• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ 'ଆଳୁ କଚୋଡ଼ି'

ଆପଣ ସଂଧ୍ୟା ଜଳଖିଆ ପାଇଁ କଣ ପ୍ରସ୍ତୁତ କରିବେ ସେ ନେଇ ଚିନ୍ତିତ ଅଛନ୍ତି । ତାହେଲେ ଆଜି ହିଁ ଘରେ ବନାନ୍ତୁ ଗରମାଗରମ ଖାସ୍ତା 'ଆଳୁ କଟୋଡ଼ି' । ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ । 

ଆବଶ୍ୟକ ସାମଗ୍ରୀ:

ମଇଦା, ସିଝା ଆଳୁ, ଲୁଣ, ଜୁଆଣି, ତେଲ, ଅଦା ବଟା, ବେକିଂ ପାଉଡର, ଗ୍ରୀନ୍ ମଟର୍‌, ଧଣିଆ ପତ୍ର, କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, ପାନମଧୁରୀ ଗୁଣ୍ଡ, ଧଣିଆ ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଆମ୍‌ଚୁର୍‌ ପାଉଡର୍‌ ଓ ଗରମ ମସଲା ।

ପ୍ରସ୍ତୁତି ପ୍ରଣାଳୀ:

  • ମଇଦାକୁ ଏକ ପାତ୍ରରେ କାଢ଼ି ସେଥିରେ କିଛି ତେଲ, ଲୁଣ, ଜୁଆଣି ଓ ବେକିଂ ପାଉଡର୍‌ ମିଶାଇ ଗୋଳାଇ ଦିଅନ୍ତୁ।
  • ଏହାପରେ ଏଥିରେ ଅଳ୍ପ ଅଳ୍ପ ପାଣି ଦେଇ ମଇଦାକୁ ଭଲ ଭାବେ ଦଳନ୍ତୁ ।
  • ମଇଦା ଦଳି ସାରିବା ପରେ କିଛି ସମୟ ଏହାକୁ ଘୋଡ଼ାଇ ରଖିଦିଅନ୍ତୁ ।
  • ଏବେ ସିଝା ଆଳୁକୁ ଭଲ ଭାବେ ଚକଟି ଦିଅନ୍ତୁ।
  • ଏହା ପରେ କଡ଼େଇରେ ତେଲ ପକାଇ ଗରମ କରନ୍ତୁ।
  • ତେଲ ଗରମ ହୋଇଗଲେ, ସେଥିରେ ଅଦା ବଟା ଓ କଟା କଞ୍ଚା ଲଙ୍କା ପକାଇ ହାଲ୍‌କା ଭାଜିଦିଅନ୍ତୁ ।
  • ଏହାପରେ ସେଥିରେ ଗ୍ରୀନ୍ ମଟର ପକାନ୍ତୁ ଏବଂ ଏହି ମସଲାକୁ ଘୋଡ଼ାଇ ଦେଇ ଦୁଇମିନିଟ୍‌ ଯାଏ ହାଲକା ଆଞ୍ଚରେ ଛାଡ଼ି ଦିଅନ୍ତୁ ।
  • ୨ ମିନିଟ୍‌ ପରେ ମଟର ସିଝି ଯାଇଥିଲେ, ସେଥିରେ ପୂର୍ବରୁ ଚକଟା ହୋଇ ରହିଥିବା ସିଝା ଆଳୁ ପକାଇ ଦିଅନ୍ତୁ।
  • ଏବେ ଏଥିରେ ଧଣିଆ ଗୁଣ୍ଡ, ପାନମଧୁରୀ ଗୁଣ୍ଡ, ଆମ୍‌ଚୁର୍‌ ପାଉଡର, ଗୋଲମରିଚ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା ଓ ଲୁଣ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ।
  • ଏହାପରେ ଆଳୁକୁ କିଛି ସମୟ ଯାଏ ଭଲଭାବେ କଷନ୍ତୁ।
  • ଆଳୁ କଷା ସରିବା ଏହା ଉପରେ କଟା ଧଣିଆ ପତ୍ର ପକାନ୍ତୁ।
  • ଏବେ ଏହାକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ ।
  • ଏହାପରେ ପୂର୍ବରୁ ଦଳା ହୋଇ ରହିଥିବା ମଇଦାକୁ ଛୋଟ ଛୋଟ ଗୋଳା କରିଦିଅନ୍ତୁ ।
  • ଗୋଟିଏ ମଇଦା ଗୋଳାକୁ ନେଇ ପୂରି ଆକାରର ବେଲନ୍ତୁ।
  • ଏହାପରେ ଏହା ଭିତରେ କଷା ଯାଇଥିବା ଆଳୁର ପୂର ଦେଇ ଏହାକୁ ବନ୍ଦ କରିଦିଅନ୍ତୁ।
  • ଏହି ଭଳି ପ୍ରତ୍ୟେକ ମଇଦା ଗୋଳା ଭିତରେ ପୂର ଭର୍ତ୍ତି କରି ଗୋଲ ଗୋଲ କରି ରଖନ୍ତୁ।
  • ଏହାପରେ ଏକ କଡ଼େଇରେ ତେଲ ଗରମ କରି ଗୋଟି ଗୋଟିଏ କରି କଚୋଡ଼ିକୁ ସୁନେଲି ରଙ୍ଗ ହେବା ଯାଏ ଛାଣନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା, 'ଟଚପଟା ଆଳୁ କଚୋଡ଼ି' । ଏହି ରେସିପିଟିକୁ ଆପଣ ସସ୍‌ କିମ୍ବା ପୋଦିନା ଚଟଣୀ ସହ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।