• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ 'ରାବିଡ଼ି ମାଲପୁଆ'

ଘରେ ଉତ୍ସବର ମାହୋଲ୍ ଥିଲେ ଆମ ଘର ମାନଙ୍କରେ କିଛି ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ । ଘରେ ଯଦି ଆପଣ କିଛି ସ୍ୱାଦିଷ୍ଟ ମିଠା ତିଆରି କରିବାକୁ ଭାବୁଛନ୍ତି, ତେବେ ଆମେ ଆପଣଙ୍କୁ ଏକ ସ୍ୱାଦିଷ୍ଟ ମିଠା ରେସିପି ବିଷୟରେ ଜଣେଇବୁ । ଏହି ରେସିପିର ନାଁ ହେଉଛି ‘ରାବିଡ଼ି ମାଲପୁଆ’ । ଏହି ରେସିପିଟିକୁ ଘରେ ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇପାରିବୁ ।

‘ରାବିଡ଼ି ମାଲପୁଆ’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ମଇଦା, ଖୁଆ, କ୍ଷୀର, ଚିନି, କେସର, ଗୁଜୁରାତି ଗୁଣ୍ଡ, କଟା ପେସ୍ତା ବାଦାମ, କଟା ଆଲମଣ୍ଡ, ଚିନି, ପାନମଧୁରୀ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ରାବିଡ଼ି ତିଆରି କରିବା ପାଇଁ ଏକ ପ୍ୟାନ୍‌ରେ କ୍ଷୀର ଗରମ କରନ୍ତୁ।
  • ଏହାକୁ ହାଲକା ଆଞ୍ଚରେ ଫୁଟାନ୍ତୁ,ଏବେ ସେଥିରେ ଚିନି, କେସର, ଗୁଜୁରାତି ଗୁଣ୍ଡ, କଟା ପେସ୍ତା ଏବଂ କଟା ଆଲମଣ୍ଡ ପକାଇ ଭଲ ଭାବେ ମିଶାଇ ଫୁଟାନ୍ତୁ।
  • କ୍ଷୀର ବହଳିଆ ହୋଇ ରାବିଡ଼ି ଭଳି ହୋଇଗଲେ ଏହାକୁ ଏକ ପାତ୍ରରେ ବାହାର କରି ଫ୍ରିଜ୍‌ରେ ଥଣ୍ଡା ହେବା ପାଇଁ ଘଣ୍ଟାଏ ଛାଡ଼ି ଦିଅନ୍ତୁ ।
  • ଏବେ ପ୍ରସ୍ତୁତ କରିବା ମାଲପୁଆ । ଏଥିପାଇଁ ପ୍ରଥମେ ଏକ ପାତ୍ରରେ ମଇଦା, ଖୁଆ, ଚିନି ଓ ପାନମଧୁରୀକୁ ମିଶାନ୍ତୁ।
  • ଏଥିରେ ପାଣି ଗୋଳାଇ ଭଲ ଭାବେ ନରମ କରି ଚକଟି ଦିଅନ୍ତୁ।
  • ଏହି ମିଶ୍ରଣରୁ ଛୋଟ ଛୋଟ ଗୋଳା ପ୍ରସ୍ତୁତ କରି ରୁଟି ବେଲିଲା ପରି ବେଲି ଦିଅନ୍ତୁ।
  • ଏବେ ଏକ କଡ଼େଇରେ ଘିଅ କିମ୍ବା ତେଲ ଗରମ କରି ସେଥିରେ ମାଲପୁଆଗୁଡ଼ିକୁ ପକାଇ ଛାଣନ୍ତୁ।
  • ମାଲପୁଆର ରଙ୍ଗ ଗୋଲଡେନ୍‌ ରେଡ୍ ହେବା ଯାଏ କମ୍‌ ଆଞ୍ଚରେ ଛାଣନ୍ତୁ।
  • ଛାଣିବା ପରେ ଏହାକୁ ଏକ ପ୍ଲେଟ୍‌କୁ ବାହାର କରି ରଖନ୍ତୁ।
  • ଶିରା ପ୍ରସ୍ତୁତ କରିବା ପାଇଁ ଚିନିରେ ଅଳ୍ପ ପାଣି ମିଶାନ୍ତୁ।
  • ଏବେ ଏଥିରେ ଅଳ୍ପ କେସର ଏବଂ ଗୁଜୁରାତି ଗୁଣ୍ଡ ପକାଇ ମିଶାନ୍ତୁ।
  • ଏହାକୁ ଭଲଭାବେ ଫୁଟାନ୍ତୁ ଶିରା ପ୍ରସ୍ତୁତ କରନ୍ତୁ ।
  • ଏହାପରେ ଶିରାରେ ମାଲପୁଆ ଗୁଡ଼ିକୁ ପକାନ୍ତୁ।
  • ମାଲପୁଆ ନରମ ହୋଇଗଲେ ଏକ ପ୍ଲେଟକୁ କାଢ଼ି ଆଣନ୍ତୁ।
  • ଏବେ ମାଲପୁଆ ଉପରେ ରାବିଡ଼ି ଢାଳନ୍ତୁ ଓ ସେଥିରେ କଟା ଆଲମଣ୍ଡ୍‌ ଏବଂ କଟା ପେସ୍ତା ପକାଇ ସଜାଇ ଦିଅନ୍ତୁ

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ରାବିଡ଼ି ମାଲପୁଆ’ । ଏହି ମିଠାର ରେସିପିକୁ ଆପଣ ସପ୍ତାହେ ପର୍ଯ୍ୟନ୍ତ ପ୍ରୀଜ୍ ରେ ରଖି ଖାଇ ପାରିବେ ।