• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଦୁଃଖ ଦୁର୍ଦ୍ଦଶାରେ କାଳ କାଟୁଛି ପୂରା ପରିବାର

  • ଅସହାୟର ଦୁଃଖ ଶୁଣ ସରକାର

ଯାଜପୁର(ଅଭୟ ପତି) : ଗରିବ ଓ ଭିନ୍ନକ୍ଷମଙ୍କ ପାଇଁ ବିଭିନ୍ନ ପ୍ରକାର ସରକାରୀ ଯୋଜନା । ଜନ୍ମ ପୂର୍ବରୁ ଆରମ୍ଭ କରି ମୃତ୍ୟୁ ପର ପର୍ଯ୍ୟନ୍ତ ଯୋଜନା ମାଳମାଳ । ହେଲେ ଏହି ଯୋଜନାର ସୁଫଳ କିଏ ପାଉଛି ବା ନପାଉଛି ତାହାର ତର୍ଜମା କରାଯାଉନି । ମିର୍ଜାପୁର ଗାଁ ରବିନ୍ଦ୍ର ମଳିକଙ୍କ ପୁଅ ଅଦୈତ୍ୟ ମଲିକଙ୍କ କ୍ଷେତ୍ରରେ ଏପରି ଦେଖିବାକୁ ମିଳିଛି । ମାତ୍ର ଦଶ ବର୍ଷ ବୟସରୁ ସେ ଦିବ୍ୟାଙ୍ଗ, ଉଠିବାର ଶକ୍ତି ନାହିଁ, ଅନ୍ୟର ସାହାରା ବିନା ଉଠିବସି ପାରୁନାହାନ୍ତି । ହେଲେ ତାଙ୍କୁ ଏଯାଏଁ କୌଣସି ସରକାରୀ ସହୟତା ମିଳିପାରି ନାହିଁ ।

ଯାଜପୁର ଜିଲ୍ଲା କୋରାଇ ବ୍ଲକ୍ ଗୋଳେଇପୁର ପଞ୍ଚାୟତ ମିର୍ଜାପୁରଗାଁରେ ଅବହେଳିତ ନିଷ୍ପେସିତ ଭିନ୍ନକ୍ଷମ ଯୁବକ ଅଦୈତ ମଳିକଙ୍କ ଘର । ବାପା ମାଙ୍କ ଏକମାତ୍ର ପୁଅ ଅଦୈତ୍ୟ, ବୟସ ୩୨ ।  ହେଲେ ଭେଣ୍ଡିଆ ବୟସରେ ଭିନ୍ନକ୍ଷମ ହୋଇ ବେସାହାରା ହୋଇପଡିଛନ୍ତି । ପରିବାର ବୋଝ ମୁଣ୍ଡାଇବା ପରିବର୍ତ୍ତେ ନିଜେ ପରିବାର ବୋଝ ପାଲିଟି ଯାଇଛନ୍ତି । ବାପା ରବିନ୍ଦ୍ର ଜଣେ ଦିନ ମଜୁରିଆ । ଅଦୈତ୍ୟକୁ ୧୦ ବର୍ଷ ବୟସ ହୋଇଥିଲା ବେଳେ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିଲେ । ପୁଅକୁ ଭଲ କରିବାକୁ ଧାର, କରଜ କରି ତାକୁ ମେଡିକାଲରେ ଭର୍ତ୍ତିକରି କରିଥିଲେ ।

ଡାକ୍ତର ରୋଗ ଜାଣି ନପାରି ଫେରାଇ ଦେଲେ । ଫଳରେ ଭିନ୍ନକ୍ଷମ ହେଲା ଅଦୈତ୍ୟ । ବିଛଣା ଛାଡିଯିବାର ଶକ୍ତି ନାହିଁ । ଏଭଳି ଅବସ୍ଥା ସହ ଏବେ ଲିଭର ସମସ୍ୟା ସହ ପାଇଲସ ରୋଗରେ ମଧ୍ୟ ସେ ପୀଡ଼ିତ । ଆଖିକୁ ଭଲଭାବେ ଦେଖାଯାଉନି । ହେଲେ ସରକାରୀ ସହାୟତା କହିଲେ ମିଳୁଛି କେବଳ ଭତ୍ତା । ବାରମ୍ବାର ଅନୁରୋଧ ସୱେ ଏବେ ସୁଦ୍ଧା ତାଙ୍କୁ ମିଳୁନି ହୁଇଲ ଚେୟାର କି ଅନ୍ତୋର୍ଦୟ କାର୍ଡ । ଭତ୍ତା ସହ ୫ କେଜି ଚାଉଳରେ କେମିତି ଚଳିବ ଅଦୈତ୍ୟ । ଆବାସ ଯୋଜନା ମଧ୍ୟ ଅପହଞ୍ଚ ।

ଅଦୈତ୍ୟକୁ ହୁଇଲ ଚେୟାର, ଆବାସ ଯୋଜନାରେ ଘର ଅନ୍ତୋଦୟ କାର୍ଡ ସହ ଚିକିସ୍ଥା କରିବାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି । ସେପଟେ ଖୁବ୍ ଶୀଘ୍ର ଏଥିପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଡିଓ । ତେବେ ଆଗାମୀ ସମୟରେ ପ୍ରଶାସନ ପକ୍ଷରୁ କି ପ୍ରକାର ପଦକ୍ଷେପ ନିଆଯାଉଛି, ତାହା କେବଳ ଦେଖିବାକୁ ବାକିରହିଲା ।