• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ କମ୍ ଖର୍ଚ୍ଚରେ ବନାନ୍ତୁ ପଟାଟୋ ଷ୍ଟିକ୍ ଲଲିପପ୍’

 ସାଧାରଣତଃ ଛୋଟ ପିଲାମାନେ ସ୍ନାକ୍ସ ଖାଇବାକୁ ବେଶୀ ପସନ୍ଦ କରଥାନ୍ତି । ପିଲାମାନଙ୍କ ପାଇଁ କଣ ପ୍ରସ୍ତୁତ କରିବେ ସବୁବେଳେ ସବୁ ଗୃହିଣୀଙ୍କର ଚିନ୍ତା ରହିଥାଏ । ଘରେ ଆଳୁରେ ତିଆରି ହୋଇଥିବା ସ୍ନାକ୍ସ ଖାଇବା ପାଇଁ ବେଶୀ ସୁଆଦିଆ ଲାଗିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଆଳୁରେ ତିଆରି ଏକ ସହଜ ଓ ଚଟପଟା ସ୍ନାକ୍ସ ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ପଟାଟୋ ଷ୍ଟିକ୍ ଲଲିପପ୍ ’। ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

ପଟାଟୋ ଷ୍ଟିକ୍ ଲଲିପପ୍ ପାଇଁ ସାମଗ୍ରୀ: ସିଝା ଆଳୁ ୪ଟି,ବ୍ରେଡ୍ କ୍ରମ୍ବସ୍,ଲଙ୍କା ଗୁଣ୍ଡ,ଜିରାଗୁଣ୍ଡ,ଅଦା ରସୁଣ ପେଷ୍ଟ, କର୍ଣ୍ଣ ଫ୍ଲୋର୍ ଗୋଟେ କପ୍,ଆମଚୁର ପାଉଡର ୧ ଚାମଚ,କଟା ଧନିଆ ପତ୍ର,ରିଫାଇନ ତେଲ,ଅଳ୍ପ ଲୁଣ

ପ୍ରସ୍ତୁତି ପ୍ରଣାଳୀ:

-ପ୍ରଥମେ ସିଝାଆଳୁ,କଟା ଧନିଆ ପତ୍ର,କଟା ପିଆଜ,ବ୍ରେଡ୍ କ୍ରର୍ମ୍ବସ୍,ଲଙ୍କା ଗୁଣ୍ଡ,ଜିରା ଗୁଣ୍ଡ,ଆମଚୁର ପାଇଡର, ପାଉଡର,ଅଦା ରସୁଣ ପେଷ୍ଟକୁ ମିଶାଇ ଭଲ ଭାବେ ଚକଟି ଏକ ପାତ୍ରରେ ରଖି ଦି‌ଅନ୍ତୁ।

-ଏହାପରେ ଆଉ ଏକ ପାତ୍ରରେ କର୍ଣ୍ଣଫ୍ଲୋରରେ ପାଣି ପକାଇ ଏହାକୁ ଗୋଳାଇ ଏକ ମଧ୍ୟମ ଧରଣ ମିଶ୍ରଣ ବନାନ୍ତୁ । ମନେ ରଖନ୍ତୁ ଏହାକୁ ବେଶୀ ପାଣିଆ କିମ୍ବା ବହଳିଆ କରିବେ ନାହିଁ

ଏହପରେ ଏକ ପାତ୍ରରେ ଅଳ୍ପ ବ୍ରେଡ କ୍ରର୍ମ୍ବସ୍ ରେ ଅଳ୍ପ ଲଙ୍କା ଗୁଣ୍ଡ ମିଶାଇ ରଖନ୍ତୁ

-ତାପରେ ଚୁଲିରେ କଡେଇ ବସାଇ ତେଲ ଗରମ କରନ୍ତୁ । ଆଗରୁ ରଖିଥିବା ଆଳୁର ମିଶ୍ରଣକୁ ଗୋଲ ଗୋଲ କରି ଆଳୁର ବଲ୍ସ ତିଆରି କରନ୍ତୁ

-ଏହାପରେ ଆଳୁ ବଲ୍ସ ଗୁଡିକ କର୍ଣ୍ଣଫ୍ଲୋର ପାଣିରେ ବୁଡାନ୍ତୁ , ଏହାପରେ ଆଳୁ ବଲ୍ସ ଗୁଡିକରେ ଆଗରୁ ରଖା ହୋଇଥିବା ବ୍ରେଡ କ୍ରର୍ମ୍ବସ୍ ଓ ଲଙ୍କା ଗୁଣ୍ଡକୁ ଲଗାଇ ଦିଅନ୍ତୁ ।

-ଏହାପରେ ତେଲ ଗରମ ହେବା ପରେ ଆଳୁ ବଲ୍ସ ଗୁଡିକ ଛାଣନ୍ତୁ । ଏହାପରେ ଏକ ପାତ୍ରକୁ କାଢି ସେଥିରେ ଛୋଟ ଛୋଟ ଷ୍ଟିକ୍ସ ଗୁଡିକ ଲଗାଇ ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ଚଟପଟା ‘ପଟାଟୋ ଷ୍ଟିକ୍ ଲଲିପପ୍’ । ଏହି ‘ପଟାଟୋ ଷ୍ଟିକ୍ ଲଲିପପ୍’ କୁ ଆପଣ ପୋଦିନା ଚଟଣୀ କିମ୍ବା ସସ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ