖିଥାଏ । ଏହା ବ୍ୟତୀତ ତୁଳସୀ ଆପଣଙ୍କୁ ଡିପ୍ରେଶନ ଓ ଅଙ୍ଗଜାଇଟିରୁ ଦୂରେଇ ରଖେ ।
  • ଓଜନ ବୃଦ୍ଧିକୁ କମ୍ କରାଏ ତୁଳସୀର ପାଣି । ଉଷୁମ ପାଣି ଓ ତୁଳସୀ ପତ୍ରର ପଣି ପିଇବା ଦ୍ୱାରା ଓଜନ୍ କମିଥାଏ । ପ୍ରତିଦିନ ଏହା କରିବା ଦ୍ୱାରା ଆପଣଙ୍କ ଓଜନ ହ୍ରାସ ହେବାର ସମ୍ଭାବନା ରହିଥାଏ ।
  • ତୁଳସୀ ପତ୍ର ପାଣିରେ ଫୁଟାଇ ପିଇବା ଦ୍ଵାରା ଖାଦ୍ୟର ହଜମ ଠିକ୍ ଭାବରେ ହୋଇଥାଏ । ପାଚନ ଶକ୍ତି ଦୁର୍ବଳ ଥିଲେ ଖାଦ୍ୟ ହଜମ ନହୋଇ ଓଜନ ବୃଦ୍ଧି ହୋଇଥାଏ ।

Other Stories