• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଚିପ୍ସ, ବିସ୍କୁଟ କିମ୍ବା ପେଷ୍ଟ୍ରିଜରୁ ଦୂରେଇ ରୁହନ୍ତୁ ମଧୁମେହ ରୋଗୀ

  •  ମଧୁମେହ ରୋଗୀ ମାନଙ୍କ ପାଇଁ ମିଠାଦହି ଖାଇବା ବିପଜ୍ଜନକ

ଯେତେବେଳେ ରକ୍ତରେ ଗ୍ଲୁକୋଜ କିମ୍ବା ଶର୍କରା ସ୍ତର ଅଧିକ ହୋଇଯାଏ, ସେତେବେଳେ ମଧୁମେହ ବା ଡାଇବେଟିସ ରୋଗ ହେବାର ଆଶଙ୍କା ବଢିଯାଏ । ଡାଇବେଟିସ ହେବା ଦ୍ୱାରା ହୃଦଘାତ,ନର୍ଭ ଡ୍ୟାମେଜ୍,କୀଡନୀ ରୋଗ ଭଳି ଅନେକ ସମସ୍ୟା ଦେଖାଦେଇଥାଏ । ତେଣୁ ମଧୁମେହ ରୋଗୀ ମାନଙ୍କର ବିଶେଷ ଧ୍ୟାନ ଓ ଯତ୍ନ ନେବା ଆବଶ୍ୟକ ରହିଛି । ବିଶେଷ କରି ଖାଦ୍ୟ ଓ ପାନୀୟର ବିଶେଷ ଭାବେ ଧ୍ୟାନ ଦେବା ଜରୁରୀ ଅଟେ । ତେବେ ଚାଲନ୍ତୁ ଜାଣିବା ମଧୁମେହ ରୋଗୀମାନେ କେଉଁ ଖାଦ୍ୟରୁ ଦୂରେଇ ରହିବା ଆବଶ୍ୟକ ।

  • ବଟର, ଚକୋଲେଟ୍ କ୍ରିମର୍, ଫ୍ରିଜ୍ ଡିନର୍, କ୍ରାକର ଆଦି ଖାଦ୍ୟଠାରୁ ମଧୁମେହ ରୋଗୀ ଦୂରରେ ରହିବା ଉଚିତ୍ । କାରଣ ଏଥିରେ ବ୍ୟାଡ୍ ଫୁଡ୍‌ରେ ଟ୍ରାନ୍ସ ଫ୍ୟାଟ୍ ରହିଥାଏ  । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଟ୍ରାନ୍ସ ଫ୍ୟାଟ୍ ରକ୍ତରେ ଶର୍କରା ସ୍ତରକୁ ସିଧାସଳଖ ବୃଦ୍ଧି କରେ ନାହିଁ, କିନ୍ତୁ ଏହାର ବ୍ୟବହାର ଇନସୁଲିନ୍ ପ୍ରତିରୋଧ, ଇମ୍ଫ୍ଲେମେସନ୍ ଏବଂ ପେଟର ଚର୍ବି ସମସ୍ୟାକୁ ବଢାଇଥାଏ ।
  • ଚାଉଳ, ପାସ୍ତା ଏବଂ ବ୍ରେଡ୍ ଏହି ଖାଦ୍ୟରୁ ଦୂରରେ ରୁହନ୍ତୁ ମଧୁମେହ ରୋଗୀ । ଚାଉଳ, ପାସ୍ତା ଏବଂ ବ୍ରେଡ୍‌ରେ କାର୍ବସ୍ ଅଧିକ ମାତ୍ରାରେ ମିଳିଥାଏ । ଚାଉଳରେ ଗ୍ଲୁଟେନ୍ ଥାଏ ଯାହା ରକ୍ତରେ ଶର୍କରା ସୃଷ୍ଟି କରିଥାଏ। ଏହି ଖାଦ୍ୟରେ ଫାଇବରର ଅଭାବ ଥାଏ, ଯେଉଁ କାରଣରୁ ରକ୍ତ ପ୍ରବାହରୁ ଗ୍ଲୁକୋଜ ଆବଜର୍ଭ ହୋଇପାରେନାହିଁ ।
  • ସାଧା ଦହି ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ କିନ୍ତୁ ସ୍ୱାଦଯୁକ୍ତ ତଥା ମିଠାଦହି ଖାଇବା ବିପଜ୍ଜନକ ହୋଇଥାଏ । ଏହା ଚର୍ବିହୀନ କିମ୍ବା କମ୍ ଚର୍ବିଯୁକ୍ତ କ୍ଷୀରରୁ ପ୍ରସ୍ତୁତ ଯାହାକି କାର୍ବସ୍ ଏବଂ ସୁଗାରରେ ଭରପୂର ଥାଏ ।
  • ମଧୁମେହ ରୋଗୀ ସପ୍ଟ ଡ୍ରିଙ୍କ୍ରୁ ଦୂରେଇ ରହିବା ଉଚିତ୍ । ଏଥିରେ କାର୍ବୋହାଇଡ୍ରେଟ ଏବଂ ମିଠାର ଭାଗ ଅଧିକ ରହିଥାଏ । ସପ୍ଟ ଡ୍ରିଙ୍କ୍‌ରେ ବହୁ ଫ୍ରୁଟକୋଜ୍ ରହିଥାଏ, ଯାହା କେବଳ ରକ୍ତରେ ଶର୍କରା ସ୍ତରକୁ ବଢାଏ ନାହିଁ, ବରଂ ଇନସୁଲିନ୍ ପ୍ରତିରୋଧରେ ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ ।
  • ଚିପ୍ସ, ବିସ୍କୁଟ କିମ୍ବା ପେଷ୍ଟ୍ରିଜ୍ ପରି ସ୍ନାକ୍ ଖାଦ୍ୟ ମଧୁମେହ ରୋଗୀଙ୍କ ପାଇଁ ବିପଜ୍ଜନକ ହୋଇଥାଏ । ଏହି ଖାଦ୍ୟରେ ମଇଦା ଅଧିକ ଏବଂ ସୋଡିୟମ୍-କାର୍ବସ୍ ମଧ୍ୟ ଅଧିକ ପରିମାଣରେ ମିଳିଥାଏ।
  • ମାଂସ ଓ ଚର୍ବି ଜାତୀୟ ଖାଦ୍ୟରୁ ମଧୁମେହ ରୋଗୀ ଦୂରେଇ ରହିବା ଆବଶ୍ୟକ । ମଟନ୍ ,ଚିକେନ,ଲୁଣି ମାଛ ବା ଶୁଖୁଆ ଆଦି ଖାଦ୍ୟରୁ ଦୂରେଇ ରହିବା ଆବଶ୍ୟକ । ଏଥିରେ ଚର୍ବି ଓ ଲୁଣର ଭାଗ ଅଧିକ ରହିଥାଏ । ଯାହାକି ରକ୍ତଚାପକୁ ବୃଦ୍ଧି କରାଇବା ସହ ରକ୍ତରେ ଶର୍କରା ସ୍ତରକୁ ବୃଦ୍ଧି କରେଇଥାଏ ।