• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆନନ୍ଦପୁର (ମୁନା ସିଂ) : ଗରିବ ପରିବାର ଉପରେ ଦାଉ ସାଧୁଛି ଦଇବ । ସତରେ ଭଗବାନ କ’ଣ ଏତେ ନିର୍ଦ୍ଦୟ । ଗରିବ ଦୁଃଖୀ ବାପାମାଙ୍କର ଏକମାତ୍ର ସାହା ଭରସା ଥିଲା ଭେଣ୍ଡିଆ ପୁଅ ହେଲେ ଏବେ ସାହାରା ଦେବା ପରିବର୍ତ୍ତେ ସାହାରା ଖୋଜୁଛି । ଅଚାନକ ଲିଭର ରୋଗରେ ପୀଡିତ ହୋଇ ପରିବାର ଉପରେ ବୋଝ ସାଜିଛନ୍ତି ଗୋପୀନାଥ ।

ଆନନ୍ଦପୁର ଉପଖଣ୍ଡ ହରିଡାପାଳ ପଞ୍ଚାୟତ ପାଇକଚାଟ୍ରା ଗାଁର ଦୁଖୀ ଗରିବ ଅସହାୟ ଗୋପୀନାଥ। ବାପା ଉଦୟନାଥ ରାଉତ ଓ ସାବିତ୍ରୀଙ୍କ ଏକମାତ୍ର ସନ୍ତାନ । ଅଭାଵ ଅନାଟନରେ ବଢିଥିବା ଏହି ପୁଅ ରୋଜଗାର ପାଇଁ ଦିନେ ଦାଦନ ଶ୍ରମିକ ସାଜି ବାହାର ରାଜ୍ୟକୁ ପଳାଇଥିଲା । ବାପାମା’ଙ୍କୁ ଶେଷ ସମୟରେ ସାହାରା ଦେବା ପାଇଁ କଠିନ୍ ପରିଶ୍ରମ କରୁଥିଲା । ହେଲେ ଗରିବ ପରିବାର ଉପରେ ଦାଉ ସାଜିଲା ଦଇବ । ମାତ୍ର ୨୨ ବର୍ଷ ବୟସରେ ଅଜଣା ରୋଗରେ ପୀଡିତ ହେବାକୁ ଘରକୁ ଫେରି ଆସିଥିଲେ ଗୋପୀନାଥ । ତାପରେ ଆରମ୍ଭ ହୋଇଥିଲା ଚିକିତ୍ସା । ଦୀର୍ଘ ତିନି ବର୍ଷ ପରେ ପରିବାର ଲୋକେ ଜାଣିଲେ ପିଲାଟି ଯକୃତ ରୋଗରେ ପୀଡିତ।

ଏବେ ଗୋପୀନାଥଙ୍କ ଚିକିତ୍ସା ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ଦରକାର ପଡ଼ୁଛି । ପୁଅର ଚିକିତ୍ସା ପାଇଁ ଗରିବ ବାପା ଜମିଜମା ଠାରୁ ଆରମ୍ଭ କରି ସମସ୍ତ ମୂଲ୍ୟବାନ୍ ଜିନିଷ ବିକ୍ରି କରିସାରିଛନ୍ତି । ହାତରେ ଫୁଟି କଉଡି ଟିଏ ନାହିଁ । ଚାଳ ଛପର ଘରଟିରେ ରୋଗୀଣା ପୁଅକୁ ନେଇ ଅସହାୟ ହୋଇ ପଡ଼ି ରହିଛନ୍ତି ବାପାମା’ । ପୁଅ ଦୁଃଖ ଦେଖିକି ବାନାମା ଏବଂ ପଡୋଶୀଙ୍କ ଆଖିରୁ ଲୁହ ଶୁଖୁନି । ହେଲେ ଏବେ ବି ଭଗବାନଙ୍କ ଉପରେ ବିଶ୍ୱାସ ରହିଛି । ପୁଅ ଦିନେ ନିଶ୍ୟ ଭଲ ହୋଇଯିବ ବୋଏ ଆଶାବାନ୍ଧି ବସିଛନ୍ତି । ଏନେଇ ଆମେ ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ଅବଗତ କରାଇବା ପରେ ପ୍ରଶାସନିକ ନିୟମ ଅନୁସାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫଫଣ୍ଡରୁ ସାହାଯ୍ୟ କରାଯିବା ନେଇ ପ୍ରତିଶୃତି ଦେଇଛନ୍ତି।

ଗୋପୀନାଥ ଙ୍କୁ ସାହାଯ୍ୟ କରିବା ପାଇଁ ଚାହୁଁଥିଲେ . . .

9337455812 ନମ୍ବରରେ ଯୋଗାଯୋଗ କରନ୍ତୁ।

Bank information

Name-Udaya rout

Bank of india

ifsc code- BKID0005514.